ETV Bharat / state

ମାସ ମାସ ଧରି ଖାଲି ପଡିଛି ପଦବୀ, ଶିକ୍ଷକ ନିଯୁକ୍ତି ଦାବିରେ ରାସ୍ତାରୋକ ସହ ସ୍କୁଲ୍‌ରେ ପଡ଼ିଲା ତାଲା

author img

By

Published : Aug 11, 2023, 7:48 PM IST

ବର୍ଷବର୍ଷ ଧରି ଖାଲି ପଡ଼ିଛି ବିଦ୍ୟାଳୟରେ ଶିକ୍ଷକ ପଦବୀ । ଶିକ୍ଷକ ନିଯୁକ୍ତିକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

ଖାଲି ପଡିଛି ସ୍କୁଲରେ ଶିକ୍ଷକ ପଦବୀ, ଧାରଣାରେ ବସିଲେ ଛାତ୍ରଛାତ୍ରୀ
ଖାଲି ପଡିଛି ସ୍କୁଲରେ ଶିକ୍ଷକ ପଦବୀ, ଧାରଣାରେ ବସିଲେ ଛାତ୍ରଛାତ୍ରୀ

ଖାଲି ପଡିଛି ସ୍କୁଲରେ ଶିକ୍ଷକ ପଦବୀ, ଧାରଣାରେ ବସିଲେ ଛାତ୍ରଛାତ୍ରୀ

କେନ୍ଦ୍ରାପଡା: ଶିକ୍ଷା କ୍ଷେତ୍ରକୁ ଉନ୍ନତ କରିବା ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ପ୍ରତ୍ୟେକ ବର୍ଷ ବଜେଟରେ ଅଧିକ ଟଙ୍କା ଶିକ୍ଷାର ବିକାଶ ପାଇଁ ଖର୍ଚ୍ଚ କରାଯାଉଥିବା ଦର୍ଶାଯାଉଛି । ଶିକ୍ଷାକୁ ସବୁଠାରୁ ବେଶି ଅନୁଦାନ ମିଳୁଥିବା ସରକାର ଡିଣ୍ଡିମ ପିଟୁଛନ୍ତି । ହେଲେ ଏହାର ପ୍ରକୃତ ଚିତ୍ର ଅତ୍ୟନ୍ତ ବିକଳ । ବିଭିନ୍ନ ସ୍କୁଲରେ ଶିକ୍ଷକଙ୍କ ଅଭାବକୁ ନେଇ ଛାତ୍ରଛାତୀ ଓ ଅଭିଭାବକଙ୍କ ପକ୍ଷରୁ ଧାରଣା ଦେଖିବକୁ ମିଳୁଛି । ସ୍କୁଲ୍‌ରେ ଶିକ୍ଷକ ଅଭାବ କାରଣରୁ ଛାତ୍ରଛାତ୍ରୀ ଶିକ୍ଷାରୁ ବଞ୍ଚିତ ହୋଉଥିବା ଅଭିଯୋଗ କରିଛନ୍ତି । ଶିକ୍ଷକ ଅଭାବକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ ।

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ବିଦ୍ୟାଳୟଗୁଡି଼କରେ ଶିକ୍ଷକଙ୍କ ଅଭାବ ଥିବା କାରଣରୁ ଛାତ୍ରୀଛାତ୍ରୀ ଉତ୍ତମ ଶିକ୍ଷାରୁ ବଞ୍ଚିତ ହେଉଥିବା ଅଭିଭାବକ ଅଭିଯୋଗ କରିଛନ୍ତି । ସ୍କୁଲ୍‌ରେ ଶିକ୍ଷକ ନଥିବା ବେଳେ ଶିକ୍ଷକଙ୍କ ବଦଳକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଆଳି ବ୍ଲକ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ବଡ଼ଆଙ୍କୋ ଗ୍ରାମରେ ଶିକ୍ଷକ ବଦଳିକୁ ନେଇ ଦୁଇ ଦିନ ପୂର୍ବରୁ ସ୍କୁଲରେ ତାଲା ପକାଇ ଅଭିଭାବକମାନେ ଆନ୍ଦୋଳନ କରିଥିଲେ । ଅତିରିକ୍ତ ତହସିଲଦାର ମାନସ ରଞ୍ଜନ ସ୍ୱାଇଁ ଘଟଣାସ୍ଥଳରେ ପହଞ୍ଚି ବଦଳି ହେବ ନାହିଁ ବୋଲି ପ୍ରତିଶୃତି ଦେଇଥିଲେ । 9 ତାରିଖରେ ଶିକ୍ଷକଙ୍କ ବଦଳି ହେବା ପରେ ଗୁରୁବାର 4 ଘଣ୍ଟା ଧରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତାଲା ପକାଇଥିଲେ ଅଭିଭାବକ । ଶିକ୍ଷା ଅଧିକାରୀଙ୍କ ସମେତ ଅନ୍ୟ କର୍ମଚାରୀ ଭିତରେ ଫସି ରହିଥିବା ବେଳେ ପରେ ପୋଲିସ ସହାୟତାରେ ସେମାନଙ୍କୁ ବାହାରକୁ ଅଣାଯାଇଥିଲା ।

ଅଧିକ ପଢନ୍ତୁ: ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ପଡିଲା ତାଲା, ଗଛ ମୂଳରେ ବସିଲେ ପିଲା

ସେହିପରି ଆଳି ବ୍ଲକର କେତୁଆପାଳ ହିଞ୍ଜଳ ଗୋପବନ୍ଧୁ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ ଛାତ୍ରଛାତ୍ରୀମାନେ ଗୋବିନ୍ଦପୁର-କେତୁଆପାଳ-ସିଂହପୁର ରାସ୍ତାରୋକ କରିଥିଲେ । ବିଦ୍ୟାଳୟରେ 410 ଜଣ ଛାତ୍ରଛାତ୍ରୀ ପାଠ ପଢ଼ାଉଥିବା ବେଳେ ଗଣିତ ଓ ସଂସ୍କୃତ ଶିକ୍ଷକ ପଦ ଖାଲି ପଡିଥିବା ଅଭିଯୋଗ କରିଥିଲେ ଛାତ୍ରଛାତ୍ରୀ । ତୁରନ୍ତ ଶିକ୍ଷକ ନିଯୁକ୍ତି ନକଲେ ଅଗକୁ ରାଜପଥ ଉପରେ ଧାରଣା ଦେବାର ଚେତାବନୀ ଦେଇଥିଲେ ଛାତ୍ରୀଛାତ୍ରୀ । ରାସ୍ତାରୋକ ଖବର ପାଇ ଆଳି ପୋଲିସ ଓ ଗୋବିନ୍ଦପୁର ଫାଣ୍ଡି ପୋଲିସ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିବା ପରେ ଆନ୍ଦୋଳନରୁ ଓହରି ଥିଲେ ଛାତ୍ରୀଛାତ୍ରୀ । ପ୍ରଧାନ ଶିକ୍ଷୟିତ୍ରୀ କହିଥିଲେ "ସ୍କୁଲ୍‌ରେ ଶିକ୍ଷକ ସମସ୍ୟା ରହିଛି । ମୁଁ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେଇଛି । ସେମାନେ ସ୍କୁଲକୁ ତୁରନ୍ତ ଶିକ୍ଷକ ନିଯୁକ୍ତି କଲେ ପାଠପଢା ସୂଚାରୁ ଢଙ୍ଗରେ ହୋଇପାରିବ ।"

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.