ETV Bharat / state

ଧରାପୃଷ୍ଠକୁ ଆସିବେ ଜଗତଜନନୀ: ସଜେଇ ହେଉଛି ପୂଜା ମଣ୍ଡପ, ଚାଲିଛି ବ୍ୟାପକ ପ୍ରସ୍ତୁତି

author img

By

Published : Sep 28, 2022, 9:17 PM IST

ଧରାପୃଷ୍ଠକୁ ଆସିବେ ଜଗତଜନନୀ ,ସଜେଇ ହେଉଛି ପୂଜା ମଣ୍ଡପ ଚାଲିଛି ବ୍ୟାପକ ପ୍ରସ୍ତୁତି
ଧରାପୃଷ୍ଠକୁ ଆସିବେ ଜଗତଜନନୀ ,ସଜେଇ ହେଉଛି ପୂଜା ମଣ୍ଡପ ଚାଲିଛି ବ୍ୟାପକ ପ୍ରସ୍ତୁତି

ପାର୍ବଣର ସାଜସଜ୍ଜାରେ ଧରାଧାମକୁ ଆସିଥାନ୍ତି ମା'ଦଶଭୂଜା ଦୂର୍ଗା । ପୀଠମାନଙ୍କରେ ଆରମ୍ଭ ହେଲାଣି ଦୁର୍ଗତିନାଶିନୀ ମା'ଦୂର୍ଗାଙ୍କ ଷୋଡଶ ଉପଚାର ପୂଜା ସାଙ୍ଗକୁ ନବରାତ୍ର ପୂଜା । ଶରତ ଋତୁରେ ଜଗତ ଜନନୀ ମାଙ୍କ ପୂଜା ପାଇଁ ଖିଲିଖିଲି ହସୁଛି କାଶତଣ୍ଡି । ଅଧିକ ପଢନ୍ତୁ

କେନ୍ଦ୍ରାପଡା: ଆସୁଛନ୍ତି ମା’ ଜଗତ ଜନନୀ ଦୁର୍ଗା । ମା'ଙ୍କ ଆଗମନ ପାଇଁ ଚାରିଆଡେ ଉତ୍ସବର ମାହୋଲ । ଏନେଇ ପୀଠମାନଙ୍କରେ ଆରମ୍ଭ ହେଲାଣି ଦୁର୍ଗତିନାଶିନୀ ମା'ଦୂର୍ଗାଙ୍କ ଷୋଡଶ ଉପଚାର ପୂଜା ସାଙ୍ଗକୁ ନବରାତ୍ର ପୂଜା। ସେପଟେ ଶରତ ଋତୁରେ ଜଗତ ଜନନୀ ମାଙ୍କ ପୂଜା ପାଇଁ ଖିଲି ଖିଲି ହସୁଛି କାଶତଣ୍ଡି। ଏନେଇ ଚଳଚଞ୍ଚଳ କେନ୍ଦ୍ରାପଡ଼ା ଜିଲ୍ଲାର ଇନ୍ଦୁପୁର ଗାଁ ଓ ବଜାର।

ଧରାପୃଷ୍ଠକୁ ଆସିବେ ଜଗତଜନନୀ ,ସଜେଇ ହେଉଛି ପୂଜା ମଣ୍ଡପ ଚାଲିଛି ବ୍ୟାପକ ପ୍ରସ୍ତୁତି

ଚଳିତବର୍ଷ ଅକ୍ଟୋବର ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ମୃଣ୍ମୟୀ ମୂର୍ତ୍ତି ପୂଜା ପାଇବେ । ଏନେଇ ଇନ୍ଦୁପୁର ଅଞ୍ଚଳର ଜିଲ୍ଲା ପ୍ରସିଦ୍ଧ ମା'ଙ୍କ ଭଷାଣ କାର୍ଯ୍ୟକ୍ରମ ପାଇଁ ହୋଇଛି ବ୍ୟାପକ ପ୍ରସ୍ତୁତି। ମେଳଣ ପାଇଁ ସ୍ଥାନୀୟ ସରପଞ୍ଚଙ୍କ ସଭାପତିତ୍ବରେ ଏକ ଶାନ୍ତି କମିଟି ଗଠନ କରାଯାଇଛି। ଏଥିସହ ଶୃଙ୍ଖଳା ପରିଧିରେ ମେଳଣ ଓ ଭଷାଣ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଥିବା ମେଢ଼ଗୁଡିକୁ ପୁରସ୍କୃତ କରିବା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି ।

