ETV Bharat / state

କେନ୍ଦ୍ରାପଡ଼ାରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଓ ରାଜ୍ୟ ସଭାପତି, ୨୦୨୪ରେ ଡବଲ ଇଞ୍ଜିନ ସରକାର ଗଠନ ଦୃଢୋକ୍ତି

author img

By ETV Bharat Odisha Team

Published : Dec 4, 2023, 9:32 PM IST

୩ ରାଜ୍ୟରେ ପୂର୍ଣ୍ଣ ବହୁମତ ମିଳିବା ପରେ ଓଡ଼ିଶାରେ ବିଜେପି ନେତା ଓ କର୍ମୀଙ୍କ ମଧ୍ୟରେ ଭରି ରହିଛି ଉତ୍ସାହ । ଆଜି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ରାଜ୍ୟ ସଭାପତି ମନମୋହନ ସାମଲ କେନ୍ଦ୍ରାପଡ଼ା ଗସ୍ତରେ ଯାଇ ଲୋକସଭା ସମେତ ସମସ୍ତ ବିଧାନସଭା ଆସନ ଦଖଲ କରିବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଅଧିକ ପଢ଼ନ୍ତୁ

କେନ୍ଦ୍ରାପଡ଼ାରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଓ ରାଜ୍ୟ ସଭାପତି
କେନ୍ଦ୍ରାପଡ଼ାରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଓ ରାଜ୍ୟ ସଭାପତି

କେନ୍ଦ୍ରାପଡ଼ାରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଓ ରାଜ୍ୟ ସଭାପତି

କେନ୍ଦ୍ରାପଡ଼ା: ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶ ଭଳି ରାଜ୍ୟରେ ବିଜେପି ବହୁମତ ହାସଲ କରିବା ପରେ ଉତ୍ସାହିତ ଓଡ଼ିଶା ବିଜେପି କର୍ମୀ । ୨୦୨୪ରେ ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ପଡ଼ିବ ବୋଲି ବିଶ୍ବାସ କରିଛନ୍ତି ଦଳୀୟ ନେତା । ଏହାରି ମଧ୍ୟରେ ସୋମବାର କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଦୁଇଟି ନିର୍ବାଚନ ମଣ୍ଡଳୀର ବିଜେପି କର୍ମୀଙ୍କୁ ଦେଇଛନ୍ତି ଗୁରୁମନ୍ତ୍ର ।

ଆଜି ମଧ୍ୟାହ୍ନରେ କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରର ଦୁହୁରିଆସ୍ଥିତ ବିଜେପି କାର୍ଯ୍ୟାଳୟରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଦଳୀୟ କର୍ମୀ । ସେଠାରୁ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ବିଜେପି ନେତୃତ୍ବ ବଳଦେବଜୀଉ ମନ୍ଦିର ପର୍ଯ୍ୟନ୍ତ ନେବା ପରେ ଗୁଣ୍ଡିଚା ମନ୍ଦିର ନିକଟରେ ଦୁଇଟି ନିର୍ବାଚନ ମଣ୍ଡଳୀ ପାଇଁ କର୍ମୀ ବୈଠକ ଅନୁଷ୍ଠିତ ହୋଇଥିଲା । ତିନୋଟି ରାଜ୍ୟରେ ବିଜେପି ସରକାର ଗଠନ କରିବାକୁ ଯାଉଥିବାବେଳେ ବିଜୟକୁ ନେଇ ଉତ୍ସାହିତ ଅଛନ୍ତି ରାଜ୍ୟ ନେତା ଓ କର୍ମୀ । ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ ପାଇଁ ବହୁ ଆଶାୟୀ ସେମାନଙ୍କ ସମର୍ଥକମାନଙ୍କୁ ଧରି ସଭାପତି ଓ ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କ ଆଗରେ ଶକ୍ତି ପ୍ରଦର୍ଶନ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ୟୁଟର୍ଣ୍ଣ ନେବ ଓଡ଼ିଶା ରାଜନୀତି ! ନୂଆ ମୋଡ଼ ଆଣିଛି 3 ରାଜ୍ୟର ଫଳାଫଳ

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ମହାପ୍ରଭୁ ବଳଦେବଜୀଉଙ୍କ ଆଶୀର୍ବାଦ ନେଇ ଓଡ଼ିଶାରେ କୁଶାସନର ପତନ ପାଇଁ ପ୍ରାର୍ଥନା କରିଥିବା କହିଛନ୍ତି । ଓଡିଶାବାସୀଙ୍କ ମନରେ ବିଜେପି ପ୍ରତି ଆକୁଣ୍ଠ ଭଲପାଇବା ରହିଥିବା ଓ ଆଶୀର୍ବାଦ ରହିଥିବା ବେଳେ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ କରି ବିକାଶ କାମକୁ ତ୍ବରାନ୍ବିତ କରାଯିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ସେ କହିଛନ୍ତି, "ଭ୍ରଷ୍ଟାଚାର, ଦୁର୍ନୀତି, ନାରୀ ନିର୍ଯାତନା ବିରୋଧରେ ବିଜେପି ଆସନ୍ତା ୨୦୨୪ ମସିହାରେ ଫାଇଟ କରିବ । କେନ୍ଦ୍ରାପଡା ଲୋକସଭା ଆସନ ସହ ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେପି ଦଖଲ କରିବ ।" ସେହିଭଳି ବିଜେପି ବିଜୟୀ ହେଲେ ଶିଳ୍ପ ବିହୀନ କେନ୍ଦ୍ରାପଡା ଜିଲ୍ଲାକୁ ଶିଳ୍ପାୟନ ସହର କରାଯିବ ବୋଲି କହିଛନ୍ତି ମନମୋହନ । ଅନ୍ୟପଟେ କଂଗ୍ରେସ ଦଳରୁ ବିଜେପିକୁ ଫେରିଥିବା ଜ୍ଞାନଦେବ ବେଉରା ଦଳ ଯେଉଁ ଦାୟିତ୍ବ ଦେବ ତାହାକୁ ନିର୍ବାହ କରିବେ ବୋଲି କହିଛନ୍ତି । ସେ କହିଛନ୍ତି, "କଂଗ୍ରେସ ଦଳର ବିଜେଡି ବିରୋଧରେ ଷ୍ଟ୍ରାଟେଜି ନାହିଁ । ବିଜେଡିକୁ ମୂଳୋତ୍ପାଟନ କରିବା ପାଇଁ ବିଜେପି ହିଁ ଏକମାତ୍ର ବିକଳ୍ପ ।"

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.