ETV Bharat / state

ଭିତରକନିକାରେ ବଢିଛି କୁମ୍ଭୀରଙ୍କ ସଂଖ୍ୟା, ଆସନ୍ତା ୧୨ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଉଦ୍ୟାନ

author img

By

Published : Jan 10, 2022, 9:41 PM IST

ଶେଷ ହୋଇଛି ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ କୁମ୍ଭୀର ଗଣନା । ଗତ ୨ ତାରିଖରୁ କୁମ୍ଭୀର ଗଣନା ପାଇଁ ଜାତୀୟ ଉଦ୍ୟାନ ବନ୍ଦ ରହିଥିଲା । ଅଧିକ ପଢନ୍ତୁ

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଭିତରକନିକାରେ ବଢିଛି କୁମ୍ଭୀରଙ୍କ ସଂଖ୍ୟା
ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଭିତରକନିକାରେ ବଢିଛି କୁମ୍ଭୀରଙ୍କ ସଂଖ୍ୟା

କେନ୍ଦ୍ରାପଡ଼ା: ଶେଷ ହୋଇଛି ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ କୁମ୍ଭୀର ଗଣନା । ଗତ ୨ ତାରିଖରୁ କୁମ୍ଭୀର ଗଣନା ପାଇଁ ଜାତୀୟ ଉଦ୍ୟାନ ବନ୍ଦ ରହିଥିଲା । କୁମ୍ଭୀର ବିଶାରଦ ଡ଼ଃ ସୁଧାକର କରଙ୍କ ନେତୃତ୍ବରେ ହୋଇଥିବା ଏହି ଗଣନା କାର୍ଯ୍ୟରେ ୨୨ଟି ଟିମ ଜାତୀୟ ଉଦ୍ୟାନରେ ଥିବା ବିଭିନ୍ନ ନଦୀ ଓ ନାଳ ମଧ୍ୟରେ ଗଣନା କରିଥିଲେ । ଏହି ଗଣନା ରାଜନଗର, ମହାକାଳପଡ଼ା, ଗହୀରମଥା ଓ କନିକା ରେଞ୍ଜରେ ସମ୍ପାଦନ କରାଯାଇଥିବାବେଳେ କୁମ୍ଭୀରଙ୍କ ସଂଖ୍ୟା ୧୭୮୪ ରହିଛି, ଯାହାକି ଗତବର୍ଷ ଗଣନା କରାଯାଇଥିବା ୧୭୬୮ରୁ ୧୬ଟି ଅଧିକ ।

ଏହି କୁମ୍ଭୀରମାନଙ୍କ ମଧ୍ୟରେ ଆଡ଼ଲ୍ଟ ୩୪୬, ସବ ଆଡ଼ଲ୍ଟ ୧୫, ଜୁଭେନାଇଲ ୩୩, ଇଅରଲିଙ୍ଗ ୩୭, ସବୁଠାରୁ ଛୋଟ ଅର୍ଥାତ ହାଚଲିଙ୍ଗ ସଂଖ୍ୟା ୫୬୪ ବୋଲି ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ । ଅନ୍ୟପଟେ ଚଳିତବର୍ଷ ଜାତୀୟ ଉଦ୍ୟାନ ଭିତରକନିକାରେ ବଉଳା କୁମ୍ଭୀରଙ୍କ ସଂଖ୍ୟା ବଢିଥିବାରୁ ପରିବେଶବିତମାନେ ଖୁସି ବ୍ୟକ୍ତ କରିଛନ୍ତି । ତେବେ କୁମ୍ଭୀର ଗଣନା ପାଇଁ ଗତ ୨ ତାରିଖରୁ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିଥିବା ଭିତରକନିକା ଜାତୀୟ ଉଦ୍ୟାନ ଆସନ୍ତା ୧୨ ତାରିଖ ଠାରୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିବ । କୁମ୍ଭୀର ଗଣନା ପାଇଁ ଡଙ୍ଗାଗୁଡିକ ସମସ୍ୟା ସୃଷ୍ଟି କରୁଥିବାରୁ ଗଣନା କାର୍ଯ୍ୟ ସୂଚାର ରୂପେ ସମ୍ପାଦନ ପାଇଁ ପର୍ଯ୍ୟଟକଙ୍କ ପାଇଁ ଜାତୀୟ ଉଦ୍ୟାନ ଏହି ସମୟରେ ବନ୍ଦ ରହିଥାଏ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.