ETV Bharat / state

ଶୂନ୍ୟ ମୃତ୍ୟୁ ସପ୍ତାହ: କେନ୍ଦ୍ରାପଡାରେ ବର୍ଷାନୁବର୍ଷ ବଢୁଛି ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା

author img

By ETV Bharat Odisha Team

Published : Dec 7, 2023, 8:36 PM IST

ରାଜ୍ୟ ପାଳୁଛି ଶୂନ୍ୟ ମୃତ୍ୟୁ ସପ୍ତାହ: କେନ୍ଦ୍ରାପଡା ଜିଲ୍ଲାରେ ବର୍ଷାନୁବର୍ଷ ବଢୁଛି ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା
ରାଜ୍ୟ ପାଳୁଛି ଶୂନ୍ୟ ମୃତ୍ୟୁ ସପ୍ତାହ: କେନ୍ଦ୍ରାପଡା ଜିଲ୍ଲାରେ ବର୍ଷାନୁବର୍ଷ ବଢୁଛି ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା

କେନ୍ଦ୍ରାପଡା ଜିଲ୍ଲାରେ ଫେଲ ମାରିଛି ‘ଶୂନ୍ୟ ମୃତ୍ୟୁ ସପ୍ତାହ’ ପାଳନ । ହ୍ରାସ ପାଇବା ବଦଳରେ ବର୍ଷାନୁବର୍ଷ ବଢୁଛି ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା । କାର୍ଯ୍ୟରେ ଅବହେଳା କରୁଛନ୍ତି ଆରଟିଓ ଅଫିସ । ଅଧିକ ପଢନ୍ତୁ

‘ଶୂନ୍ୟ ମୃତ୍ୟୁ ସପ୍ତାହ’ ପାଳୁଛି ରାଜ୍ୟ: କେନ୍ଦ୍ରାପଡା ଜିଲ୍ଲାରେ ବର୍ଷାନୁବର୍ଷ ବଢୁଛି ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା

କେନ୍ଦ୍ରାପଡା: ରାଜ୍ୟ ସରକାର ସଡକ ନିରାପତ୍ତା ପାଇଁ ପାଳନ କରୁଛନ୍ତି ଜିରୋ ଫର୍ଟାଲିଟି ୱିକ ବା ‘‘ଶୂନ୍ୟ ମୃତ୍ୟୁ ସପ୍ତାହ ।’’ କେବଳ ରାଜ୍ୟସ୍ତରରେ ନୁହେଁ ବରଂ ଜିଲ୍ଲାସ୍ତରରେ ମଧ୍ୟ ଏହି ସପ୍ତାହ ପାଳନ ଜାରି ରହିଛି । କେନ୍ଦ୍ରାପଡା ଜିଲ୍ଲାରେ ମଧ୍ୟ ଏହି ଶୂନ୍ୟ ମୃତ୍ୟୁ ସପ୍ତାହକୁ ପାଳନ କରାଯାଉଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଅଲଗା । କେବଳ ଚଳିତବର୍ଷ ନଭେମ୍ବର ମାସ ଶେଷ ସୁଦ୍ଧା ସରକାରୀ ତଥ୍ୟରେ ମୃତ୍ୟୁ ସଂଖ୍ୟା ଶହେ ଦର୍ଶାଯାଇଥିବା ବେଳେ ବେସରକାରୀ ତଥ୍ୟ ଜୁନ ମାସ ସୁଦ୍ଧା ଦେଢ଼ ଶହରୁ ଅଧିକ ରହିଛି ବୋଲି କୁହାଯାଉଛି ।


