ETV Bharat / state

ଗ୍ରେଡ ପେ ବୃଦ୍ଧି ଦାବିରେ ଅମଲା ସଂଘର ଆନ୍ଦୋଳନ, ସାମିଲ ହେଲେ ୩୩ ବିଭାଗର ଶତାଧିକ ଅମଲା

author img

By

Published : Nov 15, 2022, 9:35 PM IST

ରାସ୍ତାକୁ ଓହ୍ଲାଇଲା ଓଡ଼ିଶା ଅମଲା ସଂଘ । ଗ୍ରେଡ ପେ ବୃଦ୍ଧି ଦାବିରେ ଅମଲା ସଂଘର ଆନ୍ଦୋଳନ । ସମାନ କାମକୁ ସମାନ ଦରମା ଦାବି ନେଇ ଆଜି ମଧ୍ୟାହ୍ନରେ ଶତାଧିକ ଅମଲା ହାତରେ ପ୍ଲାକାର୍ଡ ଧରି ଗ୍ରେଡ ପେ ବୃଦ୍ଧି ଦାବି କରିଥିଲେ । ଅଧିକ ପଢ଼ନ୍ତୁ

ଗ୍ରେଡ ପେ ବୃଦ୍ଧି ଦାବିରେ ଅମଲା ସଂଘର ଆନ୍ଦୋଳନ, ସାମିଲ ହେଲେ ୩୩ ବିଭାଗର ଶତାଧିକ ଅମଲା
ଗ୍ରେଡ ପେ ବୃଦ୍ଧି ଦାବିରେ ଅମଲା ସଂଘର ଆନ୍ଦୋଳନ, ସାମିଲ ହେଲେ ୩୩ ବିଭାଗର ଶତାଧିକ ଅମଲା

କେନ୍ଦ୍ରାପଡ଼ା : ଗ୍ରେଡ ପେ ବୃଦ୍ଧି ଦାବିରେ ଅମଲା ସଂଘର ଆନ୍ଦୋଳନ । ଗ୍ରେଡ ପେ ବୃଦ୍ଧି ଦାବିରେ ରାସ୍ତାକୁ ଓହ୍ଲାଇଲା ଓଡ଼ିଶା ଅମଲା ସଂଘ । ସମାନ କାମକୁ ସମାନ ଦରମା ଦାବି ନେଇ ଆଜି ମଧ୍ୟାହ୍ନରେ ଶତାଧିକ ଅମଲା ହାତରେ ପ୍ଲାକାର୍ଡ ଧରି ଗ୍ରେଡ ପେ ବୃଦ୍ଧି ଦାବି କରିଥିଲେ । ଓଡ଼ିଶା ଅମଲା ସଂଘର କର୍ମକର୍ତ୍ତାମାନେ ଏକ ଶୋଭଯାତ୍ରାରେ ଟାଉନ ହାଇସ୍କୁଲ ସମ୍ମୁଖରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚି ଗ୍ରେଡପେ ବୃଦ୍ଧି ପାଇଁ ସ୍ଲୋଗାନ ଦେଇଥିଲେ ।

ଗ୍ରେଡ ପେ ବୃଦ୍ଧି ଦାବିରେ ଅମଲା ସଂଘର ଆନ୍ଦୋଳନ, ସାମିଲ ହେଲେ ୩୩ ବିଭାଗର ଶତାଧିକ ଅମଲା

ଏହି ଅବସରରେ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ଦିଆଯାଇଛି । ରାଜ୍ୟ ସଂଘର ଏହି ନିର୍ଦ୍ଦେଶକ୍ରମେ ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଜଳସେଚନ, ପୂର୍ତ୍ତ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ୩୩ଟି ବିଭାଗରେ ଜିଲ୍ଲାରେ କାର୍ଯ୍ୟରତ ଶତାଧିକ କର୍ମଚାରୀ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ।

