ETV Bharat / state

୧୩ ବର୍ଷ ପରେ ଦୁଷ୍କର୍ମ ପୀଡିତାଙ୍କୁ ମିଳିଲା ନ୍ୟାୟ, ଅଭିଯୁକ୍ତକୁ ୧୦ବର୍ଷ ସଶ୍ରମ କାରାଦଣ୍ଡ

author img

By

Published : Dec 1, 2022, 8:56 PM IST

୧୩ ବର୍ଷ ପରେ ଦୁଷ୍କର୍ମ ପୀଡିତାଙ୍କୁ ମିଳିଲା ନ୍ୟାୟ
୧୩ ବର୍ଷ ପରେ ଦୁଷ୍କର୍ମ ପୀଡିତାଙ୍କୁ ମିଳିଲା ନ୍ୟାୟ

ଦୁଷ୍କର୍ମ ଅଭିଯୁକ୍ତକୁ ୧୦ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ । କେନ୍ଦ୍ରାପଡ଼ା ଜମ୍ବୁ ମେରାଇନ ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ବାସୁ ଦାସ ବଳପୂର୍ବକ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା । ଦୀର୍ଘ ୧୩ ବର୍ଷ ଧରି ଏହି ମାମଲାର ଶୁଣାଣି ଚାଲିଥିଲା । ଆଜି କେନ୍ଦ୍ରାପଡ଼ା ଆଡିସନାଲ ଆଡହକ ସ୍ପେଶାଲ ଜଜ୍ ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ

କେନ୍ଦ୍ରାପଡା: ଦୁଷ୍କର୍ମ ଅଭିଯୁକ୍ତକୁ ୧୦ବର୍ଷ ସଶ୍ରମ କାରାଦଣ୍ଡ । ଦୁଷ୍କର୍ମକାରୀକୁ ୧୦ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ । ଦୁଷ୍କର୍ମ ଅଭିଯୁକ୍ତକୁ ୧୦ବର୍ଷ ସଶ୍ରମ କାରାଦଣ୍ଡ ସମେତ ୨୫ ହଜାର ୫୦୦ ଟଙ୍କା ଜୋରିମାନା ଶୁଣାଇଛନ୍ତି କୋର୍ଟ ।

୧୩ ବର୍ଷ ପରେ ଦୁଷ୍କର୍ମ ପୀଡିତାଙ୍କୁ ମିଳିଲା ନ୍ୟାୟ

ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜମ୍ବୁ ମେରାଇନ ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ବାସୁ ଦାସ ବଳପୂର୍ବକ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା । ଗତ ୨୦୦୯ ମସିହା ମାର୍ଚ୍ଚ ୨ ତାରିଖ ଦିନ ମହିଳା ଜଣଙ୍କର ସ୍ୱାମୀ ମାଛ ଧରିବା ପାଇଁ ସମୁଦ୍ରକୁ ଯାଇଥିଲେ । ଏହି ଦିନ ରାତିରେ ଅଭିଯୁକ୍ତ ବାସୁ ବିଳମ୍ବିତ ରାତିରେ ଘର କବାଟ ବାଡେଇ ଡାକିଥିଲେ । ବାସୁ ମିଛରେ ତାକୁ କୌଣସି ସରୀସୃପ କାମୁଡିଥିବାର ବାହାନା କରି ମହିଳାଙ୍କୁ ଡାକ ପକାଇଥିଲେ । ବାସୁ ଅସୁବିଧାରେ ଥିବା ଶୁଣି ମହିଳା ଜଣଙ୍କ କବାଟ ଫିଟାଇବାରୁ ଅଭିଯୁକ୍ତ ବାସୁ ମହିଳାଙ୍କ ପାଟିକୁ ଗାମୁଛାରେ ବନ୍ଧି ଦୁଷ୍କର୍ମ କରିଥିଲା । ଏହି ଘଟଣା କାହା ଆଗରେ ପ୍ରକାଶ କଲେ ମାରିଦେବା ପାଇଁ ଧମକ ଦେଇଥିଲା ବାସୁ । ତେବେ ଏନେଇ ପୀଡିତା ଜଣଙ୍କ ଥାନାରେ ଏତଲା ଦେଇଥିଲେ ।

ଦୀର୍ଘ ୧୩ ବର୍ଷ ଧରି ଏହି ମାମଲାର ଶୁଣାଣି ଚାଲିଥିଲା । ଏଥିରେ ମୋଟ ୭ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା । କେନ୍ଦ୍ରାପଡ଼ା ଆଡିସନାଲ ଆଡହକ ସ୍ପେଶାଲ ଜଜ୍ ମାନ୍ୟବର ତ୍ରିବିକ୍ରମ କେଶରୀ ଚିନ୍ନାରା ମାମଲାର ଶୁଣାଣି କରି ଅଭିଯୁକ୍ତ ବାସୁକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ସେହିପରି ଅଭିଯୁକ୍ତ ବାସୁକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୫ ହଜାର ୫୦୦ ଟଙ୍କାର ଜୋରିମାନା ସଜ୍ଜା ଶୁଣାଇଛନ୍ତି । ଜୋରିମାନା ଅନାଦେୟ ଅଧିକ ୯ ମାସ ଜେଲଦଣ୍ଡ ପାଇଁ ସଜ୍ଜା ଶୁଣାଇଛନ୍ତି କୋର୍ଟ । ଏହି ମାମଲାକୁ ସରକାରଙ୍କ ପକ୍ଷରୁ ଏପିପି ସଞ୍ଜୟ ଜେନା ପରିଚାଳନା କରୁଥିଲେ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.