ETV Bharat / state

ଶହଶହ ଚିଙ୍ଗୁଡ଼ି ଘେରି ପାଇଁ ହେକ୍ଟର ହେକ୍ଟର ଚାଷଜମି ନଷ୍ଟ ! ଚିନ୍ତାରେ ଚାଷୀ

author img

By ETV Bharat Odisha Team

Published : Dec 14, 2023, 10:43 PM IST

ମହାକାଳପଡ଼ା ଅଞ୍ଚଳରେ ଶହଶହ ଚିଙ୍ଗୁଡ଼ି ଘେରି ଯୋଗୁଁ ହେକ୍ଟର ହେକ୍ଟର ଚାଷଜମି ନଷ୍ଟ , ଚିନ୍ତାରେ ଚାଷୀ
ମହାକାଳପଡ଼ା ଅଞ୍ଚଳରେ ଶହଶହ ଚିଙ୍ଗୁଡ଼ି ଘେରି ଯୋଗୁଁ ହେକ୍ଟର ହେକ୍ଟର ଚାଷଜମି ନଷ୍ଟ , ଚିନ୍ତାରେ ଚାଷୀ

Illegal prawn gheri:କେନ୍ଦ୍ରାପଡ଼ାରେ ବେଆଇନ ଚୁଙ୍ଗୁଡି ଘେରି ପାଇଁ ହେକ୍ଟର ହେକ୍ଟର ଚାଷଜମି ନଷ୍ଟ । ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ବେଖାତିର କରି ଜିଲ୍ଲାରେ ଚିଙ୍ଗୁଡ଼ି ମାଫିଆମାନେ ନିଜର ବେଆଇ କରବାର ଜିରି ରଖିଛନ୍ତି । ଏହାକୁ ସମ୍ପୁର୍ଣ୍ଣ ଉଚ୍ଛେଦ କରିବା ପାଇଁ ଦାବି ହେଉଥିଲେ ମଧ୍ୟ ପ୍ରଶାସନ ନିରବ ଦ୍ରଷ୍ଟା ପଲଟିଛି । ଅଧିକ ପଢନ୍ତୁ

ମହାକାଳପଡ଼ା ଅଞ୍ଚଳରେ ଶହଶହ ଚିଙ୍ଗୁଡ଼ି ଘେରି ଯୋଗୁଁ ହେକ୍ଟର ହେକ୍ଟର ଚାଷଜମି ନଷ୍ଟ , ଚିନ୍ତାରେ ଚାଷୀ

କେନ୍ଦ୍ରାପଡ଼ା: ଜିଲ୍ଲାରେ ଦିନକୁ ଦିନ ବଢ଼ି ଚାଲିଛି ବେଆଇନ ଚୁଙ୍ଗୁଡି ଘେରି । ଏଥିପାଇଁ ବ୍ୟାପକ କ୍ଷତି ସହୁଛନ୍ତି ମହାକାଳପଡ଼ା ବ୍ଲକ ଆଖଡାଶାଳୀ ଅଞ୍ଚଳର ଚାଷୀ । ଚାଷୀମାନେ ଧାର ଉଦ୍ଧାର କରି ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷ କାର୍ଯ୍ୟ କରୁଛନ୍ତି । ହେଲେ ବେଆଇନ ଭାବେ ଚୁଙ୍ଗୁଡ଼ି ଘେରିରୁ ବାହାରୁଥିବା କେମିକାଲ ମିଶା ପାଣି ଚାଷଜମିରେ ପଶିବାରୁ ଫସଲ ହୋଇପାରୁ ନଥିବା ଅଭିଯୋଗ କରିଛନ୍ତି ଚାଷୀ । ସ୍ଥାନୀୟ ଚାଷୀମାନେ ବାରମ୍ବାର ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା କହିଛନ୍ତି ।

ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ବେଖାତିର କରି ଜିଲ୍ଲାରେ ଚିଙ୍ଗୁଡ଼ି ମାଫିଆମାନେ ନିଜର ବେଆଇ କରବାର ଜିରି ରଖିଛନ୍ତି ।ପରିବେଶ ପ୍ରଦୂଷଣ ରୋକିବା ସହ ପାରମ୍ପରିକ ମତ୍ସ୍ୟଜୀବୀଙ୍କ ଜୀବିକା ନିର୍ବାହ ପାଇଁ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପାଇଁ କୋର୍ଟ ନିର୍ଦ୍ଦେଶ ଥିବାବେଳେ ପ୍ରଶାସନିକ ଅବହେଲା ଯୋଗୁଁ ସ୍ଥାନୀୟ ଚାଷୀମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି ।ମହାକାଳପଡ଼ାର ଆଖଡାଶାଳୀ ଅଞ୍ଚଳରେ ରହିଛି ଅନେକ ବେଆଇନ ଚୁଙ୍ଗୁଡି ଘେରି ।ଏହି ବେଆଇନ ଘେରି ଚାରିକଡରେ ରହିଛି ହେକ୍ଟର ହେକ୍ଟର ଚାଷଜମି ଯେଉଁ ଚାଷଜମିରେ ଚାଷୀମାନେ ଚାଷକରି ଧାନ ଅମଳ କରି ବର୍ଷକ ଆହାର ସଂଗ୍ରହ କରିବା ସହ ନିଜର ପରିବାର ପୋଷଣ କରିଥାନ୍ତି ।

ତେବେ ଗତ ଦୁଇ ବର୍ଷ ଧରି ଏହି ବେଆଇନ ଚିଙ୍ଗୁଡି ଘେରିରୁ କେମିକାଲ ମିଶା ପାଣି ବାହାରି ଚାଷଜମିରେ ମାଡି ଯାଉଛି । ଫଳରେ ଚାଷୀମାନେ ବିଭିନ୍ନ ସମବାୟ ସମିତିରୁ ଋଣ କରି ଓ ହାତ ଉଧାରୀ କରି ଋଣ କରିଥିବା ଚାଷ ସଂପୂର୍ଣ୍ଣ ଉଜୁଡି ଯାଉଛି । ତେବେ ଜଣେ ଚାଷୀ କହିଛନ୍ତି, "କୋର୍ଟଙ୍କ ବୋଆଇନ ଚୁଙ୍ଗୁଡି ଘେରି ଭାଙ୍ଗିବା ପାଇଁ ନିର୍ଦ୍ଦେଶ ରହିଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ କୌଣସି ଚାଷୀଙ୍କ ସମସ୍ୟାକୁ କର୍ଣ୍ଣପାତ କରୁନାହାନ୍ତି । କାଭାଁ ଚୁଙ୍ଗୁଡି ଘେରି ଭାଙ୍ଗି ପ୍ରଶାସନ ନିରବ ଦ୍ରଷ୍ଟା ପଲଟିଛି ।" କ୍ଷତିଗ୍ରସ୍ତ ଚାଷୀଙ୍କୁ ସାହଯ୍ୟ ଯୋଗାଇବା ପାଇଁ ସେ ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ.....ଚିଲିକାରୁ ବେଆଇନ ଘେରି ଉଚ୍ଛେଦ କଲା ପ୍ରଶାସନ

ବର୍ତ୍ତାମାନ ଧାନକେଣ୍ଡା ହୋଇଥିବା ଧାନ ଗଛ ସଂପୂର୍ଣ୍ଣ ମରି ଯାଇଥିବା ଦେଖିବାକୁ ମିିଳିଛି । ଏନେଇ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି । ପ୍ରଶାସନ ପାଖରେ କ୍ଷତିପୂରଣ ସାଙ୍ଗକୁ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପାଇଁ ଦାବି କରିଛନ୍ତି ଚାଷୀ । ଆନ୍ୟପଟେ ମହାକାଳପଡ଼ା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ କହିଛନ୍ତି, "ଖୁବଶୀଘ୍ର କୋର୍ଟ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ସହିତ ବେଆଇନ ଚିଙ୍ଗୁଡି ଘେରି ଭଙ୍ଗା ଯିବ ।"

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.