ETV Bharat / state

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ ଧକ୍କାରେ ଯୁବକ ମୃତ

author img

By

Published : Feb 10, 2023, 6:07 PM IST

କେନ୍ଦ୍ରାପଡା ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
କେନ୍ଦ୍ରାପଡା ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ବାଇକକୁ ଧକ୍କା ଦେଲା ଆଳୁ ବୋଝେଇ ଟ୍ରକ। ଘଟଣାସ୍ଥଳରେ ଚାଲିଗଲା ଯୁବକଙ୍କ ଜୀବନ। ଅଧିକ ପଢ଼ନ୍ତୁ

କେନ୍ଦ୍ରାପଡା: କେନ୍ଦ୍ରାପଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକକୁ ଧକ୍କା ଦେଲା ଆଳୁ ବୋଝେଇ ଟ୍ରକ । ଆଳୁ ବୋଝେଇ ଟ୍ରକ ଧକ୍କାରେ ବାଇକ ଚାଳକଙ୍କ ମୃତ ହୋଇଥିବା ସୂଚନା । ତେବେ ଚାଳକଙ୍କ ମୃତ୍ୟୁକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଛି । ଉତ୍ତେଜିତ ଲୋକେ ରାସ୍ତା ଅବରୋଧ କରିଥିଲେ । ତେବେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ବସପୁର ପୋଲ ନିକଟରେ ଘଟିଛି । ଏକ ଆଳୁ ବୋଝେଇ ଟ୍ରକ ଜଣେ ବାଇକ ଚାଳକକୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟ ଘଟିଛି । ମୃତକଙ୍କ ଘର ବସପୁର ପଞ୍ଚାୟତର ନରହରିପୁରର ଅଛୁତି ଜେନା ବୋଲି ଜଣାପଡିଛି । ଆଜି ସକାଳୁ ଅଛୁତି ବଜାରରୁ ସଉଦା କରି ଘରକୁ ଫେରୁଥିବା ବେଳେ ଟ୍ରକଟି ଧକ୍କା ଦେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା ।

ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଟ୍ରକଟିକୁ ପିଛା କରି ଯିବାରୁ ଡ୍ରାଇଭର ଜଣଙ୍କ ଟ୍ରକଟିକୁ ପ୍ରାୟ ଏକ କିଲୋମିଟର ଦୂରରେ ଛାଡି ଦେଇ ଫେରାର ହୋଇଯାଇଥିଲା । ତେବେ ବାରମ୍ବାର ଏହି ରାସ୍ତାରେ ଏଭଳି ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯାଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଲୋକମାନେ ରାସ୍ତା ଅବରୋଧ କରବା ସହ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦାବି କରିଥିଲେ । ବାରମ୍ବାର ଏପରି ଦୁର୍ଘଟଣା ଘଟୁଥିବା ବେଳେ ଜିଲ୍ଲା ପ୍ରଶାସନ କିଛି ଦୃଢ଼ କାର୍ଯ୍ଯନୁଷ୍ଠାନ ଗ୍ରହଣ କରୁନଥିବାରୁ ସାଧାରଣରେ ଆସନ୍ତୋଷ ପ୍ରକାଶ ପାଇଥିଲା ।

ପରେ ସଦର ଥାନା ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିବା ସହ ଉଭୟ ମୃତଦେହ ଓ ଟ୍ରକକୁ ଜବତ କରି ତଦନ୍ତ ଚଳାଇଛି । ଏଠାରେ ସୂଚନାଯୋଗ୍ୟ ଗତବର୍ଷ ସେପ୍ଟେମ୍ବର ମାସରେ ଏହି ରାସ୍ତାରେ ବାଲି ବୋଝେଇ ହାଇୱା ଧକ୍କାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ପରେ ସ୍ଥାନୀୟ ଉତ୍ୟକ୍ତ ଜନତା ଗାଡିକୁ ପୋଡ଼ିଦେବା ସହ ରାସ୍ତାର ଉଭୟ ପାର୍ଶ୍ୱକୁ ବନ୍ଦ କରି ଦେଇଥିଲେ। ଅନ୍ୟପଟେ ଏଭଳି ଗ୍ରାମୀଣ ରାସ୍ତାରେ ଭାରିଯାନ ଚଳାଚଳ ଉପରେ କୌଣସି କଟକଣା ନଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟି ଧନଜୀବନ କ୍ଷୟ ହେଉଥିବା ବେଳେ ପରିବହନ ବିଭାଗ କିମ୍ବା ଜିଲ୍ଲା ପ୍ରଶାସନ ଏହାର ନିରାକରଣ ପାଇଁ କୌଣସି ପଦକ୍ଷେପ ନେଉନଥିବାରୁ ଅସନ୍ତୋଷ ବୃଦ୍ଧି ପାଇଛି । ଆଜିର ଉତ୍ତେଜନାକୁ ସାମୟିକ ଭାବେ ପ୍ରଶମିତ କରାଯାଇଥିବା ବେଳେ ଆଗକୁ କଣ ରହୁଛି ପଦକ୍ଷେପ ତାହାକୁ ଅପେକ୍ଷା ।

ଇଟିଭି ଭାରତ,କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.