ଯୁବତୀଙ୍କ ନାଁରେ ଆକାଉଣ୍ଟ ଖୋଲି ପଠାଉଥିଲା ଅଶ୍ଳୀଳ ଫଟୋ, ବାନ୍ଧିଲା ପୋଲିସ

author img

By

Published : Sep 26, 2022, 1:35 PM IST

ଯୁବତୀଙ୍କ ନାଁରେ ଆକାଉଣ୍ଟ ଖୋଲି ପଠାଉଥିଲା ଅଶ୍ଳୀଳ ଫଟୋ, ଯୁବକଙ୍କୁ ବାନ୍ଧିଲା ପୋଲିସ

ଯୁବତୀଙ୍କ ନାଁରେ ଫେକ ଫେସବୁକ ଆକାଉଣ୍ଟ ଖୋଲିବାରୁ ଯୁବକଙ୍କୁ ଗିରଫ କଲା ରାଜକନିକା ପୋଲିସ । ଅଧିକ ପଢନ୍ତୁ

କେନ୍ଦ୍ରାପଡ଼ା: ଯୁବତୀଙ୍କ ନାଁରେ ଫେକ ଫେସବୁକ ଆକାଉଣ୍ଟ ଖୋଲି ଅଶ୍ଲୀଳ ମେସେଜ ପଠାଉଥିଲେ ଯୁବକ, ଦିନେ କି ଦୁଇ ଦିନ ନୁହଁ ଦୀର୍ଘ ୫ ବର୍ଷ ଧରି ଏଭଳି କାମରେ ଲିପ୍ତ ଥିଲେ ଯୁବକ, କାହାକୁ ଅଶ୍ଲୀଳ ଫଟୋ ତ ପୁଣି କାହାକୁ ଅଶ୍ଲୀଳ ମେସେଜ ପଠାଉ ଥିଲେ, ତାହା ପୁଣି ଯେଉଁ ଯୁବତୀଙ୍କ ନାଁରେ ଆକାଉଣ୍ଟ ଖୋଲିଥିଲେ ସେମାନଙ୍କ ସାଙ୍ଗ ସାଥୀ ଓ ସମ୍ପର୍କୀୟଙ୍କୁ । ଏହି ଘଟଣା ସାମ୍ନାକୁ ଆସିବା ପରେ ଯୁବକ ଜଣଙ୍କୁ ଗିରଫ କରିଛି ପୋଲିସ । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲାରେ । ଗିରଫ ଯୁବକ ଜଣଙ୍କ ହେଉଛି ହାତିଆ ଗାଁର ସୁମନ୍ତ ।

ଯୁବତୀଙ୍କ ନାଁରେ ଆକାଉଣ୍ଟ ଖୋଲି ପଠାଉଥିଲା ଅଶ୍ଳୀଳ ଫଟୋ, ଯୁବକଙ୍କୁ ବାନ୍ଧିଲା ପୋଲିସ

ମିିଳିଥିବା ସୂଚନା ଅନୁଯାୟୀ, ସୁମନ୍ତ ସେହି ଗ୍ରାମର ଜଣେ ଯୁବତୀଙ୍କ ନାଁରେ ଦୀର୍ଘ ୫ ବର୍ଷ ହେଲା ଫେସବୁକରେ ଏକ ଫେକ ଆକାଉଣ୍ଟ ଖୋଲି ଚାଟିଂ କରୁଥିଲା । ଯୁବତୀଙ୍କ ସାଙ୍ଗ ମାନଙ୍କୁ ଅଶ୍ଳୀଳ ମେସେଜ ଓ ଫଟୋ ପଠାଉଥିଲା । ଚଳିତବର୍ଷ ଜୁନ ମାସରେ ଯୁବତୀଙ୍କ ଜଣେ ନିକଟ ସମ୍ପର୍କୀୟଙ୍କୁ ସୁମନ୍ତ ଫେସବୁକରେ ଅଶ୍ଳୀଳ ମେସେଜ ଓ ଫଟୋ ପଠାଇବା ପରେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ ଯୁବତୀ । ଏହା ଦେଖି ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏନେଇ ସେ ଓ ତାଙ୍କ ପରିବାର ଲୋକେ ରାଜକନିକା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ୨୨୮/୨୨ରେ ମାମଲା ରୁଜ୍ଜୁ କରି IPC ୨୯୪,୫୦୬ ଓ ଆଇଟି ଆକ୍ଟ ଦଫା ୬୬(ଡି),୬୬(ସି)ରେ କେଶ ଦାଏର କରିଥିଲା । ଏହା ପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ତଦନ୍ତ ଆରମ୍ଭ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-ଲୋନ ଦେବା ଆଳରେ ଟଙ୍କା ଠକେଇ, ନକଲି ବ୍ୟାଙ୍କ କର୍ମଚାରୀ ଗିରଫ

ଏହା ପରେ ଅଭିଯୁକ୍ତକୁ ସାଇବର ସେଲ ସହଯୋଗରେ ଟ୍ରାପ କରାଯାଇ ଧରିଥିଲା ରାଜକନିକା ପୋଲିସ । ସୁମନ୍ତ ଦୀର୍ଘଦିନ ଧରି ଯୁବତୀଙ୍କ ନାଁରେ ଫେକ ଫେସବୁକ ଆକାଉଣ୍ଟ ଖୋଲି ଅଶ୍ଳୀଳ ଫଟୋ ଏଡିଟ କରି ଅନ୍ୟଙ୍କୁ ପଠାଇବା ତାର ମୁଖ୍ୟ କାମ ଥିଲା। ରାଜକନିକା ପୋଲିସ ରବିବାର ଅଭିଯୁକ୍ତ ସୁମନ୍ତକୁ ଗିରଫ କରି ତାର ମୋବାଇଲକୁ ଜବତ କରିବା ସହ କୋର୍ଟଚାଲାଣ କରିଥିବା ଜଣାପଡିଛି । ତେବେ ଏହି ଘଟଣାରେ ଆଉ କେଉଁମାନେ ସାମିଲ ଅଛନ୍ତି ସେନେଇ ଅଧିକ ତଦନ୍ତ ଜାରି ରଖିଛି ରାଜକନିକା ପୋଲିସ।

ଏନେଇ ଯୁବତୀ ଜଣଙ୍କ କହିଛନ୍ତି ଯେ, ''ମୋତେ ପାଞ୍ଚ ବର୍ଷ ହେଲା ଗୋଟିଏ ପିଲା ହଇରାଣ କରୁଥିଲା, ଫେସବୁକରେ ମୋ ନାଁରେ ଆକାଉଣ୍ଟ ଖୋଲି ମୋର ଫଟୋ ଦେଇ ସେ ଅନ୍ୟମାନଙ୍କ ସହ କଥା ହେଉଥିଲା, ମୋତେ ହଇରାଣ କରିଥିବାରୁ ମୁଁ ଏବେ ନ୍ୟାୟ ଚାହୁଁଛି '' ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.