ଜିଲ୍ଲାସ୍ତରୀୟ ଅମଲାଙ୍କ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଥାଇ ମଧ୍ୟ ଗୋତି ଶ୍ରମିକ ଭଳି ସେମାନଙ୍କୁ କାର୍ଯ୍ୟ କରିବାକୁ ପଡୁଛି । ଯାହାଫଳରେ ଜିଲ୍ଲାସ୍ତରୀୟ ଅମଲାମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଉଛି । ଅତୀତରୁ ଓଡିଶା ଅମଲା ସଂଘ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଜିଲ୍ଲାୱାରୀ ଅମଲା ମାନଙ୍କ ଯୋଗ୍ୟତା ଅନୁଯାୟୀ ଦରମା ୯୩୦୦ ଟଙ୍କା ଓ ଗ୍ରେଡ ପେ ୪୨୦୦ ଟଙ୍କା ପ୍ରଦାନ କରିବା ପାଇଁ ଦାବି ଉପସ୍ଥାପନ କରାଯାଇଛି । ହେଲେ ସରକାରୀ ବୈମାତୃକ ମନୋଭାବ ଓ ଟାଳଟୁଳ ନୀତି ଯୋଗୁଁ ଆଜି ପର୍ଯ୍ୟନ୍ତ ଏହି ଦାବି ପୂରଣ ହେଉନଥିବା ଅଭିଯୋଗ କରିଛନ୍ତି ସଂଘର ଜିଲ୍ଲା ସଭାପତି । ତେବେ ଆସନ୍ତା ୨୭ ତାରିଖରେ ରାଜ୍ୟସ୍ତରରେ ୩୦ ହଜାର ଅମଲା ଭୁବନେଶ୍ୱରରେ ସେମାନଙ୍କ ଦାବି ପୂରଣ ପାଇଁ ଆନ୍ଦୋଳନ କରିବେ ବୋଲି କହିଛନ୍ତି ସଦସ୍ୟ ।

ଏ ସମ୍ପର୍କରେ ସଂଯୁକ୍ତା ବାରିକ କହିଛନ୍ତି, ''ଦୀର୍ଘବର୍ଷ ହେଲା ଆମେ କାମ କରିଲୁଣି । ହେଲେ ଆମର ଗ୍ରେଡ ପେ ବୃଦ୍ଧି ପାଇଁ ସରକାର କୌଣିସି ପଦକ୍ଷେପ ନେଉ ନାହାଁନ୍ତି । ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଥାଇ ମଧ୍ୟ ଗୋତି ଶ୍ରମିକ ଭଳି ଆମକୁ ୧୯୦୦ 'ଗ୍ରେଡ଼ ପେ'ରେ ରହି କାର୍ଯ୍ୟକରିବାକୁ ବାଧ୍ୟ କରୁଛନ୍ତି । ତେଣୁ ସମାନ କାମକୁ ସମାନ ଦରମା ଦିଆଯାଉ । ଆମକୁ ଯେଉଁ ୧୯ଶହ ଗ୍ରେଡ ପେ ଦିଆଯାଉଛି ତାହା ପରିବର୍ତ୍ତେ ୪୨୦୦ ଗ୍ରେଡ ପେ ଦିଆଯାଉ।''

ସେହିପରି ଜିଲ୍ଲା ଅମଲା ସଭାପତି ମୋହନ ବେହେରା କହିଛନ୍ତି, ''ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆମେ ଦରମା ପାଉଛେ । ସରକାର ଆମ ଦାବି ପ୍ରତି ଆଜି ପର୍ଯ୍ୟନ୍ତ କର୍ଣ୍ଣପାତ କରିନାହାଁନ୍ତି । ଆମର ଦାବି ହେଉଛି ଯେଉଁ ୧୯୦୦ ଗ୍ରେଡ ପେ ଦେଉଛୁ ତାହା ପରିବର୍ତ୍ତେ ୪୨୦୦ ଗ୍ରେଡ ପେ ଦିଆଯାଉ । କାରଣ ଯେତେବେଳ ଆମେ ୧୯୦୦ ଗ୍ରେଡ ପେ ନେଉଥିଲୁ ସେତେବେଳେ ଆମର ଶିକ୍ଷାଗତ ଯୋଗ୍ୟତା ଥିଲା ମାଟ୍ରିକ । ଏହି କ୍ରମରେ ଜଣେ ମାଟ୍ରିକ ଶିକ୍ଷାଗତ ଯୋଗ୍ୟତା ଥିବା କର୍ମଚାରୀଙ୍କୁ ଜୁନିଅର କ୍ଲର୍କ ପୋଷ୍ଟ ହୋଲଡ କରି ୧୯୦୦ ଗ୍ରେଡ ପେ ପାଇବେ । କିନ୍ତୁ ୨୦୧୭ ମସିହାରୁ ଆମର ଶିକ୍ଷାଗତ ଯୋଗ୍ୟତା ଗ୍ରାଜୁଏସନ ସହ କମ୍ପ୍ୟୁଟର ଯୋଗ୍ୟତା ଥାଇ ମଧ୍ୟ ଆମକୁ ସେହି ଜୁନିଅର କ୍ଲର୍କ ପୋଷ୍ଟ ହିସାବରେ ଦରମା ଦିଆଯାଉଛି । ତେଣୁ ସରକାର ଆମକୁ ଗ୍ରାଜୁଏସନ ଓ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଆମକୁ ଦରମା ଦିଆଯାଉ । ତେଣୁ ଆଜି ଆମେ ରାଜ୍ୟ ସଂଘର ନିର୍ଦ୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ଏକ ଦାବିପତ୍ର ଦେଇଛୁ ।''

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.