ETV Bharat / state

ଆସୁଛନ୍ତି ଧନଦେବୀ, ସଜେଇ ହୋଇଛି କେନ୍ଦ୍ରାପଡା

author img

By

Published : Oct 12, 2019, 10:44 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଆସୁଛନ୍ତି ମା ଧନଦେବୀ ଗଜଲକ୍ଷ୍ମୀ । ମା’ଙ୍କ ପୂଜାପାଇଁ ଭବ୍ୟ ପ୍ରସ୍ତୁତିରେ ଲାଗିଛି କେନ୍ଦ୍ରାପଡା ସହର ।

କେନ୍ଦ୍ରାପଡା: ବିଦାୟ ନେଇଛନ୍ତି ମହିଷାମର୍ଦ୍ଦିନୀ, ଆଉ ଆସୁଛନ୍ତି ଧନଦେବୀ ଗଜଲକ୍ଷ୍ମୀ । ମା’ଙ୍କ ଆବାହନ ପାଇଁ ସଜେଇ ହେଉଛି କେନ୍ଦ୍ରାପଡା ସହର । ଆକର୍ଷଣୀୟ ତୋରଣ ସାଙ୍ଗକୁ ମଣ୍ଡପ ସାଜସଜାରେ ବ୍ୟସ୍ତ କାରିଗର । ଧନଲକ୍ଷ୍ମୀଙ୍କ ପୂଜା ପାଇଁ ଚଳିତ ବର୍ଷ କେନ୍ଦ୍ରାପଡା ସହରରେ 70ରୁ ଅଧିକ ମଣ୍ଡପରେ ପୂଜା ପାଇବେ ମହାଲକ୍ଷ୍ମୀ । ଏହାସହ ଜିଲ୍ଲାର ଡେରାବିଶ, ମାର୍ଶାଘାଇ, ମହାକାଳପଡା, ଆଳି, ପଟ୍ଟାମୁଣ୍ଡାଇ, ରାଜନଗର, ରାଜକନିକା, ଗରଦପୁରରେ ୧୫୦ରୁ ଅଧିକ ମେଢରେ ପୂଜା ପାଇବେ ମା’ ମହାଲକ୍ଷ୍ମୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା


ମା’ଙ୍କ ସ୍ବାଗତ ପାଇଁ ମୃଣ୍ମୟୀ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର । ସେହିଭଳି ତୋରଣ ମଣ୍ଡପ ସାଜସଜ୍ଜାରେ ବ୍ୟସ୍ତ ଜିଲ୍ଲାର ସମସ୍ତ ପୂଜା କମିଟି । ବିଭିନ୍ନ ମଣ୍ଡପରେ ଆସନ୍ତାକାଲି ଠାରୁ ପୂଜା ଆରମ୍ଭ ହେବା ସହ ଅକ୍ଟୋବର ୨୦ ଓ ୨୧ ତାରିଖରେ ମେଲଣ ଓ ଭଷାଣି ଉତ୍ସବ ପାଇଁ ପୂଜା କମିଟି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏହାସହ ପ୍ରାକୃତିକ ରଙ୍ଗ ବ୍ୟବହାର ସହିତ ପୂଜା ମଣ୍ଡପ ଗୁଡିକୁ ବିଭିନ୍ନ ଆଲୋକ ମାଳାରେ ସଜ୍ଜିତ କରି ପ୍ଲାଷ୍ଟିକ ଫ୍ରି ଉପରେ ଧ୍ୟାନ ଦେଇ ପୁରସ୍କୃତ କରିବାକୁ ଲକ୍ଷ୍ୟ ରଖିଛନ୍ତି ପୂଜା କମିଟି ।


ଅନ୍ୟପଟେ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ସମସ୍ତ ପୂଜା କମିଟିର କର୍ମକର୍ତ୍ତାଙ୍କୁ ଡାକି ଡିଜେ ସାଉଣ୍ଡ ଉପରେ କଟକଣା ସହ , ପଲିଥିନ ମୁକ୍ତ ପୂଜା କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଇଛି । ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଭିଡକୁ ନିୟନ୍ତ୍ରଣ କରିବା ସହ ଚେନ ଲୁଟେରାଙ୍କୁ ସାବାଡ କରିବା ପାଇଁ ବିଭିନ୍ନ ଛକ ମାନଙ୍କରେ ସିସିଟିଭିର ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଏହାସହ ରାସ୍ତାଘାଟାର ମରାମତି ସହ ବିଜୁଳି ପାନିୟ ଜଳର ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଜିଲାପ୍ରଶାସନ କହିଛି ।


କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:12.10.2019
Radhakanta Mohanty, Kendrapada
Slug-od_kpr_01_laxmipuja preparation_script_7204459
Anchor-ଦୁର୍ଗତି ନାସିନୀ ମା ଦୁର୍ଗାଙ୍କ ଧରା ପ୍ରୁଷ୍ଠ ରୁ ପ୍ରତ୍ୟାବର୍ତ୍ତନ ପରେ ଧନ ଧ୍ୟାନ୍ୟ ର ଦେବୀ ମା ଗଜଲଷ୍ମୀଙ୍କ ଧରା ପୃଷ୍ଠ କୁ ଅବତରଣ ପାଇଁ ସବୁଆଡେ ଚାଲିଛି ସଜବାଜ।ପ୍ରସିଦ୍ଧ ଗଜଳଷ୍ମୀ ପୂଜା ପାଇଁ ସଜେଇ ହେଉଛି କେନ୍ଦ୍ରାପଡା।କୁଆଁରପୁନେଇ ଜହ୍ନ ଉଠିବା ପରେ କେନ୍ଦ୍ରାପଡା ସହରର ୭୦ ରୁ ଉର୍ଦ୍ଧ ମଣ୍ଡପରେ ଏ ବର୍ଷ ମା ଗଜଳଷ୍ମୀ ଙ୍କ ସମେତ ବିଭିନ୍ନ ଦେବା ଦେବୀ ପୂଜା ପାଇବେ।ଆଉ ନିଜ ତୁଳୀରେ ରଙ୍ଗ କରିବାରେ ବ୍ୟସ୍ତ କାରିଗର।
Body:VO1- କେନ୍ଦ୍ରାପଡା ସହର ଏବେ ଚଳ ଚଞ୍ଚଳ ସହରରେ ୬୧ ଟି ଏବଂ ସହର ଉପକଣ୍ଠ ରେ ଥିବା ଡେରାବିଶ, ମାର୍ଶାଘାଇ, ମହାକାଳପଡ଼ା ଆଳି, ପଟ୍ଟାମୁଣ୍ଡାଇ, ରାଜନଗର, ରାଜକନିକା, ଗରଦପୁର ଥିବା ୧୫୦ ରୁ ଅଧିକା ମେଢ଼ ଚଳିତ ବର୍ଷ ପୂଜା ପାଇବେ।କୁମାର ପୂର୍ଣ୍ଣିମା ରାତିରେ ଧରା ପ୍ରୁଷ୍ଠ କୁ ଆସିବେ ମା ଲଷ୍ମୀ।ସମଗ୍ର ବିଶ୍ୱ କୁ ଧନଧ୍ୟାନ୍ୟ ଓ ଐଶ୍ୱର୍ଯ୍ୟ ରେ ଭରି ଦେବାକୁ ଭକ୍ତିପୂତ ପ୍ରଣତି ଜଣାଇବେ ଭକ୍ତ ମାନେ।ମା ଙ୍କ ସ୍ୱାଗତ ପାଇଁ ମା ଙ୍କ ମୃଣ୍ମୟୀ ମୂର୍ତ୍ତି କାମ ଶେଷ କରିବାକୁ କାରିଗର ରହାତକୁ ସମୟ ନାହିଁ।କେଉଁଠି କାରିଗର ମୂର୍ତ୍ତି କାମରେ ବ୍ୟସ୍ତ ତ କେଉଁଠି କାରିଗର ତୋରଣ କରିବାରେ ବ୍ୟସ୍ତ ।ଅଲୋକ ରେ ମଣ୍ଡପ କୁ ଝିଲମିଲ କରିବା ପାଇଁ କାରିଗର ଲାଗି ପଡିଥିବା ବେଳେ ତୋରଣ ଗୁଡିକୁ ଆକର୍ଷଣୀୟ କରିବା ପାଇଁ ପୂଜା କମିଟି ମନେ ବେଶ ତତ୍ପର ହୋଇ ଉଠିଛନ୍ତି।ଚଳିତ ବର୍ଷ ଜାକଜକମରେ ପୂଜା କରିବା ପାଇଁ ଲାଗି ପଡିଛନ୍ତି କମିଟି କର୍ମକର୍ତ୍ତା ମାନେ।