ଲୋନ ଦେବା ଆଳରେ ଟଙ୍କା ଠକେଇ, ନକଲି ବ୍ୟାଙ୍କ କର୍ମଚାରୀ ଗିରଫ

author img

By

Published : Sep 23, 2022, 4:25 PM IST

ଲୋନ ଦେବା ଆଳରେ ଟଙ୍କା ଠକେଇ, ନକଲି ବ୍ୟାଙ୍କ କର୍ମଚାରୀ ଗିରଫ

ଲୋନ ଦେବା ଆଳରେ ଟଙ୍କା ଠକେଇ । ମିଛ ପରିଚୟ ଦେଇ ଲୋକଙ୍କୁ ଲୋନ ଦେବା ଆଳରେ ଟଙ୍କା ଠକେଇ କରୁଥିଲା ନକଲି ବ୍ୟାଙ୍କ କର୍ମଚାରୀ । ନିରୀହ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିବା ପରେ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ଭବାନୀପାଟଣା: ମୁଁ ଜଣେ ବ୍ୟାଙ୍କ ଅଧିକାରୀ... ମୁଁ ଆପଣଙ୍କ ଲୋନ କରାଇଦେବି... ମୋତେ ଟଙ୍କା ଦିଅନ୍ତୁ... ଏଭଳି ଆଳ ଦେଖାଇ କାହାଠାରୁ ଏକ ହଜାର ଟଙ୍କାତ ପୁଣି କାହାଠୁ ୧୫ଶହ ଟଙ୍କା ଠକି ନେଉଥିଲେ । ଲୋନ ଦେବା ଆଳରେ ଟଙ୍କା ଠକେଇ । ଏଜେଣ୍ଟଙ୍କ ଜରିଆରେ ଲୋକଙ୍କ ଠାରୁ ପ୍ରାୟ ଲକ୍ଷାଧିକ ଟଙ୍କାର ଚୂନ ଲଗାଇଥିଲେ । ଶେଷରେ ବନ୍ଧା ହେଲା ନକଲି ବ୍ୟାଙ୍କ କର୍ମଚାରୀ । ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲାରେ । ନକଲି ବ୍ୟାଙ୍କ କର୍ମଚାରୀ ଜଣଙ୍କ ହେଉଛନ୍ତି ଦେବେନ୍ଦ୍ର ପାଣି ।

ଲୋନ ଦେବା ଆଳରେ ଟଙ୍କା ଠକେଇ, ନକଲି ବ୍ୟାଙ୍କ କର୍ମଚାରୀ ଗିରଫ

ଏମିତି ଟଙ୍କା ଠକୁଥିଲା ନକଲି ବ୍ୟାଙ୍କ କର୍ମଚାରୀ

ଦେବେନ୍ଦ୍ର ପାଣି ନିଜକୁ ଖୋର୍ଦ୍ଧା ଜିଲ୍ଲା ବାଘମାରି ଗାଁର ୟେସ୍ ବ୍ୟାଙ୍କର ଆସିଷ୍ଟାଣ୍ଡ ମ୍ୟାନେଜର ବୋଲି ପରିଚୟ ଦେଇ ବିସ୍ତାର କରିଚାଲିଥିଲା ଠକାମୀର ସାମ୍ରାଜ୍ୟ । ଖାଲି କଳାହାଣ୍ଡି ନୁହେଁ ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ ଏହି ନେଟ୍‌ୱର୍କ ଚଳାଇଥିଲା । କୋକସରା ବ୍ଲକ ଅଞ୍ଚଳରେ କିଛି ଯୁବକ ଓ ଜଣେ ମହିଳାଙ୍କୁ ଏଜେଣ୍ଟ କରି ମଧ୍ୟ ରଖିଥିଲା ଠକ ବ୍ୟାଙ୍କ କର୍ମଚାରୀ । ଏମାନଙ୍କ ମାଧ୍ୟରେ ଲୋକଙ୍କୁ ଲୋନ ଦେବା ଆଳରେ ଟଙ୍କା ଆଦାୟ କରାଯାଉଥିଲା, ଫଳରେ ଠକାମିର ଶିକାର ହେଉଥିଲେ ନିରୀହ ଜନତା ।

