ETV Bharat / state

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୯ ଅସୁସ୍ଥ

author img

By

Published : Apr 2, 2023, 1:11 PM IST

poisonous mushrooms
poisonous mushrooms

କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ କଇଁକୁଳା ଗ୍ରାମରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୯ ଜଣ ଅସୁସ୍ଥ । ଅଧିକ ପଢନ୍ତୁ

poisonous mushrooms

କେନ୍ଦ୍ରାପଡା: ବିଷାକ୍ତ ଛତୁ ଖାଇ ପରିବାରର ୯ ଜଣ ଅସୁସ୍ଥ । ଏନେଇ ଗୁରୁତର ଅବସ୍ଥାରେ ସମସ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ କଇଁକୁଳା ଗ୍ରାମରୁ ଏହି ଘଟଣା ସାମ୍ନାକୁ ଆସିଛି । ସମସ୍ତ ଆକ୍ରାନ୍ତ ଝାଡାବାନ୍ତି, କୁଣ୍ଡେଇ ହେବାରୁ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ଏମାନଙ୍କ ମଧ୍ୟରୁ ଜଣେ ଗର୍ଭବତୀ ଓ ଅନ୍ୟ ଜଣେ ଶିଶୁ ରହିଛନ୍ତି ।

ସୂଚନା ଅନୁଯାୟୀ, ଗତକାଲି ସକାଳେ କଇଁକୁଳା ଗାଁର ସୁକାନ୍ତି ସେଠୀଙ୍କ ଘର ପଛ ପଟ ବାଉଁଶ ବାଡ଼ିରେ ଫୁଟିଥିବା ଛତୁକୁ ରୋଷେଇ ପାଇଁ ଅଣାଯାଇଥିଲା । ତେବେ ମଧ୍ୟାହ୍ନରେ ଏହି ଛତୁକୁ ପରିବାରର ସାଗର ସେଠୀ, ବିଶ୍ୱଜିତ ସେଠୀ, ମିନତୀ ସେଠୀ, ମାନସୀ ସେଠୀ, ଗର୍ଭବତୀ ମହିଳା ସୀମାରାଣୀ ସେଠୀ, ପ୍ରେମଲତା ସେଠୀ, କବିତା ସେଠୀ ଓ ତିନି ବର୍ଷର ଶିଶୁ ଜିତ ପ୍ରକାଶ ଖାଇବାର କିଛି ସମୟ ପରେ ହଠାତ ମୁଣ୍ଡ ବୁଲେଇବା ସହ ଝାଡାବାନ୍ତି ଭଳି ଲକ୍ଷଣ ଦେଖିବାକୁ ମିଳିଥିଲା । ତେବେ ପରେ ସମସ୍ତ ଗୁରୁତର ମାନଙ୍କୁ ଚିକିତ୍ସା ପାଇଁ ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ଦୀର୍ଘ ଘଣ୍ଟାର ଚିକିତ୍ସା ପରେ ସେମାନଙ୍କ ସ୍ଵାସ୍ଥ୍ୟବସ୍ଥାରେ ସାମାନ୍ୟ ସୁଧାର ଆସିଥିଲା । ଏନେଇ ଆଜି ସୁଦ୍ଧା ସମସ୍ତେ ସୁସ୍ଥ ହୋଇଯିବେ ବୋଲି ଚିକିତ୍ସା କରୁଥିବା ଡାକ୍ତର ବୈକୁଣ୍ଠ ନାଥ ପଣ୍ଡା ପ୍ରତିକ୍ରିୟାରେ କହିଥିଲେ ।

ପ୍ରକାଶ ଥାଉକି, ସେହିପରି କିଛି ମାସ ପୂର୍ବେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପୁର୍ଲା ଗ୍ରାମରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୭ ଜଣ ସଦସ୍ୟ ଅସୁସ୍ଥ ହୋଇଥିଲେ । ପୁର୍ଲା ଗ୍ରାମର ହିରସିଂ ଭତ୍ରାଙ୍କ ପରିବାର ଲୋକେ ପାଳ ଛତୁ ଖାଇ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ସେମାନଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ଥିବା ବେଳେ ସମସ୍ତଙ୍କୁ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାପରେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିଲା ।

ସେହିପରି ଅନ୍ୟପଟେ କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ତେନ୍ତୁଲିପଡ଼ା ଗାଁରେ ବିଷାକ୍ତ ଛତୁ ଖାଇ ୧୩ ଜଣ ବ୍ୟକ୍ତି ଅସୁସ୍ଥ ହୋଇଥିଲେ । ଜଙ୍ଗଲରୁ ଛତୁ ଆଣି ଖାଇଥିବାରୁ ସେମାନେ ଅସୁସ୍ଥ ହୋଇପଡ଼ିଥିଲେ । ଗୁରୁତର ରୋଗୀଙ୍କୁ ଜୁନାଗଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା । ଜୁନାଗଡ଼ ବ୍ଲକ ଅନ୍ତର୍ଗତ ତେନ୍ତୁଲିପଡ଼ା ଗାଁର କିଛି ଲୋକ ଜଙ୍ଗଲରେ ଥିବା ବାଉଁଶ ବୁଦା ନିକଟରୁ ଛତୁ ଆଣି ଘରେ ରୋଷେଇ କରି ପରିବାର ସହ ଖାଇଥିଲେ । ହେଲେ ଛତୁ ବିଷାକ୍ତ ଥିବାରୁ ହଠାତ ଜଣଙ୍କ ପରେ ଜଣେ ଗୁରୁତର ହୋଇଥିଲେ । ଏନେଇ ତୁରନ୍ତ ଗ୍ରାମବାସୀ ସମସ୍ତଙ୍କୁ ଜୁନାଗଡ଼ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ଗୁରୁତର ମାନଙ୍କ ମଧ୍ୟରେ ୬ ଜଣ ଶିଶୁ ରହିଥିବା ବେଳେ ଅନ୍ୟ ୭ ଜଣଙ୍କ ମଧ୍ୟରେ ପୁରୁଷ ଓ ମହିଳା ଥିଲେ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.