ETV Bharat / state

ଭିତରକନିକା ବୁଲିଲେ ତେଲେଙ୍ଗାନା ବନବିଭାଗ ଏକାଡେମୀର ୩୫ ପ୍ରଶିକ୍ଷାର୍ଥୀ

author img

By

Published : Nov 29, 2022, 9:13 AM IST

ଭିତରକନିକା ଜାତୀୟ ଉଦ୍ୟାନରେ ଜ୍ଞାନ ଆହରଣ ପାଇଁ ତେଲେଙ୍ଗାନା ରାଜ୍ୟର ୩୫ ପ୍ରଶିକ୍ଷାର୍ଥୀ
ଭିତରକନିକା ଜାତୀୟ ଉଦ୍ୟାନରେ ଜ୍ଞାନ ଆହରଣ ପାଇଁ ତେଲେଙ୍ଗାନା ରାଜ୍ୟର ୩୫ ପ୍ରଶିକ୍ଷାର୍ଥୀ

ହେନ୍ତାଳ ବଣରୁ ଶିକ୍ଷା ନେଲେ ତେଲେଙ୍ଗାନା ରାଜ୍ୟ ବନବିଭାଗ ଏକାଡେମୀର ୩୫ ଜଣ ରେଞ୍ଜର ଶିକ୍ଷାର୍ଥୀ । ଜଙ୍ଗଲ କିପରି ଜୈବ ବିବିଧତାକୁ ରକ୍ଷା କରୁଛି ସେ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ । ଅଧିକ ପଢନ୍ତୁ

କେନ୍ଦ୍ରାପଡା: ଭିତରକନିକା ଜାତୀୟ ଉଦ୍ୟାନକୁ ଦିନିକିଆ ଗସ୍ତ କରି ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ବିଶ୍ବର ଦ୍ଵିତୀୟ ସର୍ବବୃହତ ହେନ୍ତାଳ ବଣରୁ ଶିକ୍ଷା ନେଲେ ତେଲେଙ୍ଗାନା ରାଜ୍ୟ ବନବିଭାଗ ଏକାଡେମୀର ୩୫ ଜଣ ରେଞ୍ଜର ଶିକ୍ଷାର୍ଥୀ । ଏହି ଶିକ୍ଷାର୍ଥୀ ଦଳ ଭିତରକନିକା ଜାତୀୟ ଉଦ୍ୟାନରେ ପହଞ୍ଚିବା ପରେ ପ୍ରତିନିଧି ଦଳ ପ୍ରଥମେ ଗୋରୀ କୁମ୍ଭୀରକୁ ଦେଖିଥିଲେ । ପରେ ହେନ୍ତାଳ ଜଙ୍ଗଲ କିପରି ଜୈବ ବିବିଧତାକୁ ରକ୍ଷା କରୁଛି ସେ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ ।

ଭିତରକନିକା ଜାତୀୟ ଉଦ୍ୟାନରେ ଜ୍ଞାନ ଆହରଣ ପାଇଁ ତେଲେଙ୍ଗାନା ରାଜ୍ୟର ୩୫ ପ୍ରଶିକ୍ଷାର୍ଥୀ
ଭିତରକନିକା ଜାତୀୟ ଉଦ୍ୟାନରେ ଜ୍ଞାନ ଆହରଣ ପାଇଁ ତେଲେଙ୍ଗାନା ରାଜ୍ୟର ୩୫ ପ୍ରଶିକ୍ଷାର୍ଥୀ

ବର୍ତ୍ତମାନ ସମୟରେ ବଙ୍ଗୋପସାଗର କୂଳରେ ଥିବା ରାଜନଗର ଓ ମହାକାଳପଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ଗଢି ଉଠିଥିବା ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ହେବା ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲା । ଏହା ପରେ ଏଗୁଡ଼ିକୁ ଉଚ୍ଛେଦ କରାଯାଇ ସେହି ସ୍ଥାନ ମାନଙ୍କରେ ନୂତନ ହେନ୍ତାଳ ବଣ ସୃଷ୍ଟି କରାଯାଉଥିବା ସମ୍ପର୍କରେ ଅବଗତ ହୋଇଥିଲେ ଏହି ଶିକ୍ଷାର୍ଥୀ । ସେହିପରି ହେନ୍ତାଳ ଜଙ୍ଗଲ ସୃଷ୍ଟି ହେବା ପାଇଁ ଉଭୟ ଲୁଣି ଓ ମଧୁର ଜଳର ଆବଶ୍ୟକତା ରହିଥିବାବେଳେ ଏହି ଜଙ୍ଗଲ ବାତ୍ୟା ପ୍ରତିରୋଧକାରୀ ହୋଇଥିବା ସମ୍ପର୍କରେ ପ୍ରଶିକ୍ଷାର୍ଥୀଙ୍କୁ ଅବଗତ କରାଇଥିଲେ ଫରେଷ୍ଟ ଗାର୍ଡ ସୁନୀଲ ରଞ୍ଜନ ରାଉତରାୟ ଓ ବୈଜ୍ଞାନିକ ତଥା ଗବେଷଣା ସହାୟକ ପ୍ରସନ୍ନ କୁମାର ନାୟକ ।

ଏଥିସହ ନିରାକାର ବେହେରା ଓ ଯଶୋବନ୍ତ ବେହେରା ପ୍ରଶିକ୍ଷାର୍ଥୀ ମାନଙ୍କୁ ଭିତରକନିକା ସମ୍ପର୍କରେ ଯଥେଷ୍ଟ ଗବେଷଣାତ୍ମକ ତଥ୍ୟ ପ୍ରଦାନ କରିଥିଲେ । ତେବେ ସନ୍ଧ୍ୟାରେ ଏହି ପ୍ରଶିକ୍ଷାର୍ଥୀ ଦଳ ଫେରିଥିବାବେଳେ, ଭିତରକନିକା ଜାତୀୟ ଉଦ୍ୟାନ ସମ୍ପର୍କରେ ଦେଶ ଓ ବିଦେଶର ଛାତ୍ରଛାତ୍ରୀମାନଙ୍କ ବିଷୟରେ ଜିଜ୍ଞାସା ବଢୁଥିବା ଦେଖି ବେଶ ଖୁସି ହୋଇଛନ୍ତି ଜିଲ୍ଲାବାସୀ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.