ETV Bharat / state

ପାୱାର କଟ ନେଇ ବର୍ଷିଲା କଂଗ୍ରେସ, ଶକ୍ତିମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଅଣ୍ଡା ଓ ଟମାଟୋ ମାଡ

author img

By

Published : Jun 17, 2023, 9:29 PM IST

ଶକ୍ତିମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ବିଦ୍ୟୁତ କାଟକୁ ନେଇ ନିଆରା ଢଙ୍ଗରେ ପ୍ରତିବାଦ କରିଛି କଂଗ୍ରେସ। ଅଣ୍ଡା ଓ ଟମାଟୋକୁ ପ୍ରଥମେ ଧୂପ ଦେଇ ପୂଜା କରିବା ପରେ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଉପରକୁ ମାଡ଼ କରାଯାଇଛି । ଅଧିକ ପଢନ୍ତୁ

ବିଦ୍ୟୁତ ବିଭ୍ରାଟକୁ ନେଇ କଂଗ୍ରେସର ପ୍ରତିବାଦ
ବିଦ୍ୟୁତ ବିଭ୍ରାଟକୁ ନେଇ କଂଗ୍ରେସର ପ୍ରତିବାଦ

ବିଦ୍ୟୁତ ବିଭ୍ରାଟକୁ ନେଇ କଂଗ୍ରେସର ପ୍ରତିବାଦ

କେନ୍ଦ୍ରାପଡା: ଶକ୍ତିମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ବିଦ୍ୟୁତ କାଟ୍ ପ୍ରତିବାଦରେ ଅଣ୍ଡା ଓ ଟମାଟୋ ମାଡ଼ । ଗ୍ରୀଷ୍ମ ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଏବଂ ତା ସହିତ ବିଦ୍ୟୁତ ବିଭାଗର ଘନଘନ ବିଦ୍ୟୁତ କାଟରେ ଅତିଷ୍ଠ ହେଲାଣି ସାରା ରାଜ୍ୟ। ଯାହାକୁ ନେଇ ଜନସାଧାରଣଙ୍କ ଆକ୍ରୋଶ ବଢିବାରେ ଲାଗିଥିବାବେଳେ ଏହାକୁ ମୁଦ୍ଦା କରି ଶକ୍ତି ବିଭାଗକୁ ଟାର୍ଗେଟ କରିଛି କଂଗ୍ରେସ।

କେନ୍ଦ୍ରାପଡା ଆଳି ନିର୍ବାଚନ ମଣ୍ଡଳୀ ଅଧିନ ରାଜକନିକା TPCODL କାର୍ଯ୍ୟାଳୟ ସମ୍ମୁଖରେ ଆଜି କଂଗ୍ରେସ ପକ୍ଷରୁ ଏନେଇ ଏକ ବିରାଟ ଜନ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଆଳିର ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ନାଥଶର୍ମାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଜନ ଆନ୍ଦୋଳନ ସଭାରେ କର୍ମୀମାନେ ପ୍ରଥମେ ଟମାଟୋ ଓ ଅଣ୍ଡାକୁ ପୂଜା କରିଥିଲେ। ଏହାପରେ ପୂଜା କରାଯାଇଥିବା ଅଣ୍ଡା ଓ ଟମାଟୋକୁ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଉପରକୁ ମାଡ଼ କରିଥିବା ଦେଖିବାକୁ ମିଳିଛି।

ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ଲୋକେ ଏବେ ବିଜୁଳି ଯନ୍ତ୍ରଣା ସହୁଥିବା କହିଛନ୍ତି ପୂର୍ବତନ ବିଧାୟକ । କେନ୍ଦ୍ର ସରକାରଙ୍କ ପ୍ରରୋଚନାରେ ହିଁ ରାଜ୍ୟ ସରକାର TATA କମ୍ପାନୀକୁ ବିଜୁଳି ବିଭାଗ ସମର୍ପି ଦେଇଥିବା ଅଭିଯୋଗ କରିଛନ୍ତି ବିଧାୟକ ନାଥଶର୍ମା। "ଓଡିଶା ବିଜୁଳି ବଳକା ରାଜ୍ୟ ଭାବେ ପରିଗଣିତ ହେଉଥିବ ବେଳେ ଏଠାରୁ ବିଜୁଳି ନେଇ ଅନ୍ୟ ରାଜ୍ୟ ନିଜର ଉପଭୋକ୍ତା ମାନଙ୍କୁ ୨୪ଘଣ୍ଟିଆ ବିଜୁଳି ଯୋଗାଇ ଦେଉଛନ୍ତି। ଆଉ କେତେକ ରାଜ୍ୟରେ ଗରିବଙ୍କ ପାଇଁ ମାଗଣା ବିଦ୍ୟୁତ ମଧ୍ୟ ଯୋଗାଇବା ପାଇଁ ଯୋଜନା କରିଛନ୍ତି ସରକାର। ହେଲେ ଓଡ଼ିଶା ହିଁ ଏକମାତ୍ର ରାଜ୍ୟ ଯାହାର ଉପଭୋକ୍ତା ଦୈନିକ ୧୨ରୁ ୧୪ ଘଣ୍ଟା ବିନା ବିଜୁଳିରେ ରହୁଛନ୍ତି" ବୋଲି କହିଛନ୍ତି ରାଜକନିକା ବ୍ଲକ କଂଗ୍ରେସ ସଭାପତି।

ଶକ୍ତିମନ୍ତ୍ରୀ ଜଣେ ମିଛୁଆ ବ୍ୟକ୍ତି,ରାଷ୍ଟ୍ରପତିଙ୍କ ସଭାରେ ବିଜୁଳି କଟିବା,ନିଜେ ବାହାନଗାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ବେଳେ ବିଜୁଳି କଟିବା,ଭୁବନେଶ୍ୱରରେ ଚାଲିଥିବା ଆନ୍ତର୍ଜାତୀୟ ଖେଳର ଦ୍ବିତୀୟାର୍ଦ୍ଧରେ ବିଜୁଳି କାଟିବା ଭଳି ପରିସ୍ଥିତି ଉପୁଜିଛି। ଏବେ ଏହି ଘଟଣା ଓଡ଼ିଶାବାସୀ ଓ ବିଶ୍ୱବାସୀ ଦେଖୁଥିବା ବେଳେ ଏହି ଅପାରଗ ମନ୍ତ୍ରୀ କାହିଁକି ଗାଦିରେ ବସିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ରାଜକନିକା କଂଗ୍ରେସ ଦଳିତ ସେଲର କାର୍ଯ୍ୟକର୍ତ୍ତା। ବ୍ୟବସ୍ଥା ଓ ବିଭ୍ରାଟ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ନଚେତ୍ ବିଜୁଳି ବିଭ୍ରାଟ ହିଁ ରାଜ୍ୟରେ ବିଜେଡି ସରକାରର ପତନର ମୂଳ କାରଣ ହେବ ବୋଲି କହିଛି କଂଗ୍ରେସ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.