ETV Bharat / state

ବାତ୍ୟାରେ ମହାନତା ଦେଖାଇଲେ 2 ଥାନାଧିକାରୀ: ହୃଦୟ ଜିଣିଲେ, ମନ କିଣିଲେ

author img

By

Published : May 30, 2021, 6:02 PM IST

ବାତ୍ୟାରେ ମହାନତା ଦେଖାଇଲେ 2 ଥାନାଧିକାରୀ: ହୃଦୟ ଜିଣିଲେ, ମନ କିଣିଲେ
ବାତ୍ୟାରେ ମହାନତା ଦେଖାଇଲେ 2 ଥାନାଧିକାରୀ: ହୃଦୟ ଜିଣିଲେ, ମନ କିଣିଲେ

ମୁଖ୍ୟମନ୍ତ୍ରୀ ତଥା ରାଜ୍ୟବାସୀଙ୍କ ମନ କିଣିଲେ 2 ପୋଲିସ କର୍ମଚାରୀ । ବାତ୍ୟା ସମୟରେ କାଦୁଅ ପଚ ପଚ ରାସ୍ତାରେ ବାହୁଙ୍ଗିରେ ବୃଦ୍ଧାଙ୍କୁ ବୋହି ସରକାରଙ୍କ ଜିରୋ କାଜୁଆଲିଟି ସ୍ଲୋଗାନକୁ ଏକ ପ୍ରକାର ସାର୍ଥକ କରିଛନ୍ତି । ଅଧିକ ପଢନ୍ତୁ..

କେନ୍ଦ୍ରାପଡା: ଚୋର ହେଉ ଅବା ଡକାୟତ, ଅପରାଧୀ ହେଉ କି ସାଧାରଣ ଜନତା ସମସ୍ତଙ୍କ ମନରେ ଭୟ ସୃଷ୍ଟି କରେ ସେ ନୁହେଁ ତାର ପୋଷାକ । ଆଜ୍ଞା ହଁ ସେହି ପୋଷାକ ହେଉଛି ପୋଲିସର । ଅପରାଧ ପାଇଁ ସାମାନ୍ୟ ମନ ବଳାଇଥିବା ବ୍ୟକ୍ତି ତା ଗାଡିର ସାଇରନ ଆଉ ତା ବର୍ଦ୍ଦିର ଚିହ୍ନ ଦେଖି ଥରହର ହୋଇଯାଏ । ଏମିତିକି ପୁଅ ଦୁଷ୍ଟାମି କଲେ ମାଆ କହେ ଚୁପ୍ ହୋଇ ଶୋଇପଡ ପୋଲିସ ଆସୁଛି । ଏହି ଡର ସୃଷ୍ଟି କରୁଥିବା ପୋଲିସ ବର୍ଦ୍ଦି ପିନ୍ଧା ମଣିଷ ଭିତରେ ହୃଦୟଟେ ରହିଛି । ଆଉ ଏହାକୁ ପ୍ରମାଣ କରି ଦେଖାଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ରାଜନଗର ଓ ତାଳଚେରର ଦୁଇ ଥାନା ଅଧିକାରୀ ତପନ କୁମାର ନାୟକ ଏବଂ ଶ୍ରୀକାନ୍ତ ବାରିକ୍ । ବାତ୍ୟା ସମୟରେ ଏମାନଙ୍କ ଦାୟିତ୍ବ ବଦ୍ଧତା, ଦେଶଭକ୍ତି ଏବଂ ସମାଜ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଜନସାଧାରଣ ସବୁଠୁ ପ୍ରଶଂସାର ସୁଅ ଛୁଟୁଛି ।

