ETV Bharat / state

ସମୁଦ୍ର ବେଳାଭୂମିକୁ ଡାକିନେଇ ସାଙ୍ଗର ଯୌନାଙ୍ଗ କାଟିଲା ସାଙ୍ଗ, ଗୁରୁତର ଅବସ୍ଥାରେ ମେଡିକାଲ ଭର୍ତ୍ତି

author img

By

Published : Apr 2, 2023, 10:51 PM IST

ସମୁଦ୍ର ବେଳାଭୂମିକୁ ଡାକିନେଇ ସାଙ୍ଗର ଯୌନାଙ୍ଗ କାଟିଲା ସାଙ୍ଗ
ସମୁଦ୍ର ବେଳାଭୂମିକୁ ଡାକିନେଇ ସାଙ୍ଗର ଯୌନାଙ୍ଗ କାଟିଲା ସାଙ୍ଗ

କେନ୍ଦ୍ରାପଡ଼ାରେ ସମୁଦ୍ର ବେଳାଭୂମିକୁ ଡାକିନେଇ ସାଙ୍ଗର ଯୌନାଙ୍ଗ କାଟିଲା ସାଙ୍ଗ । ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଅଧିକ ପଢ଼ନ୍ତୁ

ସମୁଦ୍ର ବେଳାଭୂମିକୁ ଡାକିନେଇ ସାଙ୍ଗର ଯୌନାଙ୍ଗ କାଟିଲା ସାଙ୍ଗ

କେନ୍ଦ୍ରାପଡ଼ା: ସାଙ୍ଗର ଅତର୍କିତ ଆକ୍ରମଣରେ ଗୁରୁତର ହୋଇ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର ହେଲା ସାଙ୍ଗ । ବନ୍ଧୁତ୍ବରେ ବିଷ ଦେଇ ବଇରୀ ସାଜିଲା ବନ୍ଧୁ । ସାଙ୍ଗରେ ଡାକିନେଇ ସମୁଦ୍ରକୁ ଗଲେ, ଆଉ ସେଠାରେ ମିଳିମିଶି ଯୁବକ ବନ୍ଧୁଙ୍କ ଯୌନାଙ୍ଗ କାଟିଦେଲେ । ଏଭଳି ଲୋମ ଟାଙ୍କୁରା ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ରାଜନଗର ଥାନା ଅଞ୍ଚଳରୁ । ତେବେ ଘଟଣାରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ନହେଲେ ଅଭିଯୋଗକାରୀ ଓ ଗ୍ରାମବାସୀ ଥାନା ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଅଭିଯୋଗ ମୁତାବକ, କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧିନ ବାଲିପାଟଣା ଗାଁର ୩୩ ବର୍ଷୀୟ ଯୁବକ ଭାଗବତ ଦାଶ ଆଜି ପୂର୍ବାହ୍ନରେ ଘରେ ଥିବା ବେଳେ ତାଙ୍କ ବନ୍ଧୁ ଆଳି ଥାନା ଅଧିନ ବାଙ୍କେଶ୍ୱର ଗାଁର ଅକ୍ଷୟ ରାଉତ ଏକ ଅଟୋ ଭଡାରେ ଆଣି ପେଣ୍ଠ ସମୁଦ୍ରକୂଳ ବୁଲିଯିବା ପାଇଁ ଭାଗବତଙ୍କୁ ଡାକିଥିଲେ । ଭାଗବତ ପ୍ରସ୍ତାବରେ ରାଜି ହୋଇ ଅକ୍ଷୟଙ୍କ ସହ ଆସିବା ପରେ ଅକ୍ଷୟ ତାର ଆଉ କିଛି ବନ୍ଧୁଙ୍କୁ ପେଣ୍ଠ ଡାକିଥିଲା । ତେବେ କୌଣସି କାରଣକୁ ନେଇ ଉଭୟ ଭାଗବତ ଓ ଅକ୍ଷୟଙ୍କ ମଧ୍ୟରେ ବଚସା ହେବାରୁ ଭାଗବତଙ୍କ ଯୌନାଙ୍ଗ କାଟି ଦେଇଥିବା ରାଜନଗର ଥାନାରେ ଅଭିଯୋଗ ହୋଇଛି । ଅନ୍ୟପଟେ ମଧ୍ୟାହ୍ନ ସମୟରେ ଭାଗବତ ଗୁରୁତର ଅବସ୍ଥାରେ ବେଳାଭୂମି ପାଖରେ ପଡି ଚିତ୍କାର କରୁଥିବା ଶୁଣି କିଛି ସ୍ଥାନୀୟ ଲୋକେ ଭାଗବତଙ୍କୁ ଉଦ୍ଧାର କରି ଘରକୁ ଫୋନ କରିବା ପରେ ରାଜନଗର ବେଲପାଳରେ ରହୁଥିବା ତାଙ୍କ ମାମୁଁ ସଞ୍ଜୟ ପଣ୍ଡା ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକମାନଙ୍କ ସହଯୋଗରେ ଭାଗବତଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।

