ETV Bharat / state

ICUରେ ଅନୁଭବଙ୍କ ପିତା, ବର୍ଷାଙ୍କ ଉଦ୍ଦେଶ୍ୟରେ କଲେ ବେଦନଭରା ପୋଷ୍ଟ

author img

By

Published : Mar 14, 2023, 10:08 PM IST

MP Anubhav shares emotional post
MP Anubhav shares emotional post

ଆଇସିୟୁରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ପିତା । ଏନେଇ ବର୍ଷାଙ୍କ ଉଦ୍ଦେଶ୍ୟରେ ସେ ଏକ ବେଦନଭରା ପୋଷ୍ଟ କରିଛନ୍ତି । ଅଧିକ ପଢନ୍ତୁ

କେନ୍ଦ୍ରାପଡ଼ା: କିଛି ଦିନ ପରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଓଲିଉଡର ଷ୍ଟାର କପଲ୍‌ ଅନୁଭବ ବର୍ଷା । ପୁଣି ଥରେ ଓଲିଉଡ ଅଭିନେତା ତଥା କେନ୍ଦ୍ରାପଡ଼ା ଲୋକସଭା ସାଂସଦ ଅନୁଭବ ମହାନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଉଦ୍ଦେଶ୍ୟରେ ସାମାଜିକ ଗଣମାଧ୍ୟମରେ ଏକ ଭାବୁକ ପୋଷ୍ଟକୁ ସେୟାର କରିଛନ୍ତି । ସବୁ ଶେଷ ହୋଇଯିବା ଆଗରୁ ଦୟାକରି ମୋ ପିତାମାତାଙ୍କୁ ଶାନ୍ତିରେ ନିଶ୍ବାସ ନେବାକୁ ଦିଅ ବୋଲି ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି ସାଂସଦ ଅନୁଭବ ।

  • Parents always want children’s happiness. We know who’s right & who’s wrong! My father is in ICU & very critical. I beg u with folded hands to please split amicably without delay🙏🏻 Plz let my parents breathe freely before time ends 4ever!
    Mahaprabhu’ll bless u🙏🏻@VarshaPriyadar3

    — Anubhav Mohanty (@AnubhavMohanty_) March 14, 2023 " class="align-text-top noRightClick twitterSection" data=" ">

ଅନୁଭବ ସୋସିଆଲ ମିଡିଆରେ କରିଥିବା ପୋଷ୍ଟରେ ଲେଖିଛନ୍ତି, "ମୁଁ ହାତଯୋଡି ପ୍ରାର୍ଥନା କରୁଛି ଦୟାକରି ମୋତେ ଓ ମୋ ପିତାମାତାଙ୍କୁ ଶାନ୍ତିରେ ବଞ୍ଚିବାକୁ ଦିଅ। ପିତାମାତା ସବୁବେଳେ ସନ୍ତାନ ସନ୍ତତି ମାନଙ୍କର ଖୁସି ଚାହିଁଥାନ୍ତି, ଆମେ ଜାଣିଛୁ କିଏ ଠିକ ଓ କିଏ ଭୁଲ ! ମୋ ବାପା ଏବେ ଆଇସିୟୁରେ ଗୁରୁତର ଅଛନ୍ତି । ସବୁ ଶେଷ ହୋଇଯିବା ଆଗରୁ ଦୟାକରି ମୋ ପିତାମାତାଙ୍କୁ ଶାନ୍ତିରେ ନିଶ୍ବାସ ନେବାକୁ ଦିଅ ।" ଏହି ପୋଷ୍ଟରେ ସେ ବର୍ଷା ପ୍ରିୟଦର୍ଶିନୀଙ୍କୁ ଟ୍ୟାଗ୍‌ ମଧ୍ୟ କରିଛନ୍ତି । ଅନୁଭବଙ୍କ ଏହି ପୋଷ୍ଟରେ ଉଭୟଙ୍କ ଅନେକ ଫ୍ୟାନ୍ସ ପ୍ରତିକ୍ରିୟା ରଖିଛନ୍ତି ।

ଏହା ବି ପଢନ୍ତୁ- Anubhav-Varsha Marital Discord: ଅସମ୍ପୂର୍ଣ୍ଣ ରହିଲା ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା

ଏହା ପୂର୍ବରୁ ବହୁବାର ସାଂସଦ ସାମାଜିକ ଗଣମାଧ୍ୟମରେ ଅଧ ରାତିରେ ଭିଡିଓ ସେୟାର କରି ଚର୍ଚ୍ଚାରେ ଥିଲେ। ବିବାହ ପରେ ଉଭୟ ପତିପତ୍ନୀଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ନଥିବା କହିଥିଲେ ଅନୁଭବ । ସେହିପରି ପାରିବାରିକ ବିବାଦ ଯୋଗୁଁ ଏହି ଯୋଡି କୋର୍ଟର ଚକ୍କର ମଧ୍ୟ କାଟୁଛନ୍ତି । ଅନୁଭବ ନିଜ ୟୁଟ୍ୟୁବ ଚ୍ୟାନେଲରେ ଭିଡିଓ ପୋଷ୍ଟ କରି ବ୍ୟକ୍ତିଗତ ଜୀବନରେ ଆଲୋଚନା କରିଥିଲେ । ବର୍ଷାଙ୍କ ସହିତ ସମ୍ପର୍କ ଗଢି ଉଠିବା ଦିନଠୁ ବିବାଦ ପର୍ଯ୍ୟନ୍ତ ସମସ୍ତ ଘଟଣାକୁ ସେ ନିଜ ଫ୍ୟାନ୍ସମାନଙ୍କ ସହିତ ସେୟାର କରିଥିଲେ । ଏପରି ଭିଡିଓ ପୋଷ୍ଟ କରିବା ପରେ ବର୍ଷା ଆଇନର ଦ୍ବାରସ୍ଥ ହୋଇଥିଲେ ।

ଅନୁଭବ ଏପରି କରି ତାଙ୍କର ଚରିତ୍ର ସଂହାର କରୁଥିବା ସେ ଅଭିଯୋଗ ଆଣିଥିଲେ । ବର୍ଷା ମଧ୍ୟ ସୋସିଆଲ ମିଡିଆରେ ଅନୁଭବଙ୍କୁ ପାଲଟା ଜବାବ ଦେଇଥିଲେ । ଏହାପରେ କୋର୍ଟ ଉଭୟଙ୍କୁ ଏପରି କରିବାକୁ ବାରଣ କରିଥିଲା । ତେବେ ଏବେ ପିତାଙ୍କ ଅସୁସ୍ଥତା ସମୟରେ ଅନୁଭବଙ୍କ ଏହି ଲେଖାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଅନ୍ୟପଟେ କୋର୍ଟରେ ଉଭୟଙ୍କ ମାମଲା ବିଚାରଧୀନ ରହିଛି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.