ETV Bharat / state

ଶିକ୍ଷକ ବଦଳି ବାତିଲ ଦାବିରେ ସ୍କୁଲ ତାଲା ପକାଇଲେ ଛାତ୍ରଛାତ୍ରୀ

author img

By

Published : Aug 31, 2022, 12:00 PM IST

ଆଳି ଶିକ୍ଷା ମଣ୍ଡଳ ଅଧୀନ ସିଙ୍ଗିରି ଗ୍ରାମ ପଞ୍ଚାୟତ ନୋଡାଲ ବିଦ୍ୟାଳୟରେ ଶିକ୍ଷକ ବଦଳି ବାତିଲ ଓ ନୂତନ ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟ ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

Nodal school strike by student in Ali
ନୋଡାଲ ବିଦ୍ୟାଳୟ ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀ

କେନ୍ଦ୍ରାପଡା: ଶିକ୍ଷକ ବଦଳି ବାତିଲ ଓ ନୂତନ ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟ ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଆଳି ଶିକ୍ଷା ମଣ୍ଡଳ ଅଧୀନ ସିଙ୍ଗିରି ଗ୍ରାମ ପଞ୍ଚାୟତ ନୋଡାଲ ବିଦ୍ୟାଳୟରେ । ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ବିଦ୍ୟାଳୟ ଗୁଡିକୁ ରୂପାନ୍ତରୀକରଣ କରି କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି କଥା ଭୁଲିଯାଉଛନ୍ତି।ଫଳରେ ଛାତ୍ରଛାତ୍ରୀମାନେ ଶିକ୍ଷାଲାଭରୁ ବଞ୍ଚିତ ହେଉଛନ୍ତି ।

ନୋଡାଲ ବିଦ୍ୟାଳୟ ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀ

ସୂଚନା ଅନୁଯାୟୀ, ଜଣେ ଶିକ୍ଷକ ଅନ୍ୟତ୍ର ବଦଳି ହୋଇଥିବାରୁ ଛାତ୍ରଛାତ୍ରୀ ବିଦ୍ୟାଳୟ ଫାଟକ ଆଗରେ ଶିକ୍ଷକ ବଦଳିକୁ ବିରୋଧ କରିବା ସହ ନୂତନ ନିଯୁକ୍ତି ଦାବି କରି ଧାରଣାରେ ବସି ରହିଛନ୍ତି । ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୪୫ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ସେଠାରେ ମାତ୍ର ପାଞ୍ଚ ଜଣ ଶିକ୍ଷକ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ଶିକ୍ଷକ ପର୍ଶୁରାମ ବେହେରାଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ଯାହା ବିଦ୍ୟାଳୟରେ ଶିକ୍ଷକ ଅଭାବ ସମୟରେ ବଦଳିକୁ ନେଇ ଅସନ୍ତୋଷର କାରଣ ପାଲଟିଛି । ଏନେଇ ଛାତ୍ରଛାତ୍ରୀ ବିଦ୍ୟାଳୟ ଫାଟକରେ ତାଲା ପକାଇ ଶିକ୍ଷକଙ୍କ ବଦଳିକୁ ବାତିଲ କରିବା ପାଇଁ ଅଡ଼ି ବସିଛନ୍ତି ।

ଖବର ପାଇ ଆଳି ଅତିରିକ୍ତ ଶିକ୍ଷା ଅଧିକାରୀ ପବନି କୁମାର ରାଉତ ଘଟଣା ସ୍ଥଳରେ ପହଞ୍ଚି ଧାରଣାରେ ବସିଥିବା ଛାତ୍ରଛାତ୍ରୀ ଓ ବିଦ୍ୟାଳୟ କମିଟିର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ । ଏହି ବଦଳି ବିଷୟରେ ଅତିରିକ୍ତ ଶିକ୍ଷା ଅଧିକାରୀ ପବନି କୁମାର ରାଉତଙ୍କୁ ପଚାରିବାରୁ ବଦଳି ଶିକ୍ଷକକୁ ପାଖ ବିଦ୍ୟାଳୟକୁ ପାଞ୍ଚ ମାସ ପାଇଁ ପଠାଯାଇଛି ବୋଲି କହିଛନ୍ତି।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.