ତେବେ ଅତ୍ୟଧିକ ରକ୍ତଶ୍ରାବ କାରଣରୁ ଭାଗବତଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି । ତେବେ ରାଜନଗର ପୋଲିସ ପ୍ରାଥମିକ ତଦନ୍ତ କରି ଅକ୍ଷୟ ଓ ଭାଗବତ ଯାଇଥିବା ଅଟୋକୁ ଜବତ କରିଥିବା ବେଳେ ଅଟୋ ଚାଳକକୁ ଅଟକ ରଖିଛି । ଘଟଣାରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ନହେଲେ ଅଭିଯୋଗକାରୀ ଓ ଗ୍ରାମବାସୀ ଥାନା ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି । ଯାହାକି ପୋଲିସ ପାଇଁ ଏବେ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ତେବେ ଭାଗବତ ଓ ଅକ୍ଷୟଙ୍କ ସୁଦୂର ବାଙ୍ଗାଲୋରରେ ରହିବା ସମୟରେ ଚିହ୍ନା ପରିଚିତ ହୋଇଥିବା କହିଛନ୍ତି ଭାଗବତଙ୍କ ମାମୁଁ । ଉଭୟ ଭାଗବତ ଓ ଅକ୍ଷୟ ଏକ ପାର୍ଟନରସିପ ବ୍ୟବସାୟ ଆରମ୍ଭ କରିବେ ବୋଲି କିଛିଦିନ ଆଗରୁ ଭାଗବତ ଘରେ କହିଥିଲେ । ଭାଗବତଙ୍କ ବାପା ମୃତ୍ୟୁବରଣ କରି ସାରିଥିବା ବେଳେ ଏକମାତ୍ର ପୁଅ ହେଉଛନ୍ତି ଭାଗବତ । ଅନ୍ୟପଟେ ଉଦ୍ଧାର କରି ଆଣିବା ସମୟରେ ଭାଗବତ, ଅକ୍ଷୟ ତାଙ୍କୁ କୌଣସି ନିଶାଦ୍ରବ୍ୟ ଖାଇବାକୁ ଦେଇ ଏଭଳି କାଣ୍ଡ ଭିଆଇଥିବା କହିଥିବା ଭାଗବତଙ୍କ ମାମୁଁ ଗଣମାଧ୍ୟମ ସାମ୍ନାରେ କହିଛନ୍ତି । ଭଣଜା ଭାଗବତ ଘରର ଏକମାତ୍ର ରୋଜଗାରକ୍ଷମ ହୋଇଥିବା ବେଳେ ଏଭଳି ଆକ୍ରମଣ ଯୋଗୁଁ ଘରେ କାନ୍ଦ ବୋବାଳି ପଡିଛି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.