ପ୍ରତ୍ୟେକ ବର୍ଷ ବିଭିନ୍ନ ପୂଜା କମିଟି ମା'ଙ୍କର ମୃଣ୍ମୟୀ ମୂର୍ତ୍ତିକୁ ଷଷ୍ଠୀରୁ ବେଲବରଣୀ ପୂଜା କରି ଆସୁଛି। ଏନେଇ ଦେବୀ ଦୂର୍ଗାଙ୍କ ସମେତ ବିଭିନ୍ନ କମିଟିରେ ଅନ୍ୟୁନ ୨୦ରୁ ଉର୍ଦ୍ଧ୍ବ ମେଢ଼ ପୂଜା ପାଇ ଆସୁଛନ୍ତି । ତେଣୁ ପୂଜା କମିଟି ଗୁଡିକ ନିଜ ନିଜର ଆକର୍ଷଣ ପାଇଁ ସାଜ ଓ ଡେକୋରେସନ ବାବଦୀୟ ଖର୍ଚ୍ଚ କରିଥାନ୍ତି ଲକ୍ଷାଧିକ ଟଙ୍କା। ତେବେ ଗତ ଦୁଇ ବର୍ଷ ହେବ କୋଭିଡ ମହାମାରୀ ଜନିତ ସଂକ୍ରମଣକୁ ଦୃଷ୍ଟିରେ ରଖି ମୂର୍ତ୍ତି ଗୁଡିକର ଉଚ୍ଚତା ୪ଫୁଟ ସୀମିତ ରହିଥିଲା। ଏନେଇ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ ନିଷେଧ ନିୟମ ଯୋଗୁଁ ଆଉ ପୂଜାକୁ କରିପାରୁନଥିଲା ଆକର୍ଷଣୀୟ। କେବଳ ବିଧିବ୍ୟବସ୍ଥା ଅନୁଯାୟୀ ମୂର୍ତ୍ତି ପୂଜା ପାଉଥିବା ସ୍ଥାନର ତିନି ପାର୍ଶ୍ବକୁ ଆବଦ୍ଧ କରାଯାଇଲା। ଗୋଟିଏ ପାର୍ଶ୍ବକୁ କପଡ଼ାରେ ଢାଙ୍କି ରଖାଯାଉଥିଲା । ଏଭଳି ପରିସ୍ଥିତିରେ ପୂଜା କମିଟି ଗୁଡିକ ଟଙ୍କା ଖର୍ଚ୍ଚ କରି ମୂର୍ତ୍ତି କରିବାକୁ ମଙ୍ଗି ନ ଥିବା ବେଳେ ଶିଳ୍ପୀର ହାତ ବାନ୍ଧି ହୋଇ ରହିଥିଲା ।

ଏନେଇ ଛୋଟଛୋଟ ମୂର୍ତ୍ତି ପାଇଁ ବହୁତ କମ ପାରିଶ୍ରମିକ ମିଳୁଥିବା ବେଳେ ପ୍ରତ୍ୟେକ ବର୍ଷ ପାଖାପାଖି ୧୦ରୁ ୧୨ଜଣ ସହଯୋଗୀଙ୍କୁ ଧରି ମୂର୍ତ୍ତି ତିଆରି କରିଥାନ୍ତି ଶିଳ୍ପୀ। କିନ୍ତୁ ଏବେ ନିଜର ଗୁଜୁରାଣ ମେଣ୍ଟାଇବାକୁ ମଧ୍ୟ ଅସମର୍ଥ ହେଉଥିଲେ। ଏଭଳି ପରିସ୍ଥିତିରୁ ମୁକୁଳି ଚଳିତବର୍ଷ ପୂଜା ପାଇଁ ଅନୁମତି ମିଳିଥିବାରୁ ବେଶ ଉତ୍ସାହିତ ଅଛନ୍ତି ପୂଜା କମିଟି ଓ ଅଞ୍ଚଳର ଜନସାଧାରଣ ।

ତେବେ ପ୍ରତ୍ୟେକ ବର୍ଷ ଭଳି ଚଳିତବର୍ଷ ମା ଦୁର୍ଗାଙ୍କ ପୂଜାକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିବା ପାଇଁ ଦୂର ଦୁରାନ୍ତରେ ରହୁଥିବା ଇନ୍ଦୁପୁରବାସୀ ପୂଜାରେ ଘରକୁ ଆସିବା ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି । ସେହିପରି ସାଜ ପ୍ରସ୍ତୁତିରେ ଲାଗିଥିବା ସ୍ଥାନୀୟ ଅଞ୍ଚଳରେ ଜଣେ ଯୁବ ଶିଳ୍ପୀଙ୍କ କହିବାନୁଯାୟୀ, ସାଜ କାମ ପାଇଁ ବହୁ ପରିଶ୍ରମ କରାଯାଉଥିବା ବେଳେ ପାରିଶ୍ରମିକ ବାବଦକୁ ଖୁବ କମ ଟଙ୍କା ମିଳିଥାଏ । ହେଲେ ସେଥିରେ ମନ ଊଣା ନକରି ମା'ଙ୍କ କାମ ପାଇଁ ନିଜକୁ ନିୟୋଜିତ କରି ପାରୁଥିବାରୁ ବହୁତ ଖୁସି ଲାଗୁଛି ବୋଲି କହିଛନ୍ତି ।

ପ୍ରତ୍ୟେକ ବର୍ଷ ମା'ଙ୍କ ଆଗମନ ପାଇଁ ଗାଁ ଠାରୁ ସହର ଚଳଚଞ୍ଚଳ ହୋଇ ଉଠୁଥିବା ବେଳେ ଗତ ଦୁଇବର୍ଷ କୋଭିଡ ସଂକ୍ରମଣ ଜନିତ କଟକଣା ପାଇଁ ଏହି ଉତ୍ସାହ ଫିକା ପଡିଥିଲା । ତେବେ ଚଳିତବର୍ଷ କୋଭିଡ କଟକଣାରେ କୋହଳ ପୁନର୍ବାର ଆଡମ୍ବରପୂର୍ଣ୍ଣ ମା'ଙ୍କ ପୂଜା ପାଇଁ ଚଳଚଞ୍ଚଳ କରାଇଛି ସମଗ୍ର ଇନ୍ଦୁପୁର ଅଞ୍ଚଳ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.