ETV Bharat / state

ଟିଟୋ ସହଯୋଗୀ ଜାକିର ଗିରଫ, ୩ ବର୍ଷ ହେବ ପୋଲିସକୁ ଦେଉଥିଲା ଚକମା

author img

By

Published : Oct 19, 2021, 7:07 AM IST

୩ ବର୍ଷ ପରେ ଗିରଫ ହେଲା ଗ୍ୟାଙ୍ଗଷ୍ଟାର ଟିଟୋର ସହଯୋଗୀ
୩ ବର୍ଷ ପରେ ଗିରଫ ହେଲା ଗ୍ୟାଙ୍ଗଷ୍ଟାର ଟିଟୋର ସହଯୋଗୀ

କେନ୍ଦ୍ରାପଡାରୁ କୁଖ୍ୟାତ ଅପରାଧୀ ଟିଟୋର ସହଯୋଗୀ ଜାକିର ଗିରଫ । ୩ ବର୍ଷ ହେବ ପୋଲିସ ଆଖିରେ ଧୂଳି ଦେଇ ଥିଲା ଫେରାର । ଅଧିକ ପଢନ୍ତୁ...

କେନ୍ଦ୍ରାପଡ଼ା: କୁଖ୍ୟାତ ଅପରାଧୀ ତଥା ଗ୍ୟାଙ୍ଗଷ୍ଟାର ଟିଟୋର ସହଯୋଗୀ ସୟଦ ଜାକିର ଅଲ୍ଲୀ ଗିରଫ । ବିଭିନ୍ନ ଅପରାଧିକ ମାମଲା ଅଭିଯୋଗରେ ଗତକାଲି(ସୋମବାର) କେନ୍ଦ୍ରାପଡା ଟାଉନଥାନା ପୋଲିସ ଦିଲାରପୁରରୁ ଗିରଫ କରିଛ ।

ଜାକିର ବିରୋଧରେ IPC 447/506/34 ସମେତ 25/27 ଅସ୍ତ୍ରଶସ୍ତ୍ର ମାମଲା ରହିଥିବା ବେଳେ ସେ ଗତ ୩ ବର୍ଷ ହେବ ପୋଲିସ ଆଖିରେ ଧୂଳିଦେଇ ଫେରାର ଥିଲା । କେନ୍ଦ୍ରାପଡ଼ା ଜିଲ୍ଲାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ପୁର୍ବରୁ ପୋଲିସ 'ଜିରୋ ଟଲରାନ୍ସ ଫର କ୍ରିମିନାଲ' ଡ୍ରାଇଭ ଆରମ୍ଭ କରିବା ସହ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ପାଇ ଟାଉନ ଥାନା ପୋଲିସ ଦିଲାରପୁରରେ ଚଢ଼ାଉ କରି ଟିଟୋର ସହଯୋଗୀକୁ ଗିରଫ କରିବାରେ ସଫଳ ହୋଇଛି । ଜାକିରର ଗିରଫଦାରି କେନ୍ଦ୍ରାପଡ଼ା ପୋଲିସ ପାଇଁ ଏକ ବଡ଼ ସଫଳତା ।

ପୂର୍ବରୁ ଏହି ମାମଲାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ଟିଟୋ ସମେତ 10ରୁ ଊର୍ଦ୍ଧ୍ବ ଅପରାଧୀ ଗିରଫ ହୋଇଥିଲେ । ସୂଚନାଯୋଗ୍ୟ ଚଣ୍ଡିଖୋଲ-ପାରାଦ୍ୱୀପ ଜାତୀୟ ରାଜପଥ ଗୋପ ନିକଟସ୍ଥ ଏକ ଜମିକୁ ଜୋର ଜବରଦସ୍ତ ଟିଟୋ ଏବଂ ତା'ର ସହଯୋଗୀମାନେ ଜମି ମାଲିକଙ୍କୁ ଧମକ ଦେଇ ଦଖଲ କରି ସେଠାରେ ଚିପ୍ସ, ବାଲି ଇତ୍ୟାଦି ପକାଇଥିଲେ । ଏନେଇ ଜମି ମାଲିକ ଗୋବିନ୍ଦ ମହାନ୍ତି, ସରୋଜିନୀ ମିଶ୍ର ପୋଲିସ ନିକଟରେ ଅଭିଯୋଗ କରି ବିଫଳ ହେବା ପରେ ବାଧ୍ୟହୋଇ STF(ସ୍ପେଶାଲ ଟାସ୍କ ଫୋର୍ସ)ର ଦ୍ୱାରସ୍ଥ ହୋଇଥିଲେ । STF ପୋଲିସ ଏନେଇ ତଦନ୍ତ କରିବା ପରେ ମାମଲାକୁ ଆଗକୁ ବଢ଼ାଇଥିଲା । ତେବେ ଜାକିର ଗିରଫ ପରେ ଅପରାଧ ମହଲରେ କୋକୁଆ ଭୟ ସୃଷ୍ଟି ହୋଇଛି ।


କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.