ETV Bharat / state

ଚାଷ ଜମିରେ ଜଳସେଚନ ସମସ୍ୟା, ଚିନ୍ତାରେ ଚାଷୀକୂଳ

author img

By

Published : Jun 25, 2023, 7:43 AM IST

ଚାଷ ଜମିରେ ଜଳସେଚନ ସମସ୍ୟା
ଚାଷ ଜମିରେ ଜଳସେଚନ ସମସ୍ୟା

କେନ୍ଦ୍ରାପଡା ଜିଲ୍ଲା ଦେଇ ଗୋବରୀ କେନାଲ, ପଟ୍ଟାମୁଣ୍ଡାଇ କେନାଲ ଓ ଜମ୍ବୁ କେନାଲ ଯାଇଥିବା ବେଳେ କେନାଲରେ ପାଣି ଆସୁନାହିଁ । ଫଳରେ ଚାଷ କାମ ବାଧାପ୍ରାପ୍ତ ହୋଇଥିବା ବେଳେ ଚିନ୍ତାରେ ଚାଷୀ । ଅଧିକ ପଢନ୍ତୁ

ଚାଷ ଜମିରେ ଜଳସେଚନ ସମସ୍ୟା

କେନ୍ଦ୍ରାପଡ଼ା: ଜଳସେଚନ ବିଭାଗର ଦାୟିତ୍ବହୀନତା ପାଇଁ ବାଧାପ୍ରାପ୍ତ ହୋଇଛି ଚାଷ କାର୍ଯ୍ୟ । ଚଳିତ ବର୍ଷ ପାଗ ଅନୁକୂଳ ନହେବା ଅର୍ଥାତ ବର୍ଷା ବିଳମ୍ବରେ ହେବାରୁ ଜଳସେଚନ ପାଇଁ ସମ୍ପୂର୍ଣ୍ଣ ରୂପେ କେନାଲ ଉପରେ ନିର୍ଭର କରିଥିଲେ ଚାଷୀ । ହେଲେ କେନାଲରେ ପାଣି ଆସୁନଥିବାରୁ ଚାଷୀଙ୍କୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି । କେନ୍ଦ୍ରାପଡା ଜିଲ୍ଲା ଦେଇ ଗୋବରୀ କେନାଲ, ପଟ୍ଟାମୁଣ୍ଡାଇ କେନାଲ ଓ ଜମ୍ବୁ କେନାଲ ଯାଇଥିବା ବେଳେ କେନାଲରେ ପାଣି ଆସୁନାହିଁ । ସେପଟେ ଜଳକର ଆଦାୟ ହେବା ବେଡି ଉପରେ କୋରଡ ମାଡ଼ ସଦୃଶ ହୋଇଛି ବୋଲି ଚାଷୀ ଅଭିଯୋଗ କରିଛନ୍ତି ।

ଜିଲ୍ଲାର ୯ଟି ବ୍ଲକରେ ଥିବା ୨୪୯ ପଞ୍ଚାୟତର ୧ହଜାର ୫୯୧ଟି ଗାଁରେ ଧାନ ଚାଷ ହେଉଥିବା ବେଳେ ମୁଖ୍ୟତଃ କେନାଲ ଉପରେ ନିର୍ଭର କରିଥାନ୍ତି ଚାଷୀ । କେନାଲ ଓ ଶାଖା କେନାଲ ମିଶି ୫୦ରୁ ଉର୍ଦ୍ଧ୍ବ ଥିଲେ ମଧ୍ୟ ସେଥିରେ ପାଣି ଆସୁନଥିବାରୁ ଦେଖାଦେଇଛି ଜଳସେଚନ ସମସ୍ୟା । ଫଳରେ ନିଜ ଉଦ୍ୟମରେ ଚାଷୀ ପାଣି ମୋଟର ପମ୍ପ ଲଗାଇ ପୂର୍ବରୁ ଚାଷ କରୁଥିବା ବେଳେ ଚଳିତ ବର୍ଷ ପ୍ରବଳ ଖରା ପାଇଁ ଜଳ ଉତ୍ସଗୁଡିକ ଶୁଖିଯାଇଥିବାରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଚଳିତ ବର୍ଷ ପାଗ ଅନୁକୂଳ ନଥିବାବେଳେ ବିଳମ୍ବରେ ଓଡିଶାକୁ ମୌସୁମୀ ଛୁଇଁଛି । ଫଳରେ ଚାଷୀଙ୍କୁ ଜଳସେଚନ ବିଭାଗ ଉପରେ ସମ୍ପୂର୍ଣ୍ଣ ଭରଷା କରିବାକୁ ପଡିଥିବା ବେଳେ ବିଭାଗର ଦାୟିତ୍ବହୀନତା ପାଇଁ ବାଧାବିଘ୍ନର ସମ୍ମୁଖୀନ ହୋଇଥିବା ଅଭିଯୋଗ କରିଛନ୍ତି ଚାଷୀ ।

ଡେରାବିଶ ବ୍ଲକର ନୂଆହାଟ ପାଟ, ଗହଗା ପାଟ ଭଳି ଚାଷ ଜମି ପାଇଁ କେନାଲ ପାଣି ମିଳିବା ସାତ ସପନ ପାଲଟିଛି । ଅତ୍ୟଧିକ ବର୍ଷା ହେଲେ ଜମିରେ ପାଣି ଜମା ରହି ଚାଷ ନଷ୍ଟ ହେବା ସାର ହୋଇଥାଏ । ସେହିପରି ଗୋବରୀ କେନାଲରେ ଦୀର୍ଘ ୬ମାସ ଧରି ବର୍ତ୍ତମାନ ପର୍ଯ୍ୟନ୍ତ କାମ ହେଉଥିବା କାରଣରୁ କେନାଲରେ ପାଣି ଆସିବ କି ନାହିଁ ସେନେଇ ଆଶଙ୍କା ସୃଷ୍ଟି ହୋଇଛି । ଠିକାଦାର, ଜଳସେଚନ ବିଭାଗ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଚାଷୀକୂଳ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ ହୋଇଛି । ଅପରପକ୍ଷେ ଠିକଣା ସମୟରେ ସମସ୍ତ କାର୍ଯ୍ୟ ହେବ ବୋଲି କହିଛନ୍ତି ଉପଜିଲ୍ଲାପାଳ ।

ତେବେ ଓଡ଼ିଶାର ଗଣପର୍ବ ରଜ ପରେ ବସୁମତି ସ୍ନାନ କରାଯାଇ ଚାଷ କାର୍ଯ୍ୟ ଆରମ୍ଭ ହୋଇଥାଏ । ହେଲେ ଜଳସେଚନ ଅଭାବରୁ କେନ୍ଦ୍ରପଡା ଜିଲ୍ଲାରେ ଚାଷ କାମ ହୋଇପାରିନଥିଲା । ଗୋଟିଏ ପଟେ ପୂର୍ବରୁ କେନାଲରେ ପାଣି ଆସୁନଥିବା କାରଣରୁ ଖରାଦିନିଆ ଚାଷ କରି କେନ୍ଦ୍ରାପଡ଼ା ଚାଷୀ ହତାଶ ହୋଇପଡ଼ିଥିବା ବେଳେ ବର୍ତ୍ତମାନ ମୌସୁମୀ ଆସିବା ପରେ ଲଗାତର ବର୍ଷା କାରଣରୁ ସେହି ପାଣି ଚାଷକୁ ବୁଡାଇବା ଆଶଙ୍କା ଦେଖାଦେଲାଣି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.