କେନ୍ଦ୍ରାପଡା ଜିଲ୍ଲାରେ ଏହି ସପ୍ତାହ ପାଇଁ ଉଭୟ ପରିବହନ ବିଭାଗ ଓ ପୋଲିସ ପ୍ରଶାସନ ପକ୍ଷରୁ ସଚେତନତା ସୃଷ୍ଟି କରାଯାଉଛି ହେଲେ "ପ୍ରଚାର ପ୍ରବଳ କାମ ଦୁର୍ବଳ" ସ୍ଥିତିରେ ଏବେ ଜିଲ୍ଲାରେ ଦୁର୍ଘଟଣା ବଢିଛି । ତଥ୍ୟ ଓ ସୂଚନାନୁଯାୟୀ,କେବଳ ୨୦୨୨ ରେ ସରକାରୀ ତଥ୍ୟ ଅନୁଯାୟୀ ପାରାଦ୍ୱୀପ-ଚଣ୍ଡିଖୋଲ ୫୩ ନମ୍ବର ଜାତୀୟ ରାଜପଥରେ ୨୩ଜଣ,୯ନଂ(କ) କଟକ-ଚାନ୍ଦବାଲି ରାଜ୍ୟ ରାଜପଥରେ ୨୩ ଜଣ ଓ ଅନ୍ୟାନ୍ୟ ଗ୍ରାମାଞ୍ଚଳରେ ୫୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁର୍ଘଟଣା ସଂଖ୍ୟା ରହିଥିଲା ୯୫ ଏବଂ ସର୍ବମୋଟ ମୃତ୍ୟୁ ସଂଖ୍ୟା ୧୦୪ ରହିଥିଲା ।

ଯେତେବେଳେ କି ବେସରକାରୀ ତଥ୍ୟ ଅନୁଯାୟୀ ସଡକ ଦୁର୍ଘଟଣା ସଂଖ୍ୟା ୨୦୨୨ରେ ରହିଥିଲା ୨୭୧। ଅନ୍ୟପଟେ ଚଳିତବର୍ଷ ନଭେମ୍ବର ମାସ ଶେଷ ସୁଦ୍ଧା ପରିବହନ ବିଭାଗ ତଥ୍ୟ ଅନୁଯାୟୀ,କେନ୍ଦ୍ରାପଡ଼ା ଜିଲ୍ଲାରେ ଜାତୀୟ ରାଜପଥରେ ୨୯ ଦୁର୍ଘଟଣାରେ ୩୦ ଜଣ, ରାଜ୍ୟ ରାଜପଥରେ ୨୯ ଦୁର୍ଘଟଣାରେ ୩୦ ଜଣ ଓ ଅନ୍ୟ ଗ୍ରାମାଞ୍ଚଳଗୁଡିକରେ ୫୯ ଦୁର୍ଘଟଣାରେ ୬୦ ଜଣଙ୍କୁ ମିଶାଇ ସର୍ବମୋଟ ୧୨୦ ଜଣ ପ୍ରାଣ ହରାଇଛନ୍ତି । ଯାହାକି ଜିଲ୍ଲାରେ ବିପର୍ଯ୍ୟସ୍ତ ରାସ୍ତାଘାଟ ଓ ବେପରୁଆ ଗାଡିଚାଳନା ଯୋଗୁଁ ଦୁର୍ଘଟଣା ହେଉଥିବା କୁହାଯାଇଛି।ତେବେ ଏସବୁ ଦୁର୍ଘଟଣା ପାଇଁ ବିଭାଗ ଡ୍ରାଇଭର ମାନଙ୍କୁ ମୁଖ୍ୟତଃ ଦାୟୀ କରୁଥିବା ବେଳେ ଡ୍ରାଇଭର ମହାସଂଘ ରାସ୍ତା ଓ ଘରୋଇ ଗାଡି ଚଳାଉଥିବା ବାବୁମାନଙ୍କୁ ଦାୟୀ କରିଛନ୍ତି ।