ଏହା ମଧ୍ୟ ପଢନ୍ତୁ-RTO ଅଫିସକୁ ନ ଯାଇ ବି ବଦଳୁଛି ଗାଡି ମାଲିକାନା

ଜିଲ୍ଲାର କୋକସରା, ଜୟପାଟଣା ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ଜଣ ପିଛା ୨ ଲକ୍ଷ ଲୋନ କରେଇଦେବ କହି ଆକାଉଣ୍ଟ କାଗଜପତ୍ର ଓ ବୀମା ବାବଦରେ ଜଣ ପିଛା ୧୦୦୦ ରୁ ୧୫୦୦ଟଙ୍କା ଆଦାୟ କରୁଥିଲା । ଏଭଳି ଭାବେ ପ୍ରାୟ ଲକ୍ଷାଧିକ ଟଙ୍କା ଏଜେଣ୍ଟଙ୍କ ଜରିଆରେ ଆଦାୟ କରିଥିଲା । ପରେ ଲୋକଙ୍କ ବିଶ୍ଵାସ ହାସଲ କରିବାକୁ ୟେସ୍ ବ୍ୟାଙ୍କର ଆକାଉଣ୍ଟ ଓ ଏଟିଏମ କାର୍ଡ ମଧ୍ୟ ଦେଇଥିଲା । କିନ୍ତୁ ଦିନ ପରେ ଦିନ ଓ ମାସ ପରେ ମାସ ଗଡ଼ିବା ପରେ ଆଉ ଧରାଛୁଆଁ ଦେଲା ନାହିଁ କି ଫୋନ କଲେ ଆଜି ହେବ କାଲି ହେବ କହି ଦିନ ଗଡ଼ାଇ ଚାଲିଥିଲେ ଏଜେଣ୍ଟ । ପରେ ଜମାକାରୀମାନେ ଠକାମିର ଶିକାର ହୋଇଥିବା ଜାଣି ପାରି ସମସ୍ତେ ଏଜେଣ୍ଟଙ୍କୁ ଧରିବା ପାଇଁ ପୋଲିସର ଦ୍ୱରାସ୍ତ ହୋଇଥିଲେ । ପୋଲିସର ଯୋଜନା ଅନୁଯାୟୀ ଜାମାକାରୀ ମାନେ ଅଭିଯୁକ୍ତ ନକଲି ବ୍ୟାଙ୍କ କର୍ମଚାରୀକୁ ପୁଣି ୨ ଲକ୍ଷ ଟଙ୍କା ନେବାକୁ ଫୋନ କରି ଡାକିଥିଲେ । ପରେ ମାଷ୍ଟର ମାଇଣ୍ଡ ଯୁବକ ଜଣକ ଜୁନାଗଡ଼ରୁ ଏକ କାରରେ କାଉଡୋଲା ଛକକୁ ଆସିଥିଲା । ହେଲେ ଯୋଜନା ବିଷୟରେ କୌଣସି ସୂତ୍ରରୁ ଖବର ପାଇ ଫେରାର ମାରିବାକୁ ଦୃତ ଗତିରେ ଜୁନାଗଡ଼ ପଟେ ଆସୁଥିବା ବେଳେ କୋକସରା ପୋଲିସ କାରକୁ ଅଟକ ରଖି ଅଭିଯୁକ୍ତକୁ କାବୁ କରିଥିଲେ । ନକଲି ବ୍ୟାଙ୍କ କର୍ମଚାରୀର ପରିଚୟ ଦେଇଥିବା ଅଭିଯୁକ୍ତ ଯୁବକକୁ ଗିରଫ କରିବା ସହ ତଦନ୍ତ ଆରମ୍ଭ କରିଥିବା ନେଇ ପୋଲିସ ସୂଚନା ଦେଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.