ETV Bharat / state

୧୦ ବର୍ଷ ଶିଶୁକୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ

author img

By

Published : Oct 31, 2022, 11:00 PM IST

୧୦ ବର୍ଷ ଶିଶୁକୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ
୧୦ ବର୍ଷ ଶିଶୁକୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ

୧୦ ବର୍ଷ ଶିଶୁକୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ । କେନ୍ଦୁଝର ପୋକସୋ କୋର୍ଟର ବିଚାରପତି ଅନିଲ କୁମାର ଦତ୍ତ ଏକ ୧୦ ବର୍ଷ ଶିଶୁକୁ ଦୁଷ୍କର୍ମ ଘଟଣାର ବିଚାର କରି ରାୟ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ

କେନ୍ଦୁଝର: ୧୦ ବର୍ଷ ଶିଶୁକୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ । କେନ୍ଦୁଝର ପୋକସୋ କୋର୍ଟର ବିଚାରପତି ଅନିଲ କୁମାର ଦତ୍ତ ଏକ ୧୦ ବର୍ଷ ଶିଶୁକୁ ଦୁଷ୍କର୍ମ ଘଟଣାର ବିଚାର କରି ରାୟ ପ୍ରକାଶ କରିଛନ୍ତି । ଯୋଡା ଥାନା ଅଞ୍ଚଳରେ ୨୦୧୮ ମସିହା ଅଗଷ୍ଟ ୨୫ ତାରିଖରେ ବିସ୍କୁଟ ଦେବା ବାହାନା କରି ଶିଶୁକୁ ଜଙ୍ଗଲକୁ ଡାକି ନେଇ କିଶୋର ପିଙ୍ଗୁଆ ଦୁଷ୍କର୍ମ କରିଥିଲା । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ମାମଲାରେ ୧୬ ଜଣ ସାକ୍ଷୀ ଅଦାଲତରେ ଜମାନବନ୍ଦୀ ଦେବା ପରେ ଅଭିଯୁକ୍ତ ଦୋଷୀ ସାବ୍ଯସ୍ତ ହୋଇଥିଲା ।

୧୦ ବର୍ଷ ଶିଶୁକୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ

ଅଭିଯୁକ୍ତକୁ ୨୦ ବର୍ଷ ଜେଲ ସହିତ ୨୦ ହଜାର ଟଙ୍କା ଜୋରିମାନା କରାଯାଇଛି । ଜୋରିମାନା ଅନାଦେୟ ଅଭିଯୁକ୍ତ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବେ । ସରକାରଙ୍କ ତରଫରୁ ଏହି ମାମଲା ବରିଷ୍ଠ ଓକିଲ ଗଣେଶ ପ୍ରସାଦ ମହାପାତ୍ର ମୋକଦମା ପରିଚାଳନା କରି ପୀଡିତାକୁ ୪ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.