କେବଳ ବର୍ଷ ୨୦୨୨ ରେ ଜିଲ୍ଲା ପରିବହନ ବିଭାଗ ଓଭରଲୋଡ଼, ଓଭରସ୍ପିଡ,ଡ୍ରଙ୍କେନ୍ ଡ୍ରାଇଭିଂ,ମାଲବାହୀ ଗାଡ଼ିରେ ଯାତ୍ରୀ ପରିବହନ, ଗାଡି ଚାଳନା ବେଳେ ମୋବାଇଲ ଫୋନ ବ୍ୟବହାର, ବିନା ସିଟ ବେଲ୍ଟରେ ଗାଡିଚାଳନା ଏବଂ ବିନା ହେଲାମେଟରେ ବାଇକ ଡ୍ରାଇଭିଂ ପାଇଁ ମୋଟ ୧୩୯୫ ଜଣଙ୍କର ଡ୍ରାଇଭିଂ ଲାଇସେନ୍ସ ରଦ୍ଧ କରିଛି । ୨୦୨୩ ଅକ୍ଟୋବର ମାସ ସୁଦ୍ଧା ୧୩୮୭ ଜଣଙ୍କର ଲାଇସେନ୍ସ ରଦ୍ଧ କରାଯାଇଥିବା ସୂଚନା ଦେଇଛନ୍ତି ପରିବହନ ଅଧିକାରୀ । ସେହିପରି ରାସ୍ତା ଉପରେ ବେଆଇନ ଟ୍ରକ ଓ ଅନ୍ୟାନ୍ୟ ଗାଡି ପାର୍କିଂ, ରାସ୍ତାସାରା ଖାଲଖମା ଓ ବିଶେଷକରି ଲକ୍ଷ୍ୟହୀନ ପଦକ୍ଷେପ ଯୋଗୁଁ ଏହି ଶୂନ୍ୟ ମୃତ୍ୟୁ ସପ୍ତାହ ଫଳପ୍ରଦ ହୋଇ ପାରୁନାହିଁ ବୋଲି ଅଭିଯୋଗ କରିଛନ୍ତି ସଡକ ନିରାପତ୍ତା କମିଟି ସଦସ୍ୟ ।

ସେହିପରି ଅନ୍ୟ ଏକ ସୂଚନା ମୁତାବକ ପୋଲିସ ଆଉ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଟାର୍ଗେଟ ପୂରଣ କରିବାରେ ବିଫଳ ହେଉଛି l ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଥର ଦୁର୍ଘଟଣା ହାର କମାଇବାକୁ ନିର୍ଦ୍ଦେଶ ଦିଆଯାଉଛି l ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ପୋଲିସ, ଆରଟିଓ ଏହି ଟାର୍ଗେଟ ପୂରଣ କରିବା ବଦଳରେ ଦୁର୍ଘଟଣାରେ ମୃତ୍ୟୁହାର ବଢ଼ୁଥିବା ନେଇ ଚିନ୍ତା ପ୍ରକଟ କରାଯାଇଛି l


ପ୍ରତ୍ୟେକ ବର୍ଷ ଘଟୁଥିବା ଦୁର୍ଘଟଣାର ୧୦ ପ୍ରତିଶତ କମାଇବାକୁ ନିର୍ଦ୍ଦେଶ ରହୁଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାରେ ଗତ ୨୦୧୮ ମସିହାରେ କେନ୍ଦ୍ରାପଡାରେ ୮୬ଟି ଦୁର୍ଘଟଣା ଘଟିଥିଲା ବେଳେ ୧୧୫ ଜଣକ ମୃତ୍ୟୁ ହୋଇଥିଲା l ସେହିପରି ୨୦୧୯ରେ ୮୩ଟି ଦୁର୍ଘଟଣା ହୋଇଥିବାବେଳେ ୧୩୫ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହାବାଦ ୨୦୨୦ରେ ୧୦୫ଟି ଦୁର୍ଘଟଣା ହୋଇଥିବା ବେଳେ ୧୦୮ଜଣଙ୍କ ମୃତ୍ୟୁ ହୋଇଥିଲା । ୨୦୨୧ ତୁଳନାରେ ୨୦୨୨ରେ ୧୧ ପ୍ରତିଶତରୁ ଉର୍ଦ୍ଧ୍ଵ ଦୁର୍ଘଟଣା ହାର ବଢିଥିଲା l ୨୦୨୧ ତଥ୍ୟ ଅନୁଯାୟୀ କେନ୍ଦ୍ରାପଡ଼ାରେ ୨୪୪ଟି ଦୁର୍ଘଟଣା ଘଟିଥିବା ବେଳେ ସେଥିରୁ ୯୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୮୨ ଜଣ ଗୁରୁତର ଆହତ ହୋଇଥିଲେ । ଜିଲ୍ଲାରେ ୨୦୨୨ରେ ୨୭୧ଟି ଦୁର୍ଘଟଣା ଘଟିଥିଲା । ସେଥିରେ ୧୦୯ ଜଣ ପ୍ରାଣ ହରାଇଥିଲେ ଓ ଓ ୧୯୭ ଜଣ ଗୁରୁତର ଆହତ ହୋଇଥିଲେ ।

