ETV Bharat / state

ମହାଷ୍ଟମୀରେ ପୂଜା ପାଉଛନ୍ତି ମା', କୋଭିଡ ନିୟମ ଭାଙ୍ଗିବା ଅଭିଯୋଗରେ ବନ୍ଧାହେଲେ ପୂଜକ

author img

By

Published : Oct 13, 2021, 10:50 PM IST

ମହାଷ୍ଟମୀରେ ପୂଜା ପାଉଛନ୍ତି ମା', କୋଭିଡ ନିୟମ ଭାଙ୍ଗିବା ଅଭିଯୋଗରେ ବନ୍ଧାହେଲେ ପୂଜକ
ମହାଷ୍ଟମୀରେ ପୂଜା ପାଉଛନ୍ତି ମା', କୋଭିଡ ନିୟମ ଭାଙ୍ଗିବା ଅଭିଯୋଗରେ ବନ୍ଧାହେଲେ ପୂଜକ

ମହାଷ୍ଟମୀରେ ପୂଜା ପାଉଛନ୍ତି ମା'। ତେବେ ପ୍ରଶାସନର କୋଭିଡ ନିୟମକୁ ଫୁ' କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଅନୁମତି ଦେବା ସହ ପୂଜା କରିବା ଅଭିଯୋଗରେ ପୂଜକଙ୍କୁ ବାନ୍ଧିଲା କେନ୍ଦ୍ରାପଡ଼ା ଟାଉନ୍ ପୋଲିସ । ଅଧିକ ପଢନ୍ତୁ...

କେନ୍ଦ୍ରାପଡା: କୋଭିଡ ନିୟମ ଭାଙ୍ଗିବା ପୂଜକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଆଜି ( ବୁଧବାର) ମା'ଙ୍କ ମହାଷ୍ଟମୀ ପୂଜା ଚାଲିଥିବାବେଳେ ବ୍ରାହ୍ମଣଙ୍କୁ ଉଠାଇ ନେଇଛି କେନ୍ଦ୍ରାପଡ଼ା ଟାଉନ୍ ପୋଲିସ । ସୂଚନାନୁସାରେ କୋଭିଡ ନିୟମ ଉଲ୍ଲଙ୍ଘନ କରି ପୂଜା ଚାଲିଥିବା ଅଭିଯୋଗରେ ପୋଲିସ ପୂଜକଙ୍କୁ ଉଠାଇ ନେଇଥିବା ଜଣାପଡିଛି । ତେବେ ପୂଜା ସମୟରେ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାନଯିବା ସହ ପୋଲିସ ସହାୟତା ଯୋଗାଇ ଦିଆଯାଇ ନଥିବା ନେଇ ପୂଜା କମିଟିର ସମ୍ପାଦକ ଅଭିଯୋଗ ଆଣିଛନ୍ତି ।

ମହାଷ୍ଟମୀରେ ପୂଜା ପାଉଛନ୍ତି ମା', କୋଭିଡ ନିୟମ ଭାଙ୍ଗିବା ଅଭିଯୋଗରେ ବନ୍ଧାହେଲେ ପୂଜକ

ତେବେ ଏହି ଘଟଣାକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ଦୀର୍ଘ ସମୟ ଧରି କେନ୍ଦ୍ରାପଡ଼ା ସହରର ମଢିଆଳ ଛକରେ ଧାରଣା ଦେବା ସହ ପୋଲିସର ଏଭଳି ବର୍ବରତା ବିରୋଧରେ ଟାଉନ ଥାନାଧିକାରୀଙ୍କ ନିଲମ୍ବନ ଦାବି କରିଥିଲେ ।

ସେପଟେ ପୂଜା କମିଟିର ସଦସ୍ୟ ଓ ସାଧାରଣ ଭକ୍ତମାନଙ୍କ ଦ୍ବାରା ଉତ୍ତେଜନା ବୃଦ୍ଧି ପାଇଥିବାରୁ କେନ୍ଦ୍ରାପଡ଼ା ଟାଉନ୍ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ ବ୍ରାହ୍ମଣଙ୍କୁ ଛାଡି ଦେଇଥିବାବେଳେ ରାସ୍ତା ଅବରୋଧ ହଟିଥିବା ଜଣାପଡିଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.