ETV Bharat / state

ଲୁଟିନେଲେ ମନରେଗା ଟଙ୍କା ଅନଶନରେ ବସି ଅସୁସ୍ଥ ଜବକାର୍ଡଧାରୀ, ନିଦ୍ରାରେ ପ୍ରଶାସନ

author img

By

Published : Dec 9, 2022, 5:02 PM IST

ଲୁଟିନେଲେ ମନରେଗା ଟଙ୍କା ଅନଶନରେ ବସି ଅସୁସ୍ଥ ଜବକାର୍ଡଧାରୀ
ଲୁଟିନେଲେ ମନରେଗା ଟଙ୍କା ଅନଶନରେ ବସି ଅସୁସ୍ଥ ଜବକାର୍ଡଧାରୀ

ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ଯୋଜନାରେ ଦୁର୍ନୀତି ଅଭିଯୋଗ । ଆମରଣ ଅନଶନକୁ ଓହ୍ଲାଇଲେ ଶତାଧିକ ଜବକାର୍ଡଧାରୀ । ଅଧିକ ପଢନ୍ତୁ

କେନ୍ଦ୍ରାପଡା: ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ଯୋଜନାରେ ଦୁର୍ନୀତି ଅଭିଯୋଗ । ଏହାର ଭିଜିଲାନ୍ସ ତଦନ୍ତ ଦାବିରେ ଅଡି ବସି ଆମରଣ ଅନଶନକୁ ଓହ୍ଲାଇଲେ କେନ୍ଦ୍ରାପଡା ଡେରାବିଶ୍ ବ୍ଲକ ପଲେଇ ପଞ୍ଚାୟତର ଶତାଧିକ ଜବକାର୍ଡଧାରୀ ।

ଲୁଟିନେଲେ ମନରେଗା ଟଙ୍କା ଅନଶନରେ ବସି ଅସୁସ୍ଥ ଜବକାର୍ଡଧାରୀ

ସୂଚନା ଅନୁଯାୟୀ, ଗତ 2020 ଆର୍ଥିକ ବର୍ଷରେ ଏହି ପଞ୍ଚାୟତ ଅଧିନ ସବଳଙ୍ଗ ଗାଁ ଦଳିତ ବସ୍ତିର ଶତାଧିକ ଲୋକଙ୍କୁ ଜବକାର୍ଡରେ କାମ ପ୍ରଦାନ କରାଯାଇଥିଲା । ଏହି ଜବକାର୍ଡଧାରୀ 5 ସପ୍ତାହ ଅର୍ଥାତ 35 ଦିନ କାମ କରିଥିଲେ ହେଁ ମାତ୍ର ଦୁଇ ସପ୍ତାହର ଟଙ୍କା ସେମାନଙ୍କ ଆକାଉଣ୍ଟକୁ ଆସିଥିବା ବେଳେ ବାକି ତିନି ସପ୍ତାହ କାମର ଟଙ୍କା ସେମାନଙ୍କ ପାଖକୁ ଆସିନ ଥିଲା ।

ତେବେ ଏନେଇ ଗ୍ରାମବାସୀଙ୍କ ଅଭିଯୋଗ ପରେ କୌଣସି ଫଳ ମିଳି ନଥିଲା । ଏନେଇ ପରେ ମନରେଗା ସରକାରୀ ୱେବସାଇଟରେ ବାହାର ରାଜ୍ୟରେ ରହି କାମ କରି ଥିବା ଲୋକଙ୍କ ଆକାଉଣ୍ଟରେ ଟଙ୍କା ଯାଇଥିବା ଦେଖି ସୂଚନା ଅଧିକାର ଆଇନରେ ତଥ୍ୟ ମାଗିବା ପରେ ଘଟଣା ସମ୍ପର୍କରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଅନ୍ୟପଟେ ଏହି ଘଟଣା ସମ୍ପର୍କରେ ପ୍ରାୟ 5ରୁ 6 ଥର ଅଭିଯୋଗ କରାଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ନ ଶୁଣିବାରୁ ଆଜି ଏହି ଅନଶନ ଧର୍ମଘଟ କରାଯାଇଛି ବୋଲି କହିଛନ୍ତି ବିଜେପି ରାଜ୍ୟ ମୁଖପାତ୍ର ।

ସେହିପରି ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ,ଡେରାବିଶ୍ ବିଡ଼ିଓ ଓ ଜିଲ୍ଲା ପ୍ରଶାସନର ମିଲିଭଗତରେ ଏହି ଦୁର୍ନୀତି କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ଲୋକେ। କାମ କରି ଟଙ୍କା ପାଇ ନ ଥିବାରୁ ସେମାନେ ଏହି ଅନଶନ କରିଛନ୍ତି । ତେବେ ଯେପର୍ଯ୍ୟନ୍ତ କାମ ବାବଦକୁ ଟଙ୍କା ନ ମିଳିଛି ସେ ଯାଏଁ ଏହି ଅନଶନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଅନଶନକାରୀ ।

ସେପଟେ ବାହାର ରାଜ୍ୟରେ ରହି କୌଶଳ କରି ସରକାରୀ ଧନ ହାତେଇଥିବା ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଓ ପଲେଇ ପଞ୍ଚାୟତରେ ହୋଇଥିବା ଦୁର୍ନୀତି ସମ୍ପର୍କରେ ଭିଜିଲାନ୍ସ ତଦନ୍ତ ନହେବା ପର୍ଯ୍ୟନ୍ତ ଏହି ଅନଶନ ଜାରି ରହିବ ବୋଲି କହିଛନ୍ତି ବିଜେପି ପଲେଇ ସଭାପତି । ତେବେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସକାଳ 9 ଘଟିକାରୁ ଏହି ଅନଶନ ଆନ୍ଦୋଳନ ଆରମ୍ଭ ହୋଇଥିବା ବେଳେ ଜିଲ୍ଲାପାଳ କିମ୍ବା ଜିଲ୍ଲା ପ୍ରଶାସନର କୌଣସି ଅଧିକାରୀ ଅନଶନକାରୀଙ୍କ ପାଖରେ ନ ପହଞ୍ଚିବା ଏବଂ ଜଣେ ଅନଶନକାରୀ ଅସୁସ୍ଥ ହୋଇ ମେଡିକାଲ ଯିବା ଘଟଣା ଜିଲ୍ଲା ପ୍ରଶାସନର ବୈମାତୃକ ମନୋଭାବକୁ ସୁଚାଉଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.