ETV Bharat / state

ସ୍ଥାୟୀ ନିଯୁକ୍ତି ପତ୍ର ଦାବିରେ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ଆନ୍ଦୋଳନ

author img

By

Published : Dec 4, 2022, 10:44 AM IST

ସ୍ଥାୟୀ ନିଯୁକ୍ତି ପତ୍ର ପାଇଁ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ଆନ୍ଦୋଳନ
ସ୍ଥାୟୀ ନିଯୁକ୍ତି ପତ୍ର ପାଇଁ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ଆନ୍ଦୋଳନ

ସ୍ଥାୟୀ ନିଯୁକ୍ତି ପତ୍ର ପାଇଁ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ଘେରାଉ କଲା ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ । ସେଠାରେ ବିକ୍ଷୋଭ ଓ ଧାରଣା ପ୍ରଦର୍ଶନ କରିଥିଲେ ଅସନ୍ତୋଷ ଶିକ୍ଷକ ଓ ଶିକ୍ଷୟିତ୍ରୀ । ଅଧିକ ପଢ଼ନ୍ତୁ

କେନ୍ଦ୍ରାପଡ଼ା: ସ୍ଥାୟୀ ନିଯୁକ୍ତି ପତ୍ର ପାଇଁ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ଘେରାଉ କଲା ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ (Contractual teacher association protest) । ସେଠାରେ ବିକ୍ଷୋଭ ଓ ଧାରଣା ପ୍ରଦର୍ଶନ କରିଥିଲେ ଶିକ୍ଷକ ଓ ଶିକ୍ଷୟିତ୍ରୀ ।

ସୂଚନାନୁସାରେ ଶିକ୍ଷକ ଓ ଶିକ୍ଷୟିତ୍ରୀ କହିବାନୁସାରେ, ‘‘ଚୁକ୍ତି ଭିତ୍ତିକ ଉଚ୍ଛେଦ ଘୋଷଣା ହେଲା ସତ । ହେଲେ ମିଳିଲାନି ସ୍ଥାୟୀ ନିଯୁକ୍ତିପତ୍ର । ଯାହାକୁ ନେଇ ଜିଲ୍ଲାସ୍ତରରେ ଆନ୍ଦୋଳନକୁ ଓହ୍ଲାଇଛି କେନ୍ଦ୍ରାପଡ଼ା ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ (protest for given permanent appointment letter )। ଜିଲ୍ଲାରେ ୨୦୧୬ ମସିହାରୁ ଅଦ୍ୟାବଧି ନିଯୁକ୍ତି ପାଇଥିବା ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ରାଜ୍ୟର ୫୭ ହଜାର କର୍ମଚାରୀଙ୍କ ପାଇଁ ଅକ୍ଟୋବର ୧୬ ତାରିଖରେ ଏହି ଘୃଣ୍ୟ ପ୍ରଥା ଉଚ୍ଛେଦ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହି ଘୋଷଣାକୁ ଇତିମଧ୍ୟରେ ଦୁଇମାସ ପୁରିବାକୁ ବସିଲାଣି । ହେଲେ ଏମାନଙ୍କୁ ସ୍ଥାୟୀ ନିଯୁକ୍ତି ପତ୍ର ମିଳିନାହିଁ । ଏନେଇ ଗଣଶିକ୍ଷା ମନ୍ତ୍ରୀ ଓ ସଚ୍ଚିବଙ୍କ ନିକଟରେ ଅଭିଯୋଗ କଲେ ବି ସେମାନେ ମଧ୍ୟ ଆଜିକାଲି କହି ଭଣ୍ଡାଇ ଚାଲିଛନ୍ତି’’ ବୋଲି ଅଭିଯୋଗ କରିଛି ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ (Contractual teacher association)।

ଏନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଥିଲେ (Contractual teacher association protest in Kendrapara) । ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ସମ୍ମାନ ଦେଇ ଗଣଶିକ୍ଷା ବିଭାଗ ସ୍ଥାୟୀ ନିଯୁକ୍ତି ପତ୍ର ପ୍ରଦାନ ନକଲେ ଆସନ୍ତା ୭ ତାରିଖ ଦିନ ଲୋୟର ପିଏମଜିରେ ଆନ୍ଦୋଳନ କରାଯିବ । ଏହାସହ ଆବଶ୍ୟକ ପଡ଼ିଲେ ସମୂହ ଆତ୍ମାହୁତି ଦିଆଯିବ ବୋଲି କହିଛନ୍ତି ଜିଲ୍ଲା ସଭାପତି ।

ଏ ସମ୍ପର୍କରେ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ସଭାପତି ପ୍ରତାପ କୁମାର ସାମଲ କହିଛନ୍ତି, ''ଗତ ୨୦୧୬ରେ ମୁଖ୍ୟମନ୍ତ୍ରୀ ଏକ ଐତିହାସିକ ନିଷ୍ପତ୍ତି ନେଇଥିଲେ । ସେହି ସମୟରେ ଏହି ଚୁକ୍ତିଭିତ୍ତିକ ନିଷ୍ପତ୍ତିକୁ ଉଠାଇଥିଲେ । ଯେତେ ଚୁକ୍ତିଭିତ୍ତିକ ଶିକ୍ଷକ ଥିଲେ ସମସ୍ତଙ୍କୁ ନିୟମିତ କରାଗଲା । ହେଲେ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ଏବେ ଗଣଶିକ୍ଷା ବିଭାଗ ମାନୁନି । ଫଳରେ ଆଜି ପର୍ଯ୍ୟନ୍ତ ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନିୟମିତ କରାଯାଉନି । ଫଳରେ ଆଜି ଆମେ ବାଧ୍ୟ ହୋଇ ଏଠି ଧାରଣା ଦେଇଛୁ । ଯଦି କିଛି ସମାଧାନ ନହୁଏ ତାହାଲେ ଆସନ୍ତା ୭ ତାରିଖରେ ଭୁବନେଶ୍ବରର ଲୋୟର ପିଏମଜି ଠାରେ ଆମେ ବଡ଼ ଆକାରର ଆନ୍ଦୋଳନ କରିବୁ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.