ETV Bharat / state

ପୂଜାମଣ୍ଡପରେ ଧନଦାତ୍ରୀଙ୍କ ମାଣବସା ଗୁରୁବାର

author img

By

Published : Oct 17, 2019, 5:14 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା ଥାନାପତି ପୂଜା ମଣ୍ଡପରେ ମାର୍ଗଶୀର ଗୁରୁବାର ନୁହେଁ କାର୍ତ୍ତିକ ମାଣବସା ଗୁରୁବାର ଧୂମଧାମରେ ପାଳନ କରାଯାଉଛି । ଅଧିକ ପଢନ୍ତୁ...

କେନ୍ଦ୍ରାପଡା: ଧନଦାତ୍ରୀ ଦେବୀ ମା' ଲକ୍ଷ୍ମୀଙ୍କ ପୂଜାରେ ଚଳଚଞ୍ଚଳ କେନ୍ଦ୍ରାପଡା ସହର । ରଙ୍ଗବେରଙ୍ଗ ଆଲୋକମାଳା ସହ ଆକର୍ଷଣୀୟ ତୋରଣରେ ଝଲସୁଛି ସମଗ୍ର ସହର । ହେଲେ କେନ୍ଦ୍ରାପଡା ଜିଲ୍ଲା ନୂଆ ବସଷ୍ଟାଣ୍ଡର ଥାନାପତି ପୂଜା ମଣ୍ଡପରେ ମା' ଗଜଲକ୍ଷ୍ମୀଙ୍କୁ ନିଆରା ଢଙ୍ଗରେ ପୂଜା କରାଯାଉଛି । ଏଠି ମା' ଗଜଲକ୍ଷ୍ମୀଙ୍କ ପୂଜାର ପ୍ରଥମ ଗୁରୁବାର ପାଳନ ହୁଏ କାର୍ତ୍ତିକ ମାଣଓଷା ଗୁରୁବାର । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବାସ୍ତବରେ ଏଠି ମାର୍ଗଶୀର ଗୁରୁବାର ନୁହେଁ କାର୍ତ୍ତିକ ମାଣବସା ଗୁରୁବାର ପାଳନ ହୋଇଥାଏ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ସାଧାରଣତଃ ଓଡ଼ିଆଣୀମାନେ ମାର୍ଗଶୀର ମାସର ପ୍ରଥମ ଗୁରୁବାର ଦିନ ମାଣବସା କରୁଥିବା ବେଳେ ଏଠାରେ ଲକ୍ଷ୍ମୀ ପୂଜାର ସାତଦିନ ମଧ୍ୟରେ ପଡୁଥିବା ଗୁରୁବାର ଦିନ ରାତି ୪ଟାରୁ ମାଣବସା କରାଯାଇଥାଏ । ସମ୍ପୂର୍ଣ୍ଣ ଓଡ଼ିଆ ବିଧି ଅନୁଯାୟୀ, ମା'ଙ୍କୁ ମାଣ ଖଟୁଲିରେ ବସାଯାଇ ମୂଳା, ଆଖୁ ଓ ଅନ୍ୟାନ୍ୟ ପୂଜା ସାମଗ୍ରୀରେ ସୁସଜ୍ଜିତ କରାଯାଇଥାଏ । ପରେ ମା'ଙ୍କୁ ଭୋଗ ଲଗାଯାଏ । ମଧ୍ୟାହ୍ନରେ ଦହି ପଖାଳ, ଶାଗ ଇତ୍ୟାଦି ଭୋଗ କରାଯାଉ ଥିବାବେଳେ ସନ୍ଧ୍ୟାରେ ଲକ୍ଷ୍ମୀପୁରାଣ ପାଠ କରାଯାଇ ମଣ୍ଡାପିଠା, ନୈବେଦ୍ୟ ଆଦି ଅର୍ପଣ କରାଯାଇଥାଏ । ଏହାପରେ ମା'ଙ୍କୁ ଆସ୍ଥାନରୁ ଉଠାଯାଇଥାଏ । କାର୍ତ୍ତିକ ମାସର ମା'ଙ୍କ ଏହି ମାଣଓଷା ଦେଖିବାକୁ ଖାଲି କେନ୍ଦ୍ରାପଡା ନୁହେଁ ବିଭିନ୍ନ ଜିଲ୍ଲାରୁ ମହିଳାଙ୍କ ସୁଅ ଛୁଟିଥାଏ ।