ତେବେ ୨୦୨୧ ତୁଳନାରେ ୨୦୨୨ରେ ଦୁର୍ଘଟଣା ୧୧ ପ୍ରତିଶତ ବଢ଼ିଥିବାବେଳେ ସମାନ ସଂଖ୍ୟକ ମୃତ୍ୟହାର ମଧ୍ଯ ବଢିଥିଲା l ୨୦୨୩ରେ ମିଳିଥିବା ତଥ୍ୟ ଅନୁଯାୟୀ ନଭେମ୍ବର ମାସ ପର୍ଯ୍ୟନ୍ତ ୧୧୭ଟି ଦୁର୍ଘଟଣା ଘଟିଛି l ଏହି ଦୁର୍ଘଟଣାରେ ୧୨୦ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଦୁର୍ଘଟଣା ହାର କମ ହୋଇଥିଲେ ମଧ୍ୟ ୨୦୨୩ରେ ଗତ ୩ ବର୍ଷ ମଧ୍ୟରେ ସର୍ବାଧିକ ମୃତ୍ୟୁହାର ବଢ଼ିଥିବା ନେଇ ସୂଚନା ମିଳିଛି । ଦୁର୍ଘଟଣା ତଥ୍ଯ ଅନୁଯାୟୀ ରାଜ୍ୟରେ ୩ ପ୍ରତିଶତ କମିଥିବା ତଥ୍ଯ କହୁଛି l

ତେବେ କେନ୍ଦ୍ରାପଡ଼ା ଜିଲ୍ଲାରେ ଦୁର୍ଘଟଣାରେ ମୃତ୍ୟୁହାର କାହିଁକି ବଢିବାରେ ଲାଗିଛି ତାହା କେହି ଦେଖୁନାହାନ୍ତି l ଦୁର୍ଘଟଣା ଆଉ ଦୁର୍ଘଟଣାଜନିତ ମୃତ୍ୟୁ ହ୍ରାସ କରିବାକୁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଲୋକଙ୍କ ଯାତୟତ ସଡ଼କରେ କିପରି ସୁରକ୍ଷିତ ହେବ ସେ ନେଇ ରାସ୍ତା ନିର୍ମାଣ କରାଯାଉଛି । ଆଉ ଦୁର୍ଘଟଣାର ମାତ୍ରା କମାଇବାକୁ ଦାମୀ ଦାମୀ ଯନ୍ତ୍ରପାତି ଆରଟିଓ, ପୋଲିସକୁ ଦିଆଯାଉଛି । ନୂତନ ଟ୍ରାଫିକ ପୋଷ୍ଟ ମଧ୍ୟ ନିର୍ମାଣ କରାଯାଉଛି । ହେଲେ ଦୁର୍ଘଟଣା ଆଉ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା କମିବା ବଦଳରେ ଦୈନିକ ବଢି ଚାଲିଛି ।

