ETV Bharat / state

ନିପନ-ଆସେଲ ମିତ୍ତଲ ଷ୍ଟିଲ ପ୍ଲାଣ୍ଟ ପାଇଁ ଡିସେମ୍ବରରୁ ଆରମ୍ଭ ହେବ ଜନଶୁଣାଣି: ଶିଳ୍ପମନ୍ତ୍ରୀ

author img

By ETV Bharat Odisha Team

Published : Nov 30, 2023, 4:39 PM IST

Updated : Nov 30, 2023, 5:05 PM IST

କେନ୍ଦ୍ରାପଡାରେ ନିପନ-ଆସେଲ ମିତ୍ତଲ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ନେଇ ଡିସେମ୍ବରରୁ ଆରମ୍ଭ ହେବ ଜନଶୁଣାଣି । ଶିଳ୍ପମନ୍ତ୍ରୀ ଦେଲେ ସୂଚନା । ଅଧିକ ପଢନ୍ତୁ

Minister Pratap Keshari Deb
Minister Pratap Keshari Deb

ନିପନ-ଆସେଲ ମିତ୍ତଲ ଷ୍ଟିଲ ପ୍ଲାଣ୍ଟ ପାଇଁ ଡିସେମ୍ବରରୁ ଆରମ୍ଭ ହେବ ଜନଶୁଣାଣି: ଶିଳ୍ପମନ୍ତ୍ରୀ

ଭୁବନେଶ୍ବର: କେନ୍ଦ୍ରାପଡାରେ ନିପନ-ଆସେଲ ମିତ୍ତଲ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ନେଇ ପ୍ରକ୍ରିୟା ଜୋରଦାର କରିଛନ୍ତି ରାଜ୍ୟ ସରକାର । ଜମି ଅଧିଗ୍ରହଣ ପାଇଁ ଡିସେମ୍ବରରୁ ଆରମ୍ଭ ହେବ ଜନଶୁଣାଣି । ଏନେଇ ରାଜ୍ୟ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ହେଉଛନ୍ତି । ସେହିପରି ଡିସେମ୍ବର କିମ୍ବା ଜାନୁଆରୀ ସୁଦ୍ଧା ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ମିଳିଯିବ ପରିବେଶ ମଞ୍ଜୁରୀ । ଏନେଇ ସୂଚନା ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ ।

ଶିଳ୍ପ ମନ୍ତ୍ରୀ କହିଛନ୍ତି, "କେନ୍ଦ୍ରାପଡାରେ ନିପନ-ଆସେଲ ମିତ୍ତଲ ଷ୍ଟିଲ ପ୍ଲାଣ୍ଟ ପାଇଁ ନିବେଶ ହେବ ପ୍ରାୟ ୧ ଲକ୍ଷ ୧୬ ହଜାର କୋଟି । ଶିଳ୍ପ ପ୍ରତିଷ୍ଠା ଲାଗି ଆବେଦନ ହୋଇଛି ପରିବେଶ ମଞ୍ଜୁରୀ । ଆଶା ଅଛି ଡିସେମ୍ବର କିମ୍ବା ଜାନୁଆରୀ ସୁଦ୍ଧା ମିଳିଯିବ ଆବଶ୍ୟକୀୟ ପରିବେଶ ମଞ୍ଜୁରୀ । ପରିବେଶ ମଞ୍ଜୁରୀ ପ୍ରକ୍ରିୟା ପାଇଁ ସମୟ ଲାଗେ ୬ରୁ ୮ ମାସ । ସେହିପରି ଜମି ଅଧିଗ୍ରହଣ ପାଇଁ ଡିସେମ୍ବରରୁ ଆରମ୍ଭ ହେବ ଜନଶୁଣାଣି । ଏହା ପରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଜୋର ଧରିବ । ରାଜ୍ୟ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଏ ନେଇ ପ୍ରସ୍ତୁତ ହେଉଛନ୍ତି ।"

ଏହା ବି ପଢନ୍ତୁ- ପ୍ଲାଣ୍ଟ ପାଇଁ ଜମି ଅଧିଗ୍ରହଣରେ ଭେଦଭାବ ଅଭିଯୋଗ, ନିରପେକ୍ଷ ମାପ ପାଇଁ ଦାବି

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "୨୦୨୨ ଡିସେମ୍ବରରେ ୧୦ ଲକ୍ଷ ୪୮ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ହସ୍ତଗତ ହୋଇଥିଲା । ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ୭୪୬ଟି ଆବେଦନ ମିଳିଥିଲା । ସେଥିମଧ୍ୟରୁ ୪୬୬ଟି ଶିଳ୍ପକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୨ଟି ଅଥୋରିଟିର ବୈଠକ ବସି ଏହି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ଅନୁମୋଦିତ ୪୬୬ଟି ଶିଳ୍ପରୁ ୯୦ଟି ଗ୍ରାଉଣ୍ଡେଡ ହେଲାଣି । ୨୦୨୩ ଡିସେମ୍ବର ସୁଦ୍ଧା ୧୯ ପ୍ରତିଶତ ଶିଳ୍ପ ଗ୍ରାଉଣ୍ଡେଡ ହୋଇଛି । ଯଦି ଏହି ପ୍ରକ୍ରିୟା ଏମିତି ଚାଲେ ତେବେ ଆଶା ଆସନ୍ତା ମେକ ଇନ୍‌ ଓଡ଼ିଶା ପୂର୍ବରୁ ୪୦ ପ୍ରତିଶତ ଶିଳ୍ପ ଗ୍ରାଉଣ୍ଡେଡ ହେବ ।"

ବିଶେଷ କରି ହାଇଡ୍ରୋଜେନ-ଅମୋନିଆ ଶିଳ୍ପ ଉପରେ ଗୁରୁତ୍ବ ରହୁଛି । ୨୦୩୦ ସୁଦ୍ଧା ଭାରତର ୩୦ ପ୍ରତିଶତ କାର୍ବନ ଏମିଶନ କମେଇବାକୁ ଚେଷ୍ଟା ଚାଲିଛି । ଗୋପାଳପୁର, ଝାରସୁଗୁଡା ଓ କଳିଙ୍ଗନଗରରେ ଗ୍ରାଉଣ୍ଡିଙ୍ଗ ଆରମ୍ଭ ହୋଇସାରିଛି । ଇଡ୍କୋ ପାର୍କ ମଧ୍ୟରେ ସ୍ଥାନ ମିଳିଗଲେ, ଶିଳ୍ପ ତୁରନ୍ତ ଆରମ୍ଭ ହେଇଯାଉଛି । ଗତ HLCAରେ ପ୍ରାୟ ୮୪ ହଜାର କୋଟିର ବୃହତର ପ୍ରକଳ୍ପକୁ ଅନୁମୋଦନ ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Nov 30, 2023, 5:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.