ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

author img

By

Published : Jan 21, 2023, 12:52 PM IST

young man dead body found

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । କେନ୍ଦ୍ରାପଡ଼ା ରାଜନଗର ଥାନା ବାଇପାସ ରାସ୍ତା ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର । ଅଧିକ ପଢ଼ନ୍ତୁ

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

କେନ୍ଦ୍ରାପଡ଼ା: ବାଇପାସ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର । କେନ୍ଦ୍ରାପଡ଼ା ରାଜନଗର ଥାନା ବାଇପାସ ରାସ୍ତା ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତକ ଜଣକ ଚାନ୍ଦି ବାଉଁଶମୂଳ ପଞ୍ଚାୟତର ଦକ୍ଷିଣଭେଡା ଗ୍ରାମର ଲକ୍ଷ୍ମଣ ରାଉତ ହୋଇଥିବା ଜଣାପଡ଼ିଛି । ସେ ପଟ୍ଟାମୁଣ୍ଡାଇ ଠାରେ ରଡ ବାଇଣ୍ଡିଂ ମିସ୍ତ୍ରୀ ଭାବେ କାମ କରୁଥିଲେ । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ଆଜି (ଶନିବାର) ସକାଳୁ କେନ୍ଦ୍ରାପଡ଼ା ରାଜନଗର ଥାନା ଜୟଗୁରୁ ଆଶ୍ରମ ଠାରୁ ତାଳଚୁଆ ରାସ୍ତାକୁ ସଂଯୋଗ କରୁଥିବା ବାଇପାସ ରାସ୍ତା ନିକଟରେ ଏକ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଚିହ୍ନଟ କରି ଲକ୍ଷ୍ମଣଙ୍କ ପରିବାରକୁ ସୂଚନା ଦେଇଥିଲେ । ତେବେ ଯୁବକଙ୍କ ମୃତଦେହ ଗୋଟିଏ ପଟେ ମିଳିଥିବାବେଳେ ୩୦ଫୁଟରୁ ଉର୍ଦ୍ଧ୍ବ ଦୂରତା ତଥା କେନାଲ ସେପଟେ ତାଙ୍କ ବାଇକ ପଡ଼ିଥିବା ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ହାଇକୋର୍ଟରେ ଓଟିଏମ ମାମଲା: 1002ଙ୍କୁ ମିଳିଛି ବକେୟା, 1026 ଜଣଙ୍କ ମିଳୁନି ଠିକଣା

ଅନ୍ୟପଟେ ଏହା ଏହା ସୁପରିକଳ୍ପିତ ହତ୍ୟା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଲକ୍ଷ୍ମଣଙ୍କ କାନ,ନାକ ଓ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ଦେଖିବାକୁ ମିଳିଛି । ସେପଟେ ଏହି ସ୍ଥାନରେ ଏକ ବୁଲାଣି ଥିବାରୁ ଦ୍ରୁତ ଗତିରେ ଗାଡ଼ି ଚଳାଇ ଏବଂ କୁହୁଡି ଯୋଗୁଁ ଏଭଳି ଦୁର୍ଘଟଣା ଘଟି ଥାଇପାରେ ବୋଲି ସ୍ଥାନୀୟ ଲୋକେ ଆଶଙ୍କା କରୁଛନ୍ତି । ପୋଲିସ ମୃତଦେହ ଉଦ୍ଧାର କରିବା ସହ ଉକ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି । ସୂଚନା ଥାଉକି, ଏହି ନବ ନିର୍ମିତ ବାଇପାସ ରାସ୍ତାଟି ଉଦଘାଟନ ହୋଇନଥିବା ବେଳେ ଏଯାବତ ଏଠାରେ ଦୁଇଜଣଙ୍କ ପ୍ରାଣ ଗଲାଣି ବୋଲି ସୂଚନା ମିଳିଛି।

ଏହା ମଧ୍ୟ ପଢ଼ନ୍ତୁ: କେନ୍ଦ୍ରାପଡାରେ ଡ୍ରଗ୍ସ ସ୍କ୍ବାର୍ଡର ଚଢାଉ, ପାଥୋଲାବ ଓ ମେଡିସିନ ଦୋକାନ ସିଲ୍

ନିକଟରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଗଞ୍ଜା ଘାଟ ନିକଟରେ ଶ୍ରମିକଙ୍କୁ ନେଇ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବସଟି ଚାନ୍ଦବାଲିରୁ ପଟ୍ଟାମୁଣ୍ଡାଇ ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଏଥିରେ 15 ଜଣ ଶ୍ରମିକ ଆହତ ହୋଇଥିବାବେଳେ 3 ଜଣ ଗୁରୁତର ଥିଲେ । ବସରେ ମୋଟ 40ରୁ ଊର୍ଦ୍ଧ୍ବ ଶ୍ରମିକ ଥିଲେ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.