ଇଣ୍ଟରସେପ୍ଟର ଭଳି ଅତ୍ୟାଧୁନିକ ଗାଡି, ବ୍ରେଥ୍ ଆନାଲାଇଜର୍‌, ବ୍ୟାରିକେଡ୍ ବାବଦରେ ପ୍ରଚୁର ଅର୍ଥ ଖର୍ଚ୍ଚ କରାଯାଉଥିଲେ କେନ୍ଦ୍ରାପଡ଼ାରେ ଦୁର୍ଘଟଣା ଆଉ ଦୁର୍ଘଟଣା ଜନିତ ମୃତ୍ୟୁ କମିବାର ନା ନେଉନି । ଦୁର୍ଘଟଣାର ନିରାକରଣ ସମ୍ପର୍କରେ ଓ ମୃତ୍ୟୁ ସଂଖ୍ୟା ଉଦ୍‌ବେଗଜନକ ନେଇ ଚିନ୍ତା ପ୍ରକଟ କରାଯାଇଛି । ଦୁର୍ଘଟଣା ମୃତ୍ୟୁବରଣ ସଂଖ୍ୟା କମାଇବା, ମୂଲ୍ୟବାନ ଜୀଵନ ବଞ୍ଚାଇବା ପାଇଁ ଜିଲ୍ଲାରେ ଟ୍ରାଫିକ ନିୟମ ଉଲଙ୍ଘନକାରୀ ବିରୋଧରେ ଜିରୋ ଟଲେରାନ୍ସ ଡେ’ ପାଳନ ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାଛଡ଼ା ଦୁର୍ଘଟଣାରେ ମୃତ୍ୟୁହାର ଶୁନ କରିବା ଦିଗରେ ଜିରୋ ଫାଟାଲିଟ ଡେ ଡ଼ିସେମ୍ବର ୧ରୁ ୭ରେ ପାଳନ କରାଯାଉଛି । ଜିଲ୍ଲାପାଳ ଆଉ ଏସପି ନିଜେ ଏହାକୁ ପରିଚାଳନା କରିବା ସହ କେମିତି ଦୁର୍ଘଟଣା ରୋକିହେବ ସେନେଇ ସଫଳତା ପାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ :- 8 ଭାରତୀୟ ପୂର୍ବତନ ନୌସେନାଧିକାରୀଙ୍କୁ କତାରରେ ମୃତ୍ୟୁ ଦଣ୍ଡାଦେଶ

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆଞ୍ଚଳିକ ପରିବହନ ଅଫିସଗୁଡିକ ନିଜ କାର୍ଯ୍ୟକୁ ଠିକ୍ ଭାବେ ପରିଚାଳନା ଓ ତଦାରଖ କରୁ ନ ଥିବା ଅଭିଯୋଗ ହେଉଛି । ଏନଫୋର୍ସମେଣ୍ଟ ବାବଦରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟଗୁଡିକୁ ଦିଆଯାଉଥିବା ଲକ୍ଷ୍ୟ ପୂରଣ ମଧ୍ୟ ହୋଇନି । ଯାହା ଦୁର୍ଘଟଣାର ଏକ ପ୍ରମୁଖ କାରଣ ବୋଲି ଦର୍ଶାଯାଉଛି । ଏନଫୋର୍ସମେଣ୍ଟ କ୍ଷେତ୍ରରେ ଜିଲ୍ଲାର ପ୍ରଦର୍ଶନ ଅତ୍ୟନ୍ତ ନିରୁତ୍ସାହଜନକ ବୋଲି ସୂଚନା ମିଳିଛି । ନିର୍ଦ୍ଦେଶ ଅନୁଯାୟୀ, ଶହେ ପ୍ରତିଶତ ଟାର୍ଗେଟରୁ କେନ୍ଦ୍ରାପଡା ଆଞ୍ଚଳିକ ପରିବହନ, ପୋଲିସ, ଆଉ ଟ୍ରାଫିକ ମିଳିତ ଭାବେ ମଧ୍ୟ ଦିଆଯାଇଥିବା ଟାର୍ଗେଟର ଅଧା ମଧ୍ୟ ପୂରଣ କରିପାରୁନାହାନ୍ତି । ଫଳରେ ଦୁର୍ଘଟଣା ସଂଖ୍ୟା ଦିନକୁ ଦିନ ବଢୁଛି ବୋଲି ଦେଖିବାକୁ ମିଳୁଛି l ଏହି ତଥ୍ୟ ଦେଖିବା ପରେ ଯେ କେହି ମଧ୍ୟ କହିବ ସରକାର କୋଟି କୋଟି ଟଙ୍କା ଅର୍ଥ ଖର୍ଚ୍ଚ କରୁଛନ୍ତି, କିନ୍ତୁ ତାର ସଠିକ ବିନିଯୋଗ ହୋଇନପାରିବା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।


ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.