ETV Bharat / state

ଟ୍ରକ-ବାଇକ ମୁହାଁମୁହିଁ ଧକ୍କା, ବାଇକ ଆରୋହୀ ମୃତ୍ୟୁ

author img

By

Published : Sep 24, 2020, 8:57 PM IST

ଟ୍ରକ-ବାଇକ ମୁହାଁମୁହିଁ ଧକ୍କା,  ବାଇକ ଆରୋହୀ ମୃତ୍ୟୁ
ଟ୍ରକ-ବାଇକ ମୁହାଁମୁହିଁ ଧକ୍କା, ବାଇକ ଆରୋହୀ ମୃତ୍ୟୁ

୨୦ ନମ୍ବର ଜାତୀୟ ରାଜପଥ ଘସିପୁରା ଚିଆଁ ଢ଼ାବା ନିକଟରେ ବାଇକ ଓ ୧୨ ଚକିଆ ଟ୍ରକ ଲୁହାପଥର ଗାଡି ମୁହାଁମୁହିଁ ଧକ୍କା । ଫଳରେ ବାଇକ ଆରୋହୀ ତଳେ ପଡି ଗୁରୁତର ଆହତ ହୋଇଛନ୍ତି ।

ଆନନ୍ଦପୁର: ୨୦ ନମ୍ବର ଜାତୀୟ ରାଜପଥ ଘସିପୁରା ଚିଆଁ ଢ଼ାବା ନିକଟରେ ବାଇକ ଓ ୧୨ ଚକିଆ ଟ୍ରକ ଲୁହାପଥର ଗାଡି ମୁହାଁମୁହିଁ ଧକ୍କା । ପ୍ରାଣ ହରାଇଲେ ବାଇକ ଆରୋହୀ ।

ମୃତକ ଜଣଙ୍କ ଆନନ୍ଦପୁର ବ୍ଲକ ହରିଡାପାଳ ପଞ୍ଚାୟତ ଟୋଲଙ୍କପଡା ଗ୍ରାମର ପ୍ରମୋଦ କୁମାର ସାହୁ । ସେ ଗୁରୁବାର ସକାଳୁ ବେପାର କରି ଘରକୁ ଫେରୁଥିବା ସମୟରେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଲୁହାପଥର ବୋଝେଇ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଯାହା ଦ୍ବାରା ସେ ଘଟଣାସ୍ଥଳରେ ଅଚେତ ହୋଇ ତଳେ ପଡିଯାଇଥିଲେ । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକମାନେ ତାଙ୍କୁ ଆନନ୍ଦପୁର ମେଡିକାଲକୁ ନେଇଯାଇଥିଲେ । ସେଠାରେ ତାଙ୍କର ଅବସ୍ଥା ଗୁରୁତର ହୋଇଥିବାରୁ ଡାକ୍ତର ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ପରେ ତାଙ୍କର ମୃତ୍ୟୁ ହୋଇଛି ।

ଏ ନେଇ ସ୍ଥାନୀୟ ଯୁବକମାନେ ଗାଡିଟିକୁ ଅଟକ ରଖି ଘସିପୁରା ଥାନାକୁ ଖବର ଦେଇଥିବା ଜଣାପଡିଛି । ଗାଡିଟି ଯାଜପୁର ଅଞ୍ଚଳର ବୋଲି ଜଣାପଡିଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.