ETV Bharat / state

ଆସୁଛି ବନ୍ୟା, ମୁକାବିଲା ପାଇଁ ପ୍ରସ୍ତୁତ କେନ୍ଦ୍ରାପଡ଼ା ପ୍ରଶାସନ

author img

By

Published : Aug 15, 2022, 7:41 PM IST

ଆସୁଛି ବନ୍ୟା, ମୁକାବିଲା ପାଇଁ ପ୍ରସ୍ତୁତ କେନ୍ଦ୍ରାପଡ଼ା ପ୍ରଶାସନ
ଆସୁଛି ବନ୍ୟା, ମୁକାବିଲା ପାଇଁ ପ୍ରସ୍ତୁତ କେନ୍ଦ୍ରାପଡ଼ା ପ୍ରଶାସନ

ଆଉ କେଇଘଣ୍ଟା ପରେ ମହାନଦୀରେ ଆସିବ ବନ୍ୟା । ଗତ ସପ୍ତାହେ ଧରି ଲଗାଣ ବର୍ଷାରେ କେନ୍ଦ୍ରାପଡ଼ା ଜିଲ୍ଲାର ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ଏବେ ବନ୍ୟା ଖବର ଲୋକମାନଙ୍କ ଭୟକୁ ଦ୍ବିଗୁଣିତ କରିଛି । ଅଧିକ ପଢନ୍ତୁନଈକୂଳିଆ ଆତଙ୍କିତ !

କେନ୍ଦ୍ରାପଡା: ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ଗତ ସପ୍ତାହେ ଧରି ଲଗାଣ ବର୍ଷାରେ କେନ୍ଦ୍ରାପଡ଼ା ଜିଲ୍ଲାର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସେପଟେ ହୀରାକୁଦ ଡ୍ୟାମ୍‌ରୁ ଜଳ ନିଷ୍କାସନ ଯୋଗୁଁ ମହାନଦୀର ଜଳସ୍ତର ବୃଦ୍ଧିପାଇବାରେ ଲାଗିଛି । ତେବେ ଆଉ କିଛି ଘଣ୍ଟା ପରେ ମହାନଦୀରେ ବନ୍ୟା ଆସିବା ନେଇ ସୂଚନା ମିଳିଥିବାରୁ ଏହି ଖବର ଲୋକମାନଙ୍କ ଭୟକୁ ଦ୍ବିଗୁଣିତ କରିଛି ।

ଆସୁଛି ବନ୍ୟା, ମୁକାବିଲା ପାଇଁ ପ୍ରସ୍ତୁତ କେନ୍ଦ୍ରାପଡ଼ା ପ୍ରଶାସନ

ସୂଚନା ଅନୁସାରେ, ଆଜି ସକାଳୁ ପାଗ ମେଘମୁକ୍ତ ରହିଥିବା ବେଳେ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ବିଶେଷକରି ଜିଲ୍ଲାର ଡେରାବିଶ୍, ମାର୍ଶାଘାଇ, ଗରଦପୁର ଆଦି ତିନୋଟି ବ୍ଲକର ନଦୀ ଅବବାହିକାରେ ବସବାସ କରୁଥିବା ଲୋକମାନଙ୍କୁ ସତର୍କ କରାଯାଇଛି । ତେବେ ଏନେଇ 30ରୁ 40 ପ୍ରତିଶତ ଅଞ୍ଚଳ ବନ୍ୟା ଘେରରେ ରହିବା ନେଇ ଆଶଙ୍କା କରାଯାଇଛି । ସେପଟେ ମହାନଦୀ, ଚିତ୍ରୋତ୍ପଳା, ଲୁଣା ଓ ପାଇକା ଆଦି ନଦୀର ଜଳସ୍ତର ବିପଦ ସଙ୍କେତ ଠାରୁ ସାମାନ୍ୟ କମ ରହିଥିବା ବେଳେ ସନ୍ଧ୍ୟା ସୁଦ୍ଧା ମଧ୍ୟମ ବନ୍ୟାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏଥିସହ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟିକୁ ବାତିଲ କରାଯାଇଥିବା ବେଳେ ଜଳସେଚନ ବିଭାଗର ସମସ୍ତ ଅଧିକାରୀଙ୍କୁ ନଦୀକୂଳ ସ୍ଥାନ ମାନଙ୍କରେ ମୁତୟନ କରାଯାଇଛି । ସେହିପରି ପରିସ୍ଥିତିର ମୁକାବିଲା ପାଇଁ NDRF, ODRAF ଏବଂ ଅଗ୍ନିଶମ ବିଭାଗକୁ ପ୍ରସ୍ତୁତ ରଖାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜ କହିଛନ୍ତି, "ମାର୍ଶାଘାଇ ପାଟକୁରା ଏବଂ ଡେରାବିଶ ବ୍ଲକ ଅନ୍ତର୍ଗତ ୧୦ରୁ ୧୫ଟି ପଞ୍ଚାୟତର ତଳି ଅଞ୍ଚଳକୁ ଫୋକସ କରାଯାଇଛି, ପ୍ରଶାସନିକ ଅଧିକାରୀମାନେ ୟାଉପରେ ସତର୍କ ଦୃଷ୍ଟି ରଖିଛନ୍ତି । ପରିସ୍ଥିତିକୁ ଲକ୍ଷ୍ୟ କରି ବନ୍ୟା ଆସିବା ପୂର୍ବରୁ ଜନସାଧାରଣଙ୍କୁ ସ୍ଥାନାନ୍ତର କରାଯିବ ।"

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.