ଦୀର୍ଘ 91 ବର୍ଷ ଧରି ଏଠାରେ କାର୍ତ୍ତିକ ମାସରେ ମା'ଙ୍କ ମାଣବସା ପୂଜା ପାଳନ ହୋଇଆସୁଛି । କାହିଁ କେଉଁ କାଳରୁ ମା'ଙ୍କ ଏହି ପାରମ୍ପରିକ ଓ କୌଳିକ ସେବାର ଦାୟିତ୍ବ ସହରର ମର୍ଦ୍ଦରାଜ ପରିବାରକୁ ଦିଆଯାଇଛି । ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଷୟ, ମେଲଣ ସମୟରେ ଥାନାପତି ପୂଜା ମଣ୍ଡପର ମେଢକୁ ଗୋପାଳମାନେ କାନ୍ଧେଇ ନେବାର ପରମ୍ପରା ରହିଛି ।

ବିଭିନ୍ନତା ମଧ୍ୟରେ ଏକତା ଓ ଭାଇଚାରାର ସହର କେନ୍ଦ୍ରାପଡା । ଏଠାରେ ନଅ ଦିନ ଧରି ଧନଦାତ୍ରୀ ଦେବୀ ମା' ଗଜଲକ୍ଷ୍ମୀ ପୂଜା ପାଇଥାନ୍ତି । ଆଉ କାର୍ତ୍ତିକ ମାସରେ ମା'ଙ୍କ ମାଣଓଷା ଗୁରୁବାର ଦେଖିବାକୁ କାହିଁ କେତେ ଦୂରରୁ ଏଠାକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଆସେ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:17.10.2019
Radhakanta Mohanty, Kendrapada
Slug-od_kpr_01_gurubar osha_script_7204459
Anchor-ସଜେଇ ହୋଇଛି କେନ୍ଦ୍ରାପଡ଼ା।ସହରର ୭୦ଟି ପ୍ରମୁଖ ସ୍ଥାନରେ ଧନଦାତ୍ରୀ ଦେବୀ ମା' ଲଷ୍ମୀ ପୁଜା ପାଉଥିବା ବେଳେ ପ୍ରମୂଖ ଆକର୍ଷଣ ହୋଇଛି ସୁସଜ୍ଜିତ ତୋରଣ।ଏହା ମଧ୍ୟରେ କେନ୍ଦ୍ରାପଡା ନୂଆ ବସଷ୍ଟାଣ୍ଡରେ ପୁଜା ପାଉଥିବା ଥାନପତି ପୁଜା ମଣ୍ଡପରେ ମା ଲଷ୍ମୀଙ୍କର ପୁଜା ନିଆରା ଢଙ୍ଗରେ ପାଳନ କରାଯାଇଥାଏ।
Body:VO1-କାର୍ତ୍ତିକ ମାସରେ ମାଣବସା ଗୁରୁବାର ଓଷା।ହଁ,ଏମିତି ଏକ ନିଆରା ପୁଜା ଦେଖିବାକୁ ମିଳିଥାଏ ଥାନପତି ପୁଜା କମିଟିର ମା ଲଷ୍ମୀଙ୍କ ପୁଜାରେ।ସାଧାରଣତଃ ଓଡ଼ିଆଣୀ ମାନେ ମାର୍ଗଶିର ମାସର ପ୍ରଥମ ଗୁରୁବାରଦିନ ମାଣଓଷା କରୁଥିବା ବେଳେ ଏଠାରେ ଲଷ୍ମୀପୂଜାର ସାତଦିନ ମଧ୍ୟରେ ପଡୁଥିବା ଗୁରୁବାର ଦିନ ରାତି ୪ରୁ ମାଣଓଷା କରାଯାଇଥାଏ।