ETV Bharat / state

୧୪ ମାସର ସ୍ମୃତିକୁ ମିଳିଲା ନୂଆ ଠିକଣା, କୋଳେଇ ନେଲେ କୋଲକାତା ଦମ୍ପତି

author img

By

Published : Nov 3, 2022, 12:59 PM IST

୧୪ ମାସର ଶିଶୁ କନ୍ୟା ସ୍ମୃତିର ନୂଆ ଠିକଣା କୋଲକାତା
୧୪ ମାସର ଶିଶୁ କନ୍ୟା ସ୍ମୃତିର ନୂଆ ଠିକଣା କୋଲକାତା

କେନ୍ଦ୍ରାପଡା ଜିଲ୍ଲାର ୧୪ ମାସର ଶିଶୁ କନ୍ୟା ସ୍ମୃତିକୁ ମିଳିଛି ନୂଆ ସମ୍ପର୍କ । କୋଲକାତାର ଜଣେ ଦମ୍ପତି ସ୍ମୃତିକୁ ପୌଷ୍ୟ କନ୍ୟା ଭାବେ ଗ୍ରହଣ କରିଛନ୍ତି । ଅଧିକ ପଢନ୍ତୁ

କେନ୍ଦ୍ରାପଡା: ପୁରାଣ କଥା ରହିଛି ଯେ, ଭଗବାନ କୃଷ୍ଣ ଦେବକୀଙ୍କ କୋଳରେ ଜନ୍ମ ନେଇଥିଲେ ହେଲେ ତାଙ୍କ ଲାଳନ ପାଳନ କରିଥିଲେ ଯଶୋଦା । ସେ ତ ଭଗବାନଙ୍କ ଲୀଳା । ମଣିଷ ଜୀବନରେ ବି ଏମିତି ସ୍ଥିତି ପରିସ୍ଥିତି ଆସିଛି । ଗୋଟିଏ ମାଆ କୋଳରେ ଜନ୍ମ ହୋଇଥିଲେ ମଧ୍ୟ ଆଉ ଗୋଟିଏ ମାଆ କୋଳ ମିଳିଛି । ଏପରି କିଛି ଘଟିଛି କେନ୍ଦ୍ରାପଡା ଜିଲ୍ଲାର ୧୪ ମାସର ଶିଶୁ କନ୍ୟା ସ୍ମୃତି ଜୀବନରେ । କୋଲକାତାର ଜଣେ ଦମ୍ପତି ସ୍ମୃତିକୁ ପୌଷ୍ୟ କନ୍ୟା ଭାବେ ଗ୍ରହଣ କରିଛନ୍ତି ।

୧୪ ମାସର ଶିଶୁ କନ୍ୟା ସ୍ମୃତିର ନୂଆ ଠିକଣା କୋଲକାତା

ପଲ୍ଲିଶ୍ରୀ ମହିଳା ସମିତି(ସା)ରେ ଥିବା ନିରାଶ୍ରୟ ଝିଅ ସ୍ମୃତି ନୂଆ ଠିକଣା ହୋଇଛି କୋଲକାତା । ସୁଦୂର ପଶ୍ଚିମବଙ୍ଗ ରାଜ୍ୟର ଅଙ୍ଗନା ଚୌଧୁରୀ ଏବଂ ସୁମନଜିତ ଦେଙ୍କର କୋଳ ମଣ୍ଡନ କରିଛି ସ୍ମୃତି । ଗତ ୨୦୧୯ ମସିହା ସେପ୍ଟେମ୍ବର ମାସର ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ା ଗରାପୁରସ୍ଥିତ ପଲ୍ଲିଶ୍ରୀ ମହିଳା ସମିତିର ଝୁଲଣରେ କେହି ଜଣେ ସ୍ମୃତିକୁ ଛାଡି ଦେଇଯିବା ପରେ ସେହିଦିନଠାରୁ ପଲ୍ଲିଶ୍ରୀ ମହିଳା ସମିତି ସ୍ମୃତିକୁ ରଖିଥିଲେ । ତେବେ ଏବେ ସ୍ମୃିର ଏହି ଠିକଣା ବଦଳିଛି ।

ଏହା ବି ପଢନ୍ତୁ...ନାରାୟଣ ପ୍ରସାଦରେ ଅପହଞ୍ଚ ସରକାରୀ ଯୋଜନା, ସମସ୍ୟା ଭୋଗୁଛନ୍ତି ଲୋକ

ପଶ୍ଚିମବଙ୍ଗ ଦମଦମ ଏୟାରପୋର୍ଟ ନିକଟରେ ବସବାସ କରୁଥିବା ସଫ୍ଟୱାର ଇଞ୍ଜିନିୟର ସୁମନଜିତ ଓ ଅଙ୍ଗନା ସ୍ମୃତିକୁ କୋଳେଇ ନେଇଛନ୍ତି । ଅତିରିକ୍ତ ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ ଶିଶୁକନ୍ୟାକୁ ଦମ୍ପତିଙ୍କ କୋଳକୁ ଦେଇଛନ୍ତି । ଏହି ଦମ୍ପତ୍ତି ଗତ ୨୦୧୯ ସେପ୍ଟେମ୍ବର ମାସରେ ପୋଷ୍ୟ ସନ୍ତାନ ଗ୍ରହଣ କରିବା ପାଇଁ ଓଡିଶା, ଆସାମ ଓ ଛତିଶଗଡ଼ ରାଜ୍ୟରେ ଅନଲାଇନ ଆବେଦନ କରିଥିଲେ । ସ୍ମୃତି ନାମକ ଏହି ରତ୍ନଟିକୁ ପାଇ ସେ ବେଶ ଖୁସି ଥିବା କହିଛନ୍ତି ।

ତେବେ ଶିଶୁକନ୍ୟାର ଯତ୍ନ ଏ ଦମ୍ପତ୍ତି କିପରି ନେଉଛନ୍ତି ସେନେଇ ପଶ୍ଚିମବଙ୍ଗ ରାଜ୍ୟର ସାମାଜିକ ସୁରକ୍ଷା ଓ ଶିଶୁ ସୁରକ୍ଷା ବିଭାଗ ସହ ଯୋଗାଯୋଗ କରି ଆସନ୍ତା ୩ ମାସ ପର୍ଯ୍ୟନ୍ତ ରିପୋର୍ଟ ମିଳିବା ପରେ ସ୍ଥାୟୀ ଭାବେ ସ୍ମୃତିକୁ ଦେ ଦମ୍ପତ୍ତିକୁ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି । ଅଙ୍ଗନା ଜଣେ ସଫ୍ଟୱେୟାର ଇଞ୍ଜିନିୟର ହୋଇଥିଲେ ସୁଦ୍ଧା କେବଳ ସ୍ମୃତି ପାଇଁ ନିଜର ଚାକିରୀ ଛାଡିଥିବା କହିଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.