ETV Bharat / state

କୋଭିଡ ହସ୍ପିଟାଲରୁ ଯୁବକଙ୍କ ଆକୁଳ ନିବେଦନ, ମୋତେ ଅକ୍ସିଜେନ ସିଲିଣ୍ଡର ଦିଅ...

author img

By

Published : May 16, 2021, 7:30 PM IST

ଅକ୍ସିଜେନ ସିଲିଣ୍ଡର ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ନିବେଦନ କରୁଥିଲେ ମଧ୍ୟ କେହି ତାଙ୍କ କଥା ଶୁଣୁନଥିବା ଏକ ଭିଡିଓ ମାଧ୍ୟମରେ ଆକୁଳ ନିବେଦନ କରି କହୁଛନ୍ତି ରୋଗୀ ଉମେଶ । ଅଧିକ ପଢନ୍ତୁ...

କୋଭିଡ ହସ୍ପିଟାଲରୁ ଯୁବକଙ୍କ ଆକୁଳ ନିବେଦନ, ମୋତେ ଅକ୍ସିଜେନ ସିଲିଣ୍ଡର ଦିଅ...
କୋଭିଡ ହସ୍ପିଟାଲରୁ ଯୁବକଙ୍କ ଆକୁଳ ନିବେଦନ, ମୋତେ ଅକ୍ସିଜେନ ସିଲିଣ୍ଡର ଦିଅ...

କେନ୍ଦ୍ରାପଡ଼ା: ସମ କୋଭିଡ ହସ୍ପିଟାଲରୁ ଅକ୍ସିଜେନ ସିଲିଣ୍ଡର ପାଇଁ ଆକୁଳ ନିବେଦନ କଲେ ରୋଗୀ । ଗତ ୧୨ରେ ସରଙ୍ଗ ଗାଁର ଯୁବକ ଉମେଶ ପ୍ରଧାନ କୋଭିଡ ଆକ୍ରାନ୍ତ ହେବାପରେ ଓ ଅକ୍ସିଜେନ ସ୍ତର ତଳକୁ ଆସିବାରୁ ଛତାସ୍ଥିତ ସମ୍ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ପ୍ରତ୍ୟେକ ଦିନ ତାଙ୍କର ଅକ୍ସିଜେନ ସ୍ତର ତଳକୁ ଖସୁଥିବାବେଳେ ଅକ୍ସିଜେନ ସିଲିଣ୍ଡର ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ନିବେଦନ କରୁଥିଲେ ମଧ୍ୟ କେହି ତାଙ୍କ କଥା ଶୁଣୁନଥିବା ଏକ ଭିଡିଓ ମାଧ୍ୟମରେ ଆକୁଳ ନିବେଦନ କରି କହୁଛନ୍ତି ଉମେଶ ।

କୋଭିଡ ହସ୍ପିଟାଲରୁ ଯୁବକଙ୍କ ଆକୁଳ ନିବେଦନ, ମୋତେ ଅକ୍ସିଜେନ ସିଲିଣ୍ଡର ଦିଅ...

ଗତ 14ରେ ଉମେଶଙ୍କୁ ଏକ କନସେନଟ୍ରେଟର ଦିଆଯାଇଥିଲା । ଏଯାବତ ସିଲିଣ୍ଡର ନ ମିଳିବା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତାକୁ ପ୍ରମାଣିତ କରୁଛି । ଅପରପକ୍ଷରେ ରବିବାର ଦିନ 11ଟାରେ ହସ୍ପିଟାଲରେ ଥିବା ଜଣେ ମାତ୍ର ଡାକ୍ତର ତାଙ୍କୁ ଦେଖି କର୍ମଚାରୀଙ୍କୁ ଅକ୍ସିଜେନ ସିଲିଣ୍ଡର ଯୋଗାଇଦେବା ପାଇଁ କହିଥିଲେ । ଏପର୍ଯ୍ୟନ୍ତ କୌଣସି କର୍ମଚାରୀ କିମ୍ବା ଡାକ୍ତର ତାଙ୍କୁ ସିଲିଣ୍ଡର ଯୋଗାଇନଦେବା ନେଇ ଦୁଃଖ ଓ କ୍ଷୋଭ ପ୍ରକାଶ କରିଛନ୍ତି ଉମେଶ ।

ବର୍ତ୍ତମାନ ଉମେଶଙ୍କ ଅକ୍ସିଜେନ ସ୍ତର ୮୦-୮୫ ମଧ୍ୟରେ ସୀମିତ ରହୁଥିବା ଜଣାପଡିଛି । ଯଦି ତାଙ୍କୁ ଅକ୍ସିଜେନ ସିଲିଣ୍ଡର ଯୋଗାଇ ଦିଆଯାଇପାରନ୍ତା ତେବେ ସେ ବଞ୍ଚିଯାଇ ପାରନ୍ତେ ବୋଲି ଭିଡିଓ ମାଧ୍ୟମରେ ନିବେଦନ କରିଛନ୍ତି । ସେପଟେ କୋଭିଡ ଆକ୍ରାନ୍ତଙ୍କୁ ଅତିଶୀଘ୍ର ଅକ୍ସିଜେନ ସିଲିଣ୍ଡର ଯୋଗାଇ ଦେବାକୁ ଦାବି କରିଛନ୍ତି ସାମାଜିକ କର୍ମୀ ପ୍ରତାପ ମହାନ୍ତି । କୌଣସି ଆକ୍ରାନ୍ତଙ୍କୁ ଅକ୍ସିଜେନ ଅଭାବରେ ରହିବାକୁ ଦିଆଯିବ ନାହିଁ ବୋଲି ରାଜ୍ୟ ସରକାର କହୁଥିବାବେଳେ ସମ ହସ୍ପିଟାଲ କର୍ତ୍ତୃପକ୍ଷ କିପରି ଏଭଳି ଦାୟିତ୍ୱହୀନ କାର୍ଯ୍ୟ କରୁଛନ୍ତି, ସେନେଇ ପ୍ରଶ୍ନ ଉଠାଇଛନ୍ତି ପ୍ରତାପ ।


କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.