ETV Bharat / state

ଛତୁ ତରକାରୀ ଖାଇ ପାରିଲେନି ସ୍ବାମୀ, ଜଙ୍ଗଲରୁ ମିଳିଲା ମୃତଦେହ

author img

By

Published : Jul 2, 2020, 4:05 PM IST

Updated : Jul 2, 2020, 7:16 PM IST

dead body found in jungle
ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁ ଜଙ୍ଗଲରୁ ଜଣେ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ହେଉଛନ୍ତି ପାଲହଟିଂର ନବୀନ ଓରଫ୍ ରାଜୁ କାରୁଆ ।

କେନ୍ଦୁଝର: ଜଙ୍ଗଲରୁ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର । କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁ ଜଙ୍ଗଲରୁ ଜଣେ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ହେଉଛନ୍ତି ପାଲହଟିଂର ନବୀନ ଓରଫ୍ ରାଜୁ କାରୁଆ । ମୃତ ରାଜୁ କାରୁଆର ମୁଣ୍ଡ ଓ ଶରୀରର ଅନ୍ୟସ୍ଥାନରେ କ୍ଷତଚିହ୍ନ ସବୁ ଦେଖିବାକୁ ମିଳିଛି ।

ମୃତକଙ୍କ ସ୍ତ୍ରୀ ପୁଷ୍ପାଞ୍ଜଳୀ କାରୁଆଙ୍କ କହିବା କଥା, ରାଜୁ ଗତକାଲି(ବୁଧବାର) ସକାଳୁ ନିକଟସ୍ଥ ଉଲିବୁରୁ ଜଙ୍ଗଲରୁ ଛତୁ ଆଣି ଘରେ ରାନ୍ଧିବାକୁ ପତ୍ନୀକୁ ଦେଇଥିଲେ । ଆଉ ପାଖାପାଖି ସକାଳ ୧୦ ଟା ବେଳେ ପୁଣି ବାହାରକୁ ଯାଇ ଆଉ ଫେରି ନଥିଲେ । ଆଜି(ଗୁରୁବାର) ସକାଳେ ଜଙ୍ଗଲକୁ କିଛି ଲୋକ ଛତୁ ଗୋଟାଇବାକୁ ଯାଇଥିବାବେଳେ ରାଜୁର ମୃତଦେହ ପଡ଼ିଥିବା ଦେଖି ସ୍ତ୍ରୀ ପୁଷ୍ପାଞ୍ଜଳୀଙ୍କୁ ଖବର ଦେଇଥିଲେ ।

ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

ଖବର ପାଇ ସ୍ତ୍ରୀ ପୁଷ୍ପାଞ୍ଜଳୀ ଓ କିଛି ସ୍ଥାନୀୟ ଲୋକଙ୍କ ସହ ଜଙ୍ଗଲକୁ ଯାଇ ଘଟଣାସ୍ଥଳରୁ ମୃତଦେହକୁ ଏକ ଖଟିଆରେ ପକାଇ ଘରକୁ ନେଇଯିବାକୁ ଚେଷ୍ଟା କରୁଥିବା ବେଳେ, କୌଣସି ସୁତ୍ରରୁ ଖବର ପାଇ ବଡ଼ବିଲ ପୋଲିସ ସେଠାରେ ପହଁଞ୍ଚିଥିଲା । ପରିବାର ଲୋକଙ୍କୁ ପଚରାଉଚରା କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ପୋଲିସ ।

ମୃତଦେହ ପଡ଼ିଥିବା ସ୍ଥାନକୁ ଅନୁଧ୍ୟାନ କରିବା ସହ କେଉଁ ପରିସ୍ଥିତିରେ ଓ କିଭଳି ଯୁବକର ମୃତ୍ୟୁ ଘଟିଲା ସେନେଇ ଛାନଭିନ୍ ଚଳାଇଛି ପୋଲିସ । ପୁଷ୍ପାଞ୍ଜଳୀ କହିବା ଅନୁଯାୟୀ, ତାଙ୍କ ସ୍ବାମୀଙ୍କୁ କେହି ହତ୍ୟା କରିଛନ୍ତି । ମୃତଦେହକୁ ଜବତ କରିବା ସହ ହତ୍ୟାକାଣ୍ଡ ନେଇ ବଡ଼ବିଲ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated :Jul 2, 2020, 7:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.