ETV Bharat / state

ଅଶାନ୍ତ ହେଲାଣି ପେଣ୍ଠ ସମୁଦ୍ର, ଉପକୂଳବର୍ତ୍ତୀ ଅଞ୍ଚଳକୁ ଘାରୁଛି ବାତ୍ୟା ଭୟ

author img

By

Published : May 22, 2021, 7:24 AM IST

ଅଶାନ୍ତ ହେଲାଣି ପେଣ୍ଠ ସମୁଦ୍ର, ଉପକୂଳବର୍ତ୍ତୀ ଅଞ୍ଚଳକୁ ଘାରୁଛି ବାତ୍ୟା ଭୟ
ଅଶାନ୍ତ ହେଲାଣି ପେଣ୍ଠ ସମୁଦ୍ର, ଉପକୂଳବର୍ତ୍ତୀ ଅଞ୍ଚଳକୁ ଘାରୁଛି ବାତ୍ୟା ଭୟ

ମହାବାତ୍ୟା ୟସକୁ ନେଇ ପ୍ରସ୍ତୁତ ରହିଛି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ । ଗତକାଲି(ଶୁକ୍ରବାର) ଅପରାହ୍ନରେ ବର୍ଷା ଆରମ୍ଭ ହୋଇଥିବା ବେଳେ ପୂର୍ଣ୍ଣିମା ପକ୍ଷ ହୋଇଥିବାରୁ ସମୁଦ୍ର ଧିରେ ଧିରେ ଅଶାନ୍ତ ହେବାରେ ଲାଗିଛି । ଅଧିକ ପଢନ୍ତୁ...

କେନ୍ଦ୍ରାପଡ଼ା: ମହାବାତ୍ୟା ୟସକୁ ନେଇ ପ୍ରସ୍ତୁତ ରହିଛି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ । ଗତବର୍ଷ ମେ ୧୯ ତାରିଖରେ ଅମ୍ଫାନ ମହାବାତ୍ୟା ପଶ୍ଚିମବଙ୍ଗର ସୁନ୍ଦରବନରେ ଲ୍ୟାଣ୍ଡଫଲ କରି କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ଓ ରାଜନଗର ବ୍ଲକରେ ଅନେକ କ୍ଷତି କରିଥିଲା । ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମତ୍ସଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାପାଇଁ ମାଇକ ଜରିଆରେ ବାରଣ କରାଯାଇଥିବା ବେଳେ, ଯେଉଁମାନେ ସମୁଦ୍ର ମଧ୍ୟକୁ ମାଛ ମାରିବା ପାଇଁ ଯାଇଛନ୍ତି ସେମାନଙ୍କୁ ଫେରି ଆସିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଅଶାନ୍ତ ହେଲାଣି ପେଣ୍ଠ ସମୁଦ୍ର, ଉପକୂଳବର୍ତ୍ତୀ ଅଞ୍ଚଳକୁ ଘାରୁଛି ବାତ୍ୟା ଭୟ

ରାଜନଗର ବ୍ଲକ ପେଣ୍ଠ ସମୁଦ୍ର ଉପକୂଳ ପଞ୍ଚାୟତଗୁଡିକ ଗତ ବାତ୍ୟାରେ ଉଜୁଡି ଯାଇଥିବା ବେଳେ ସମ୍ଭାବ୍ୟ ୟାସ ପୁନଃର୍ବାର ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବାର ପ୍ରାକ ସୂଚନା ରହିଥିବାରୁ ଛନକା ପଶିଛି ଗ୍ରାମବାସୀଙ୍କ ମନରେ । ଗତକାଲି(ଶୁକ୍ରବାର) ଅପରାହ୍ନରେ ବର୍ଷା ଆରମ୍ଭ ହୋଇଥିବା ବେଳେ ପୂର୍ଣ୍ଣିମା ପକ୍ଷ ହୋଇଥିବାରୁ ସମୁଦ୍ର ଧିରେଧିରେ ଅଶାନ୍ତ ହେବାରେ ଲାଗିଛି । ତେବେ ପେଣ୍ଠ ସମୁଦ୍ର ଉପକୂଳରେ କଣ ରହିଛି ସ୍ଥିତି ସେନେଇ ଅଧିକ ସୂଚନା ଦେଉଛନ୍ତି ଆମ କେନ୍ଦ୍ରାପଡା ପ୍ରତିନିଧୀ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.