ETV Bharat / state

PanchayatPoll: କେନ୍ଦ୍ରାପଡା ପ୍ରଶାସନ ପୁରା ପ୍ରସ୍ତୁତ, କ଼ଡା ସୁରକ୍ଷା ବ୍ୟବସ୍ଥା

author img

By

Published : Feb 21, 2022, 9:27 PM IST

ଆସନ୍ତାକାଲି ରାଜ୍ୟରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ । ଜିଲ୍ଲାର କେନ୍ଦ୍ରାପଡା ଓ ଗରଦପୁର ବ୍ଲକରେ ମତଦାନ ହେବାକୁ ଯାଉଥିବା ବେଳେ ତୃତୀୟ ପର୍ଯ୍ୟାୟରେ ହୋଇଥିବା ହିଂସା ପରିସ୍ଥିତି ଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଅଧିକ ପଢନ୍ତୁ

ଜିଲ୍ଲା ପ୍ରଶାସନ ପୁରା ପ୍ରସ୍ତୁତ
ଜିଲ୍ଲା ପ୍ରଶାସନ ପୁରା ପ୍ରସ୍ତୁତ

କେନ୍ଦ୍ରାପଡା: ଆସନ୍ତାକାଲି ରାଜ୍ୟରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ । ଜିଲ୍ଲାର କେନ୍ଦ୍ରାପଡା ଓ ଗରଦପୁର ବ୍ଲକରେ ମତଦାନ ହେବାକୁ ଯାଉଥିବା ବେଳେ ତୃତୀୟ ପର୍ଯ୍ୟାୟରେ ହୋଇଥିବା ହିଂସା ପରିସ୍ଥିତି ଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଜିଲ୍ଲା ପ୍ରଶାସନ ପୁରା ପ୍ରସ୍ତୁତ

ଆସନ୍ତାକାଲି କେନ୍ଦ୍ରାପଡା ବ୍ଲକର ୪ଟି ଜୋନର ୨୭ ଟି ପଞ୍ଚାୟତ ଏବଂ ୪୨୯ ଟି ବୁଥରେ ମତଦାନ କରିବେ ୧ ଲକ୍ଷ ୨୮ ହଜାର ୫୯ ଜଣ ମତଦାତା। ସେହିପରି ଗରଦପୁର ବ୍ଲକର ୩ ଟି ଜୋନର ୧୮ ଟି ପଞ୍ଚାୟତ ଏବଂ ୨୮୦ଟି ବୁଥରେ ୯୩ ହଜାର ୪୯୩ ଜଣ ଭୋଟର ମତଦାନ କରିବେ। ଉଭୟ ବ୍ଲକରେ ୨ ହଜାର ୧୨୭ ଜଣ ନିର୍ବାଚନ ପରିଚାଳନା ପାଇଁ ଅଧିକାରୀ ରହିଥିବାବେଳେ ୨୭ ଟି ମୋବାଇଲ ପୋଲିସ ପାର୍ଟି ଉଭୟ ବ୍ଲକରେ ଶାନ୍ତିଶୃଙ୍ଖଳା ପାଇଁ ମୁତୟନ ହୋଇଥିବା ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.