ମା ଲଷ୍ମୀ ଓ ଅନ୍ୟାନ୍ୟ ଦେବା ଦେବୀ ବିଭିନ୍ନ ମଣ୍ଡପ ରେ ଆସନ୍ତାକାଲି ଠାରୁ ପୂଜା ପାଇବା ସହ ଅକ୍ଟୋବର ୨୦ ଓ ୨୧ ତାରିଖରେ ମେଲଣ ଓ ଭଷାଣି ଉତ୍ସବ ପାଇଁ ପୂଜା କମିଟି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।ତେବେ ପ୍ରାକୃତିକ ରଙ୍ଗ ବ୍ୟବହାର ସହିତ ପୂଜା ମଣ୍ଡପ ଗୁଡିକୁ ବିଭିନ୍ନ ଆଲୋକମାଳାରେ ସଜ୍ଜିତ କରି ପ୍ଲାଷ୍ଟିକ ଫ୍ରି ଉପରେ ଧ୍ୟାନ ଦେଇ ପୁରସ୍କୃତ ହେବାକୁ ଲକ୍ଷ୍ୟ ରଖିଛନ୍ତି ପୂଜା କମିଟି।
Byt-ଧୀରେନ୍ଦ୍ର ମୁଦୁଲି(ମୂର୍ତ୍ତି କାରିଗର)
Byt-ଅଜିତ ସାମଲ(ପୂଜା କମିଟି କର୍ମକର୍ତ୍ତା)
VO2- ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପୂଜା କମିଟି ର କର୍ମକର୍ତ୍ତା ମାନଙ୍କୁ ଡାକି ଡିଜେସାଉଣ୍ଡ ଉପରେ କଟକଣା ସହ ,ପଲିଥିନ ମୁକ୍ତ ପୂଜା କରିବା ପାଇଁ ସମସ୍ତ ଙ୍କୁ ଅନୁରୋଧ କରିଥିଲେ।ବିଭିନ୍ନ ସ୍ଥାନରେ ଭିଡ଼ କୁ ନିୟନ୍ତ୍ରଣ କରିବା ସହ ଚେନ ଲୁଟେରାଙ୍କୁ ସାବାଡ଼ କରିବା ପାଇଁ ପୂଜା ଓ ବିଭିନ୍ନ ଛକ ମାନଙ୍କ ରେ ସିସିଟିଭି ର ବ୍ୟବସ୍ଥା କରାଯାଇଛି।ପୂଜା କମିଟି ସଦସ୍ୟ ମାନଙ୍କୁ ଶାନ୍ତି ଶୃଙ୍ଖଳା ରକ୍ଷା କରି ପୂଜା ସମ୍ପନ କରିବା ନିବେଦନ କରିଛନ୍ତି।ନୂଆ ବସଷ୍ଟାଣ୍ଡର ଥାନପତି ଠାକୁରାଣୀଙ୍କର ଆସନ୍ତାକାଲି ଅପରାହ୍ନ ୨ ଘଟିକାରେ କଳସ ଶୋଭାଯାତ୍ରା ଓ ପୂଜା ପରେ ଅନ୍ୟ ମଣ୍ଡପରେ ଠାକୁରାଣୀ ପୂଜା ପାଇବେ ବୋଲି ସୂଚନା ଦେଇଛନ୍ତି କମିଟି ସଭ୍ୟ।ଚଳିତବର୍ଷ ସମସ୍ତ ପ୍ରକାରର ହଜିଯାଉଥିବା ଲୋକକଳା ଓ ସାଂସ୍କୃତିକୁ ଉଜ୍ଜୀବିତ କରାଇବା ପାଇଁ ଥାନପତି କମିଟି ଉଦ୍ୟମ କରିବ ବୋଲି କହିଛନ୍ତି ସମ୍ପାଦକ।
Byt-ବୃନ୍ଦାବନ ସ୍ୱାଇଁ(ଥାନପତି ପୂଜା କମିଟି ସମ୍ପାଦକ)
Byt-ସମର୍ଥ ବର୍ମା(ଜିଲ୍ଲାପାଳ,କେନ୍ଦ୍ରାପଡା)
Conclusion:FVO-ଏହି ଗଣପର୍ବ ଗଜଲଷ୍ମୀ ପୂଜାକୁ ପାଳନ କରିବା ପାଇଁ ଶହଶହ ଭକ୍ତ ଅପେକ୍ଷା କରି ରହିଛନ୍ତି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.