ETV Bharat / state

ହାଇସ୍କୁଲରେ ସାମିଲ ହେବ ଯୁକ୍ତ ଦୁଇ, ଉତ୍ସାହିତ ଅଞ୍ଚଳବାସୀ

author img

By

Published : Oct 18, 2022, 10:11 AM IST

ହାଇସ୍କୁଲରେ ସାମିଲ ହେବ ଯୁକ୍ତ ଦୁଇ, ଉତ୍ସାହିତ ଅଞ୍ଚଳବାସୀ
ହାଇସ୍କୁଲରେ ସାମିଲ ହେବ ଯୁକ୍ତ ଦୁଇ, ଉତ୍ସାହିତ ଅଞ୍ଚଳବାସୀ

ରାଜନଗର ବ୍ଲକର ଡାଙ୍ଗମାଳ ନାଗାନାରାୟଣ ହାଇସ୍କୁଲରେ ସାମିଲ ହେବ ଯୁକ୍ତ ଦୁଇ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଅଧିକ ପଢନ୍ତୁ

କେନ୍ଦ୍ରାପଡା: ହାଇସ୍କୁଲରେ ସାମିଲ ହେବ ଯୁକ୍ତ ଦୁଇ । ରାଜନଗର ବ୍ଲକର ଡାଙ୍ଗମାଳ ନାଗାନାରାୟଣ ହାଇସ୍କୁଲରେ ଏଣିକି ଯୁକ୍ତ ଦୁଇ ପିଲା ମଧ୍ୟ ପାଠ ପଢିବେ ।ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଠାରେ ଚଳିତ ୨୦୨୨-୨୩ ଶିକ୍ଷା ବର୍ଷ ଠାରୁ ଯୁକ୍ତ ଦୁଇ କଳା ବିଭାଗରେ ଆରମ୍ଭ ହେବ ପାଠପଢା ।

ସୂଚନା ଅନୁଯାୟୀ, ରାଜ୍ୟର ୨୬ଟି ଜିଲ୍ଲାର ୪୩ଟି ହାଇସ୍କୁଲର ଉନ୍ନତିକରଣ କରାଯାଇ ଉଚ୍ଚ ମାଧ୍ୟମିକ ସ୍କୁଲ କରାଯାଇଛି । ତେବେ ଏଥିରେ ରହିଛି କେନ୍ଦ୍ରାପଡା ଜିଲ୍ଲାର ୨ଟି ସ୍କୁଲ । ସେଥି ମଧ୍ୟରୁ ରାଜନଗର ଡାଙ୍ଗମାଳ ସ୍ଥିତ ନାଗାନାରାୟଣକୁ ଚୟନ କରାଯାଇଛି । ତେବେ ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଡାଙ୍ଗମାଳ ସଂଲଗ୍ନ ୯ ଟି ପଞ୍ଚାୟତରେ ଖୁସିର ଲହରି ଖେଳିଯାଇଥିବା ସହ ଏନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ହାଇସ୍କୁଲରେ ସାମିଲ ହେବ ଯୁକ୍ତ ଦୁଇ, ଉତ୍ସାହିତ ଅଞ୍ଚଳବାସୀ

ତେବେ ଏହି ବୈଠକରେ ନାଗା ନାରାୟଣ ଉଚ୍ଚ ବିଦ୍ୟାଳୟର ସଭାପତି କାର୍ତ୍ତିକ ବେହେରା, ପୂର୍ବତନ ଅଧକ୍ଷ ଜୟରାମ ସେଠୀ ,ଜିଲ୍ଲା ପରିଷଦଙ୍କ ପ୍ରତିନିଧି ଲକ୍ଷ୍ମୀଧର ବାରିକ, ପୂର୍ବତନ ଉପାଧ୍ୟକ୍ଷ ସୁଦର୍ଶନ ଦାସ, ଜିଲ୍ଲା ପରିଷଦ ସଦସ୍ୟା ଖୁକୁମୀନା କୁଅଁର, କୃଷ୍ଣନଗର ସରପଞ୍ଚ ନନ୍ଦଦୁଲାଲ ପରିଡା ଓ ଖମାରସାହି ପଞ୍ଚାୟତର ସରପଞ୍ଚ ଅନୁସୂୟା ବିଶ୍ଵାଳ ପ୍ରଭୃତି ଏହି ବୈଠକରେ ଉପସ୍ଥିତ ରହିଥିଲେ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ବିଧାୟକ ଧୃବ ସାହୁଙ୍କୁ ଅଞ୍ଚଳ ବାସୀଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏଥିସହ ଏହିଯୁକ୍ତ ଦୁଇ କଳା ଶ୍ରେଣୀ ଖୋଲା ଗଲେ ଉପାନ୍ତ ଅଞ୍ଚଳରେ ନାନା ଅସୁବିଧା ହେତୁ ଅଧାରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀ ଅନେକ କ୍ଷେତ୍ରରେ ଲାଭ ପାଇବେ ବୋଲି ଆଶା କରିଛନ୍ତି ଗ୍ରାମବାସୀ ।

ସେହିପରି ସୂଚନା ଥାଉକି, ଜନ୍ମଦିନରେ ବୌଦ୍ଧ ଜିଲ୍ଲାର ଦୁଇଟି 5T ରୂପାନ୍ତରୀତ ବିଦ୍ୟାଳୟରେ ଯୁକ୍ତ ଦୁଇ ସାମିଲ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଏହାକୁ ନେଇ ବିଭିନ୍ନ ମହଲରୁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ ସମୁଦାୟ ୪୨ ଗୋଟି ଉଚ୍ଚ ବିଦ୍ୟାଳୟ 5T ଅଧିନରେ ରୂପାନ୍ତରୀତ ହୋଇସାରିଥିବାବେଳେ, ବର୍ତ୍ତମାନ ଜିଲ୍ଲାର ବ୍ରାହ୍ମଣୀପାଲି ଉଚ୍ଚ ବିଦ୍ୟାଳୟ ଓ ସାଧୁଚରଣ ଉଚ୍ଚ ବିଦ୍ୟାଳୟରେ ଯୁକ୍ତ ଦୁଇ ଭଳି ମାଧ୍ୟମିକ ଶିକ୍ଷାକୁ ସଂଲଗ୍ନ କରାଯାଇଥିବା ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.