ସମ୍ପୂର୍ଣ୍ଣ ଓଡ଼ିଆ ବିଧି ମୁତାବକ ମା'ଙ୍କୁ ମାଣ ଖଟୁଲିରେ ବସାଯାଇ ମୂଳା,ଆଖୁ ଓ ଅନ୍ୟାନ୍ୟ ପୁଜା ସାମଗ୍ରୀରେ ସୁସଜ୍ଜିତ କରାଯାଇଥାଏ।ପରେ ମା'ଙ୍କୁ ଭୋଗ ଲଗାଯାଏ ଓ ମଧ୍ୟାହ୍ନରେ ଦହି ପଖାଳ,ଶାଗ ଇତ୍ୟାଦି ଭୋଗ ଲାଗି କରାଯାଇ ସନ୍ଧ୍ୟାରେ ଲଷ୍ମୀପୁରାଣ ପାଠ କରାଯାଇ ମଣ୍ଡାପିଠା ନୈବେଦ୍ୟ ଅର୍ପଣ କରାଯାଇଥାଏ ଓ ଏହାପରେ ମା'ଙ୍କୁ ଆସ୍ଥାନରୁ ଉଠାଯାଇଥାଏ।ଏହି ମାଣଓଷା ପାଇଁ କେବଳ କେନ୍ଦ୍ରାପଡା ନୁହେଁ ବିଭିନ୍ନ ଜିଲ୍ଲାରୁ ମହିଳା ମାନେ ଆସି ପହଂଚିଥାନ୍ତି।
Byt-ରୋଜାଲିନ ମର୍ଦ୍ଦରାଜ(ମାଣଓଷା କରୁଥିବା ମହିଳା)
Byt-ପ୍ରମିଳା ମୁଦୁଲି(ମାଣଓଷା କରୁଥିବା ଭୁବନେଶ୍ୱର ମହିଳା)
VO2-ଏଠାରେ ମା'ଙ୍କୁ ତୁଳସୀ ପତ୍ରରେ ପୁଜା କରାଯାଇଥାଏ।ଏହି ପୁଜା ଆଜକୁ ପ୍ରାୟ ୯୧ ବର୍ଷ ହେବ ଚାଲିଆସୁଛି ବୋଲି କୁହନ୍ତି ପୁଜା କମିଟି ସମ୍ପାଦକ।ସବୁଠାରୁ ବଡ଼ କଥା ହେଉଛି ମେଳଣକୁ ଯିବା ସମୟରେ ଅନ୍ୟ ମେଢ଼ ଗୁଡିକ ବିଭିନ୍ନ ଗାଡିରେ ଯାଉଥିବା ବେଳେ ଥାନପତି ମେଢ଼କୁ ଗଉଡ଼ ମାନେ କାନ୍ଧେଇ କାନ୍ଧେଇ ନେଇଥାନ୍ତି।ମାଣଓଷା ପାଇଁ ପୂର୍ବକାଳରୁ ସହରର ମର୍ଦ୍ଦରାଜ ପରିବାରକୁ ସେବା ଯୋଗାଇ ଦିଆଯାଇଛି।ପାରମ୍ପରିକ ଓ କୌଳିକ ସେବା ଭାବେ ଏହି ପରିବାର ମା'ଙ୍କର ଗୁରୁବାର ଓଷା କରିଆସୁଥିବା କୁହନ୍ତି ମର୍ଦ୍ଦରାଜ ପରିବାର।
Byt-ଅଶୋକ କୁମାର ଲେଙ୍କା(ସମ୍ପାଦକ,ଥାନପତି ପୁଜା କମିଟି, ନୂଆ ବସଷ୍ଟାଣ୍ଡ)
Byt-ଦୟାନିଧି ମର୍ଦ୍ଦରାଜ(ଓଷା କରିବାପାଇଁ ସେବା ପାଇଥିବା ପରିବାର)
Conclusion:FVO-ତେବେ ଲଷ୍ମୀପୂଜା ଶେଷ ହେବାକୁ ଆଉ ମାତ୍ର ଦୁଇଦିନ ଥିବା ବେଳେ ବିଭିନ୍ନତା ମଧ୍ୟରେ ଏକତା ଓ ଭାଇଚାରାର ସହର କେନ୍ଦ୍ରାପଡ଼ାରେ ଅଦିନରେ ହେଉଥିବା ଏହି ପୂଜାକୁ ଦେଖିବା ପାଇଁ ବିଭିନ୍ନ ଅଞ୍ଚଳରୁ ଲୋକମାନେ ଧାଇଁ ଆସିଥାନ୍ତି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.