ETV Bharat / state

ମହିଳାଙ୍କୁ ଉଲଗ୍ନ କରି ମାଡ଼ ମାରିବା ଘଟଣାରେ ୩ ଗିରଫ

author img

By

Published : Apr 5, 2021, 1:26 PM IST

ମହିଳାଙ୍କୁ ଉଲଗ୍ନ କରି ମାଡ଼ ମାରିବା ଘଟଣାରେ ୩ ଗିରଫ
ମହିଳାଙ୍କୁ ଉଲଗ୍ନ କରି ମାଡ଼ ମାରିବା ଘଟଣାରେ ୩ ଗିରଫ

କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା କୋରୋ ଗାଁରେ ମହିଳାଙ୍କୁ ଉଲଗ୍ନ କରି ମାଡ ମାରିବା ଘଟଣାରେ 3 ଗିରଫ । ଅଧିକ ପଢନ୍ତୁ..

କେନ୍ଦ୍ରାପଡ଼ା: ଜିଲ୍ଲା ନିକିରାଇ ଥାନା କୋରୋ ଗାଁରେ ମହିଳାଙ୍କୁ ଉଲଗ୍ନ କରି ମାଡମାରିବା ଘଟଣା । ଘଟଣାରେ ନିକିରାଇ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିମାନେ ହେଲେ ଶରତ ଚନ୍ଦ୍ର ନାୟକ, ତାଙ୍କ ପୁଅ ମୁନା ନାୟକ ଓ ନିରଞ୍ଜନ ନାୟକ । ପୀଡିତା ମହିଳା ସୁଚିସ୍ମିତା ପ୍ରଧାନଙ୍କ ମାମୁଁ ରାଧାକାନ୍ତ ରାଉତଙ୍କ ଏତଲା ଆଧାରରେ ତଦନ୍ତ କରି ପୋଲିସ ଏହି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି l

ମହିଳାଙ୍କୁ ଉଲଗ୍ନ କରି ମାଡ଼ ମାରିବା ଘଟଣାରେ ୩ ଗିରଫ

ଏହି ମାଡ ଘଟଣାରେ ଜଣେ ମହିଳାଙ୍କ ସମେତ ମୋଟ ୮ ଜଣଙ୍କ ବିରୁଦ୍ଧରେ ପୀଡ଼ିତାଙ୍କ ମାମୁଁ ଏତଲା ଦେଇଥିଲେ l ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ପୀଡିତାଙ୍କ ସ୍ଵାମୀ ଜିତେନ୍ଦ୍ର ପ୍ରଧାନଙ୍କ ମାମୁଁ ଘର ଲୋକ l ଗତ ୨ ତାରିଖ ଦିନ ପାରିବାରିକ କଳହକୁ କେନ୍ଦ୍ରକରି ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା l ପରେ ସୁଚିସ୍ମିତାଙ୍କୁ ତାଙ୍କ ସ୍ୱାମୀଙ୍କ ମାମୁଁ ଘର ଲୋକେ ମରଣାନ୍ତକ ଆକ୍ରମଣ କରିବା ସହ ଉଲଗ୍ନ କରି ମାଡ ମାରିଥିଲେ l ମାଡ ମରା ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା l ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ୨୪ ଘଣ୍ଟା ଭିତରେ ଗିରଫ କରାଯିବ l ଏଥିପାଇଁ ୨ ଗୋଟି ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇଛି ବୋଲି ଅୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାପଡ଼ା ଏସପି ମଦକର ସମ୍ବିତ ସମ୍ପଦ୍ ସୂଚନା ଦେଇଛନ୍ତି l ମାଡ ମରା ଘଟଣାକୁ ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ୍ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ମଧ୍ଯ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସପି ସୂଚନା ଦେଇଛନ୍ତି l

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.