ବାତ୍ୟାରେ ମହାନତା ଦେଖାଇଲେ 2 ଥାନାଧିକାରୀ: ହୃଦୟ ଜିଣିଲେ, ମନ କିଣିଲେ

ବାତ୍ୟା ୟସ 26 ମେ'ରେ ସ୍ଥଳଭାଗ ଛୁଇଁବା ନେଇ ସତର୍କ ସୂଚନା ଜାରି ହେବା ପରେ ଜିରୋ କାଜୁଆଲିଟି ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ । ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରୁ ସମସ୍ତ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ଚାଲି ଆସିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ କେତେକ ବ୍ୟକ୍ତି ଭିଟାମାଟି ଛାଡି ଜୀବିକା ଛାଡି ଆସିବାକୁ ଅମଙ୍ଗ ହୋଇଥିଲେ । ଚାଳଚୁଆ ଥାନା ଅଧିକାରୀ ଲୋକଙ୍କୁ ବୁଝାସୁଝା କରି ଆଶ୍ରୟସ୍ଥଳୀ ଆଣିବାକୁ ସକ୍ଷମ ହୋଇଥିଲେ । ଏହି ସମୟରେ ବାଘମାରୀ ପଞ୍ଚାୟତ ଅମରାବତୀ ଗାଁର 91 ବର୍ଷିୟ ଜଣେ ବୃଦ୍ଧା ଚାଳ ଛପର ଘରେ ରହିଯାଇଥିଲେ । ଥାନା ଅଧିକାରୀ ଶ୍ରୀକାନ୍ତ କାଳବିଳମ୍ବ ନକରି ବାଉଙ୍ଗି ସହାୟତାରେ କାଦୁଅ ପଚପଚ ପ୍ରାୟ 300 ମିଟର ରାସ୍ତା ଅତିକ୍ରମ କରି ବାତ୍ୟା ଆଶ୍ରୟସ୍ଥଳୀରେ ପହଞ୍ଚାଇଥିଲେ । ଆଇଆଇସିଙ୍କ ଏପରି କାର୍ଯ୍ୟକୁ ପ୍ରଶଂସା କରିବା ସହ ତାଙ୍କୁ ସାଧୁବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ରାଜନଗର ଥାନାଧିକାରୀ ତପନ କୁମାର ନାୟକ ବାତ୍ୟା ସମୟରେ ନିଜ ମହନୀୟ କାର୍ଯ୍ୟ ପାଇଁ ହୋଇଛନ୍ତି ଉଚ୍ଚ ପ୍ରଶଂସିତ । ଜଣେ ୧୦୫ ବର୍ଷିୟା ବୃଦ୍ଧାଙ୍କୁ ପ୍ରାୟ ପାଞ୍ଚ କିଲୋମିଟର ପାଣିକାଦୁଅ ରାସ୍ତାରେ ବାହୁଙ୍ଗିରେ କାନ୍ଧେଇ ନେଇ ଆଶ୍ରୟସ୍ଥଳୀରେ ପହଞ୍ଚାଇ କର୍ତ୍ତବ୍ୟ ବଦ୍ଧତାର ଉଦାହରଣ ସୃଷ୍ଟି କରିଛନ୍ତି ।

ଉଭୟଙ୍କ କର୍ତ୍ତବ୍ୟ ନିଷ୍ଠାକୁ ସବୁଠି ଭୁରି ଭୁରି ପ୍ରଶଂସା ମିଳୁଥିବାବେଳେ ରାଜନଗର ବିଧାୟକ 2 ପୋଲିସଙ୍କ କାର୍ଯ୍ୟଦକ୍ଷତାକୁ ସଲାମି ଜଣାଇଛନ୍ତି । ଗୋଟିଏ ପଟେ ବାତ୍ୟା ଅନ୍ୟପଟେ ସେବା ରାଜ୍ୟ ସରକାରଙ୍କ ମନୋବଳକୁ ଦ୍ବିଗୁଣିତ କରିଥିବା ବେଳେ ସଦାସର୍ବଦା ଏହି ଦୁଇ ଅଧିକାରୀଙ୍କ ସେବାକୁ ଶତାବ୍ଦୀ ମନେରଖିବ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.