ETV Bharat / state

ଆଦର୍ଶ ଗ୍ରାମରେ ବିକଳ ଚିତ୍ର, ନେଟୱର୍କ ନଥିବାରୁ ଜଙ୍ଗଲରେ ଚାଲିଛି ଟୀକାକରଣ

author img

By

Published : Oct 3, 2021, 10:20 PM IST

ଆଦର୍ଶ ଗ୍ରାମରେ ବିକଳ ଚିତ୍ର, ନେଟୱର୍କ ନଥିବାରୁ ଜଙ୍ଗଲରେ ଚାଲିଛି ଟୀକାକରଣ
ଆଦର୍ଶ ଗ୍ରାମରେ ବିକଳ ଚିତ୍ର, ନେଟୱର୍କ ନଥିବାରୁ ଜଙ୍ଗଲରେ ଚାଲିଛି ଟୀକାକରଣ

ଅଞ୍ଚଳବାସୀଙ୍କ ପାଇଁ ଅଭିଶପ୍ତ ପାଲଟିଛି କୋଭିଡ ଟୀକାକରଣ । ବିନା କୌଣସି ସରକାରୀ ନିର୍ଦ୍ଦେଶରେ ନେଟୱର୍କ ସମସ୍ୟା ଯୋଗୁଁ ଜଙ୍ଗଲରେ ଦିଆଯାଉଛି ଟିକା । ଅଧିକ ପଢନ୍ତୁ...

କେନ୍ଦୁଝର: ଜନସାଧାରଣଙ୍କୁ କୋଭିଡ ଟୀକାକରଣ ପାଇଁ ଭାରତ ସରକାରଙ୍କ ଠାରୁ ଆରମ୍ଭ କରି ଓଡ଼ିଶା ସରକାରଙ୍କ ତରଫରୁ ଚାଲିଛି ଜୋରଦାର ପ୍ରସ୍ତୁତି । ଯେମିତି କେହି ବି ଜଣେ ହିତାଧିକାରୀ ଏହି ଟୀକାକରଣରୁ ବାଦ୍ ନ ପଡନ୍ତି ସେନେଇ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ଅନୁସାରେ ଅଞ୍ଚଳର ସ୍ବାସ୍ଥ୍ୟକର୍ମୀ ମାନେ ହିତାଧିକାରୀଙ୍କୁ ସଚେତନ କରାଉଛନ୍ତି ।

ଆଦର୍ଶ ଗ୍ରାମରେ ବିକଳ ଚିତ୍ର, ନେଟୱର୍କ ନଥିବାରୁ ଜଙ୍ଗଲରେ ଚାଲିଛି ଟୀକାକରଣ

କିନ୍ତୁ ଏହାର ବିଡମ୍ବନା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ପିଢାପୋଖରୀ ଗ୍ରାମରେ । କୋଭିଡ ଟୀକାକରଣ ପାଇଁ ସରକାରଙ୍କୁ ତରଫରୁ ସ୍ବତନ୍ତ୍ର ନିର୍ଦ୍ଦେଶନାମା ରହିଥିବା ବେଳେ ଏହାର ଉଲ୍ଲଙ୍ଘନ ହୋଇଥିବା ଦେଖିବାକୁ ମିଳିଛି । ସେପଟେ ଉକ୍ତ ଗ୍ରାମକୁ ଆଦର୍ଶ ଗ୍ରାମ ଭାବେ ଘୋଷଣା କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନେଟୱର୍କ ବ୍ୟବସ୍ଥା ଅପହଞ୍ଚ ହୋଇଛି । ସେଥିପାଇଁ ନାଁ ପିଲାମାନେ ଅନଲାଇନ ପାଠପଢି ପାରୁଛନ୍ତି ନାଁ କୈାଣସି ଜରୁରୀ ପରିସ୍ଥିତିରେ ଯୋଗାଯୋଗ ହୋଇ ପାରୁଛି ।

ତେବେ ଏହି ନେଟୱର୍କ ସମସ୍ୟା ପାଇଁ କୋରୋନା ଟିକା ନେବାକୁ ଗ୍ରାମରୁ ୨ କିମି ଦୂର ଜଙ୍ଗଲ ନିକଟରେ ସାମାନ୍ୟତମ ନେଟୱର୍କ ଆସୁଥିବା ଯୋଗୁଁ ସେହି ସ୍ଥାନକୁ ଲୋକମାନଙ୍କୁ ଡକାଯାଇ କରାଯାଉଛି ଟୀକାକରଣ । ନେଟୱର୍କ ପାଇଁ ଜଙ୍ଗଲ ମଧ୍ୟରେ ପାଲ ଟାଣି ଟିକା ଦିଆଯାଉଥିବା ବେଳେ ଖୁଲମଖୁଲା ଗାଇଡଲାଇନର ମଧ୍ୟ ଉଲ୍ଲଙ୍ଘନ ହେଉଥିବା ଦେଖିବାକୁ ମିଳିଛି ।

ତେବେ କେନ୍ଦୁଝର ଜିଲ୍ଲାର ଏହି ଅପହଞ୍ଚ ଇଲାକାରେ ଟିକା ନେବାକୁ ଲୋକଙ୍କ ଉତ୍ସାହ ବୃଦ୍ଧି ପାଇବା ଯୋଗୁଁ ସରକାରଙ୍କ ଗାଇଡଲାଇନ ଭୁଲି ଟିକା ଦିଆଯିବା ଘଟଣାରେ ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ପାଇଥିବା ବେଲେ ଏନେଇ କୌଣସି ଚିକିତ୍ସା ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

କେନ୍ଦୁଝରରୁ ସନ୍ତାେଷ କୁମାର ମହାପାତ୍ର, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.