ETV Bharat / state

୫ଟି ସଚିବଙ୍କ କେନ୍ଦୁଝର ଗସ୍ତ, ବିଭିନ୍ନ ଉନ୍ନୟନ କାର୍ଯ୍ୟର କଲେ ସମୀକ୍ଷା

author img

By

Published : Jun 11, 2023, 8:42 AM IST

ଦୁଇ ଦିନିକିଆ କେନ୍ଦୁଝର ଗସ୍ତରେ ୫ଟି ସଚିବ । ଛଅଟି ନିର୍ଵାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନ କାର୍ଯ୍ୟ କରିବେ ସମୀକ୍ଷା । ଅଧିକ ପଢ଼ନ୍ତୁ

ଦୁଇ ଦିନିକିଆ କେନ୍ଦୁଝର ଗସ୍ତରେ ୫ଟି ସଚିବ
ଦୁଇ ଦିନିକିଆ କେନ୍ଦୁଝର ଗସ୍ତରେ ୫ଟି ସଚିବ

ଦୁଇ ଦିନିକିଆ କେନ୍ଦୁଝର ଗସ୍ତରେ ୫ଟି ସଚିବ

କେନ୍ଦୁଝର: ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସିଛନ୍ତି ୫ଟି ସଚିବ ବିକେ ପାଣ୍ଡିଆନ । ସେ ଏହି ଦୁଇ ଦିନିଆ କେନ୍ଦୁଝର ଗସ୍ତ ସମୟରେ ଜିଲ୍ଲାର ଛଅଟି ନିର୍ଵାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିବା ସହ ସମୀକ୍ଷା କରିବେ । ଏହି ଦୁଇ ଦିନିକିଆ ଗସ୍ତ ସମୟରେ ଶନିବାର ଦିନ ୫ଟି ସଚିବ ବିକେ ପାଣ୍ଡିଆନ ପ୍ରଥମେ ପାଟଣା ନିର୍ଵାଚନ ମଣ୍ଡଳୀର ଭୀମକୁଣ୍ଡ ଠାରେ ହେଲିକପ୍ଟର ଯୋଗେ ଓହ୍ଲାଇ ପର୍ଯ୍ୟଟନ ସ୍ଥଳର ବିକାଶ କାର୍ଯ୍ୟ ସମୀକ୍ଷା କରିଥିଲେ । ଏହାପରେ ଏସଏଚଜି ମହିଳାଙ୍କ ସହ ଆଲୋଚନା କରିଥିଲେ । ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳୀ ଭାବେ ନିର୍ମାଣ କରିବାକୁ ଘୋଷଣା କରିଥିଲେ । ପରେ ଚମ୍ପୁଆ ନିର୍ଵାଚନ ମଣ୍ଡଳୀରେ ବଡ଼ବିଲ, ଯୋଡ଼ା ଅଞ୍ଚଳରେ ବିକାଶ କାର୍ଯ୍ୟ ସମୀକ୍ଷା କରିବା ସହ କାନପୁର ଜଳସେଚନ ପ୍ରକଳ୍ପର ସମୀକ୍ଷା ମଧ୍ୟ କରିଥିଲେ ।

ଡିଏମଏଫ ସହଯୋଗରେ ନିର୍ମିତ ବୃଦ୍ଧାଶ୍ରମରେ ବୃଦ୍ଧାଙ୍କ ସହ ଭୋଜନ କରିବା ସହ ସମୟ ଅତିବାହିତ କରିଥିଲେ । ପରେ କେନ୍ଦୁଝର ସହରରେ ପ୍ରଥମେ ଓଏସଏମଇ ପଡ଼ିଆରେ ଅନୁଷ୍ଠିତ ମିଶନ ଶକ୍ତି ମହିଳାଙ୍କ ସମାବେଶରେ ଯୋଗ ଦେଇଥିଲେ । ସମାବେଶରେ ଉଦବୋଧନ ଦେଇ ସଚିବ ମହିଳା ସଶକ୍ତ ହେଲେ ରାଜ୍ୟ ଅଗ୍ରଗତି ହେବ ବୋଲି ପ୍ରକାଶ କରିଥିଲେ । ଏହାପରେ ୫ଟି ସଚିବ ଧରଣୀଧର ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଜନ ସମାବେଶରେ ଯୋଗ ଦେଇ ସାଧାରଣ ଲୋକଙ୍କ ଦରଖାସ୍ତ ଗ୍ରହଣ କରିଥିଲେ । କମ୍ୟୁନିଟି ହଲ, ଦେବସ୍ଥଳୀର ବିକାଶ, ସେତୁ ନିର୍ମାଣ ଓ ଜଳସେଚନର ଆଦିର ବିକାଶ ଯଥାଶୀଘ୍ର କରାଯିବ ବୋଲି ଘୋଷଣା କରିଥିଲେ । ସଚିବ ଅଡିଟୋରୀୟମରେ ଅନୁଷ୍ଠିତ ଜିଲ୍ଲାର ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ ମହାବିଦ୍ୟାଳୟର ବିକାଶ ପାଇଁ ପାଣ୍ଠି ଦେବା ପାଇଁ ଘୋଷଣା କରିଥିଲେ ।

ଏହି ଆଲୋଚନା ପରେ ହ୍ୟାଣ୍ଡବଲ ଗ୍ରାଉଣ୍ଡରେ ଖେଳାଳିଙ୍କ ସହ ଫଟୋ ଉଠାଇବା ସହ ପାଠ ସହ ଖେଳ ଖେଳି ରାଜ୍ୟର ଗୌରବ ଆଣିବା ପାଇଁ ପରାମର୍ଶ ଦେଇଥିଲେ । ଏହା ସହ ଖେଳର ବିକାଶ ପାଇଁ ଅର୍ଥ ବାଧକ ରହିବ ନାହିଁ ବୋଲି କହିଥିଲେ । ଏହା ପରେ ସଚିବ ବଳଦେବଜୀଉ ମନ୍ଦିର ଦର୍ଶନ ସହ ହାଡ଼ବନ୍ଧ ପୋଖରୀର ସୋନ୍ଦର୍ଯ୍ୟକରଣ ବୁଲି ଦେଖିଥିଲେ ।

ସେହିପରି ଆଜି ସେ ସକାଳୁ ସଙ୍କରପୁର ଷ୍ଟାଡିୟମ ନିରୀକ୍ଷଣ କରିଛନ୍ତି । ପରେ ଘଟଗାଁ ତାରିଣୀଙ୍କର ଦର୍ଶନ କରିବା ସହ ଜନ ସମାବେଶ କରିବା ପରେ ତେଲକୋଇ, ଆନନ୍ଦପୁର ନିର୍ଵାଚନ ମଣ୍ଡଳୀରେ ବିକାଶ କାର୍ଯ୍ୟ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମ ଦିନର ଗ୍ରସ୍ତ ସମୟରେ କେନ୍ଦୁଝର ଜିଲ୍ଲାର ଜନସାଧାରଣ ମଧ୍ୟରେ ବେଶ ଉତ୍ସାହ ଦେଖାଦେଇଥିଲା ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.