ETV Bharat / state

ଝିଅର ନିର୍ବନ୍ଧ ଥାଳି ଉଠିବା ପରେ ଚାଲିଗଲା ବାପାଙ୍କ ଜୀବନ, ଗାଁରେ ଶୋକାକୁଳ ପରିବେଶ

author img

By

Published : May 9, 2023, 8:20 PM IST

Etv Bharat
Etv Bharat

ଝିଅର ନିର୍ବନ୍ଧ ଥାଳି ଉଠିବା ପରେ ଚାଲିଗଲା ବାପାର ଜୀବନ । କେନ୍ଦ୍ରାପଡ଼ା ନିକିରାଇ ଥାନା ଅଞ୍ଚଳରେ ଘଟିଛି ଏପରି ଦୁଃଖଦ ଘଟଣା । ଅଧିକ ପଢନ୍ତୁ

ଝିଅର ନିର୍ବନ୍ଧ ଥାଳି ଉଠିବା ପରେ ଚାଲିଗଲା ବାପାଙ୍କ ଜୀବନ, ଗାଁରେ ଶୋକାକୁଳ ପରିବେଶ

କେନ୍ଦ୍ରାପଡ଼ା: ବିବାହର ଆଦ୍ୟ ପର୍ବ ଝିଅର ନିର୍ବନ୍ଧ ପରେ ମନ୍ଦିର ଅଗଣାରେ ଟଳି ପଡିଲେ ବାପା । କେନ୍ଦ୍ରାପଡା ନିକିରାଇ ଥାନା ଚାରିଗାଁ ପଞ୍ଚାୟତ ଜୟକୃଷ୍ଣପୁର ଗାଁରେ ଏଭଳି ଦୁଃଖଦ ଓ ଯନ୍ତ୍ରଣାଦାୟକ ଘଟଣା ଘଟିଛି । ନିର୍ବନ୍ଧ ଦିନ ଅପରାହ୍ନରେ ପ୍ରଥମେ ମୃତକଙ୍କ ମୁଣ୍ଡ କଣ ହୋଇଥିଲା । ଏହାପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ଅଂଶୁଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି ବୋଲି କହିଥିଲେ ଡାକ୍ତର ।

କେନ୍ଦ୍ରାପଡା ନିକିରାଇ ଥାନା ଚାରିଗାଁ ପଞ୍ଚାୟତ ଜୟକୃଷ୍ଣପୁର ଗାଁରେ । ମିଳିଥିବା ସୂଚନା ଅନୁସାରେ, ଜୟକୃଷ୍ଣପୁର ଗାଁର ରମେଶ ବାରିକ ତାଙ୍କର ଏକମାତ୍ର କନ୍ୟାକୁ ଏହି ଥାନା ଅଧିନ କୋରୋ ଉପେଇପୁର ଗାଁର ପ୍ରଫୁଲ୍ଲ ବାରିକଙ୍କ ପୁଅ ପ୍ରଶାନ୍ତ ବାରିକଙ୍କ ସହ ବିବାହ ପାଇଁ ଗତ ୭ ତାରିଖ ଦିନ ସ୍ଥାନୀୟ ମାଳ ସାତଭଉଣୀ ମନ୍ଦିରରେ ନିର୍ବନ୍ଧ କାର୍ଯ୍ୟ କରିଥିଲେ । ନିର୍ବନ୍ଧ ଥାଳି ଧରିସାରିବା ପରେ ଅପରାହ୍ନରେ ରମେଶ ମନ୍ଦିରରେ ହିଁ ହଠାତ ଛାତିରେ ଯନ୍ତ୍ରଣା ସହ ମୁଣ୍ଡ ବୁଲାଇଥିଲା । ପରେ ଉପସ୍ଥିତ ବନ୍ଧୁ ପରିଜନ ତାଙ୍କୁ ସ୍ଥାନୀୟ ଇନ୍ଦୁପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅଂଶୁଘାତ ଯୋଗୁଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା ବୋଲି କହିଛନ୍ତି ମୃତକଙ୍କ ପତ୍ନୀ ।

ଏହା ବି ପଢନ୍ତୁ- ବିକାଶରେ ବାଧକ ସାଜିଛନ୍ତି ବିଧାୟକ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କଂଗ୍ରେସର ଦାବିପତ୍ର

ପରେ ମୃତକଙ୍କ ପୁଅ ନିକିରାଇ ଥାନାରେ ପ୍ରାଥମିକ ସୂଚନା ଦେବା ପରେ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ତେବେ ମୃତଦେହ ଘରେ ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଗୋଟିଏ ପଟେ ଝିଅ ହାତରେ ନିର୍ବନ୍ଧର ମେହେନ୍ଦୀ ଦାଉ ଦାଉ ହୋଇ ଜଳୁଥିବା ବେଳେ ଅନ୍ୟପଟେ ବାପାଙ୍କର ଚିତା ମଶାଣିରେ ଜଳିବା ଘଟଣାକୁ ନେଇ ଅଞ୍ଚଳବାସୀ ସ୍ତବ୍ଧ ହୋଇଛନ୍ତି । ଖୁସିର ମାହୋଲରେ ଈଶ୍ବର ଯେ ଏତେବଡ଼ ଦୁଃଖ ଦେବେ ତାହାକୁ ନେଇ ହତବାକ ସଭିଏଁ ।

ଶୁଭଦିନ ଦେଖି ଝିଅ ବାହାଘର ଲଗ୍ନ ସ୍ଥିର କରି ବାପା ଆରପାରିକୁ ଚାଲିଯିବା ଏବଂ ଗୋଟିଏ ବୋଲି ଅଲିଅଳି ଝିଅକୁ ବାହା ଦେଇ ବିଦା କରିବା ଦୁଃଖକୁ ଛାତିରେ ଧରି ଇହଲୀଳା ସମ୍ବରଣ କରିବା ବାପା ଓ ଝିଅର ଅବୁଝା ସମ୍ପର୍କକୁ ପ୍ରତିପାଦନ କରିଛି । ତେବେ ସ୍ଥାନୀୟ ଲୋକଙ୍କ ପ୍ରତିକ୍ରିୟା ଅନୁଯାୟୀ, ଝିଅ ବିଭା ଦେବେ ବୋଲି ରମେଶ ଆଜକୁ ୨ବର୍ଷ ହେବ ଗୋଟିଏ ପରେ ଗୋଟିଏ ଘରକରଣା ଜିନିଷ କିଣି ଆସୁଥିଲେ । ଝିଅର ଶାଶୁଘରେ ଯେପରି କୌଣସି ଅସୁବିଧା ନ ଉପୁଜେ ଭଳିକି ଭଳି ସାମଗ୍ରୀ ଖଞ୍ଜି ରଖୁଥିଲେ। ଦୁଇ ପୁଅରେ ଗୋଟିଏ ବୋଲି ଅଲିଅଳି ଝିଅକୁ ବାହା ଦେବେ ବୋଲି ପାଦ ମାଟିରେ ଲାଗୁନଥିବା ବେଳେ ଏଭଳି ଦିନ ଯେ ଭାଗ୍ୟରେ ଥିଲା ସେକଥା କିଏ ଜାଣିଥିଲା ବୋଲି କହିଛନ୍ତି ପଡ଼ୋଶୀ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.