ETV Bharat / state

ବଜ୍ରାଘାତରେ 3 ମୃତ, ଜଣେ ଗୁରୁତର

author img

By

Published : Jul 17, 2019, 6:08 PM IST

Updated : Jul 17, 2019, 6:51 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ବଜ୍ରାଘାତ ଯୋଗୁଁ କେନ୍ଦୁଝର ଜିଲ୍ଲାର ପୃଥକ୍‌ ପୃଥକ୍‌ ଗାଁରେ 3ଜଣଙ୍କ ମୃତ୍ୟୁ ଘଟିଛି । ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ମାନେ ବିଲରେ କାମ କରୁଥିବା ବେଳେ ଘଟିଛି ଏହି ଅଘଟଣ ।

କେନ୍ଦୁଝର: ବଜ୍ରାଘାତ ଯୋଗୁଁ ଜିଲ୍ଲାର ପୃଥକ ପୃଥକ ଗାଁରେ 3 ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ମଧ୍ୟରେ 2 ଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି । ମୃତକ ମାନେ ହେଲେ ଠାକୁରପଡା ଗାଁର ଜୟନ୍ତୀ ମହାନ୍ତ ଓ ବଡଶିଆଳ ଗାଁର ଚୈତନ୍ୟ ମହାନ୍ତ ତାଙ୍କ ପତ୍ନୀ ମିନା ମହାନ୍ତ । ଏମାନେ ସମସ୍ତେ ବିଲରେ କାମ କରୁଥିବା ବେଳେ ବଜ୍ରାଘାତ ହେବାରୁ ମୃତ୍ୟୁ ଘଟିଛି । ସେହିପରି ଗୁରୁତର ଲାବଣ୍ୟବତୀ ମହାନ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ସୂଚନା ଅନୁଯାୟୀ, ହରିଚନ୍ଦନପୁର ଥାନା ଅନ୍ତର୍ଗତ ଠାକୁରପଡା ଗାଁର କିଛି ମହିଳା ବିଲରେ କାମ କରୁଥିବା ବେଳେ ଅଚାନକ ବର୍ଷା ହେବା ସହ ବିଜୁଳି ମାରିଥିଲା । ବିଲରେ ସମସ୍ତ ମହିଳା ପଳାଇଥିବା ବେଳେ ଏକୁଟିଆ ରହିଯାଇଥିଲେ ଜୟନ୍ତୀ । ବଜ୍ରଘାତ ଯୋଗୁଁ ସେ ଗୁରୁତର ହୋଇ ପଡିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ସେହିପରି ବଡଶିଆଡିମାଳ ଗାଁ ବିଲରେ କାମ କରୁଥିବା ବେଳେ ବଜ୍ରଘାତ ଯୋଗୁଁ ଚୈତନ୍ୟ ମହାନ୍ତ ଓ ତାଙ୍କ ପତ୍ନୀ ମୀନା ମହାନ୍ତଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଅନ୍ୟପଟେ ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଗୁଡିକ ଜବତ କରି ତଦନ୍ତ ଆରମ୍ଭ କରିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:Body:Conclusion:
Last Updated :Jul 17, 2019, 6:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.