ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

author img

By

Published : Jan 15, 2023, 6:27 PM IST

bhitarkanika national park

ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ଗଣନା ପାଇଁ ଗତ ୪ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ଭିତରକନିକା ବନ୍ଦ ଥିଲା । ଅଧିକ ପଢ଼ନ୍ତୁ

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

କେନ୍ଦ୍ରାପଡ଼ା: ଦୀର୍ଘ ୧୧ ଦିନ ଧରି ବନ୍ଦ ରହିବା ପରେ ଆଜି(ରବିବାର) ପୁଣିଥରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଭିତରକନିକା ଜାତୀୟ ଉଦ୍ୟାନ। କୁମ୍ଭୀର ଗଣନା ପାଇଁ ଗତ ୪ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଜାତୀୟ ଉଦ୍ୟାନ ମଧ୍ୟରେ ପର୍ଯ୍ୟଟକଙ୍କ ପ୍ରବେଶ ବାରଣ ରହିଥିଲା । ୯ ତାରିଖରୁ ୧୧ ତାରିଖ କୁମ୍ଭୀର ଗଣନା କାର୍ଯ୍ୟ ଶେଷ ହେବା ପରେ କୁମ୍ଭୀରଙ୍କ ସଂଖ୍ୟା ରିପୋର୍ଟ ଆସିବା ସହ ଆଜିଠାରୁ ଭିତରକନିକା ଜାତୀୟ ଉଦ୍ୟାନକୁ ପର୍ଯ୍ୟଟକଙ୍କ ପ୍ରବେଶକୁ ଅନୁମତି ମିଳିଛି ।

କୁମ୍ଭୀର ଗଣନା ସମୟ ମଧ୍ୟରେ ଦେଶବିଦେଶର ପର୍ଯ୍ୟଟକଙ୍କୁ ଭିତରକନିକା ମନା । ବିରଳ ବଉଳା କୁମ୍ଭୀରମାନଙ୍କ ଏନ୍ତୁଡିଶାଳ ଭାବେ ପରିଚିତ ଭିତରକନିକାରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ କୁମ୍ଭୀର ଗଣନା କରାଯାଇଥିଲା । ରାଜନଗର ବନଖଣ୍ଡର ରାଜନଗର, ଗହୀରମଥା, କନିକା ଓ ମହାକାଳପଡ଼ା ଏହି ୪ଟି ରେଞ୍ଜ୍‌ରେ ଭିତରକନିକା ଜାତୀୟ ଉଦ୍ୟାନ ଓ ଜାତୀୟ ଉଦ୍ୟାନ ବାହାରେ ଥିବା ନଦୀନାଳଗୁଡିକରେ କୁମ୍ଭୀରମାନଙ୍କର ଗଣନା କରାଯାଇଥିଲା । ଗତ ବର୍ଷ ଗଣନା ଅନୁସାରେ ଭିତରକନିକାରେ ୧୭୮୪ଟି ବଉଳା କୁମ୍ଭୀର ଅଛନ୍ତି । କୁମ୍ଭୀର ବିଶାରଦ ଡ଼ଃ ସୁଧାକର କରଙ୍କ ନେତୃତ୍ବରେ ବନ କର୍ମଚାରୀମାନଙ୍କୁ ନେଇ କୁମ୍ଭୀର ଗଣନା କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ଏମିତି ଏକ ଗାଁ: 5G ଯୁଗରେ ଖୋଜାପଡିଛି ନେଟୱର୍କ, ଗାଁକୁ ଝିଅ ଦେଉନାହାନ୍ତି ଲୋକେ

ବିଶ୍ୱର ସର୍ବାଧିକ କୁମ୍ଭୀର ଓ ଗୋରୀ କୁମ୍ଭୀରର ଏନ୍ତୁଡ଼ିଶାଳ ଭାବେ ପରିଚିତ ଏହି ନିଆରା ସ୍ଥାନକୁ ଗତମାସରେ ହଜାରହଜାର ପର୍ଯ୍ୟଟକଙ୍କ ସୁଅ ଛୁଟିଥିଲା । ଲୁଣା ଜଙ୍ଗଲ କିପରି ପ୍ରାକୃତିକ ଦୁର୍ବିପାକ ସମୟରେ ଉପକୂଳର ସୁରକ୍ଷା ପାଚେରୀ ସାଜିଛି ସେନେଇ ଅନେକ ବିଶେଷଜ୍ଞ ଏଠାରେ ଗବେଷଣା କରନ୍ତି । ଭିତରକନିକା ସମେତ ଗହୀରମଥା ଅଭୟାରଣ୍ୟ ଭିତରେ ଥିବା ହୁକିଟୋଲାକୁ ପ୍ରବେଶ ପାଇଁ ମଧ୍ୟ ଅନୁମତି ମିଳିଛି । ତେବେ ଡାଙ୍ଗମାଳଠାରେ ଗତବର୍ଷ ସେଲ୍ଫି ପଏଣ୍ଟ ଉଦଘାଟିତ ହେବା ପରେ ବୋଟ ଲାଇବ୍ରେରୀର ମଜା ଉଠାଇବେ ପର୍ଯ୍ୟଟକ । ଏହି ବୋଟ୍‌ ଲାଇବ୍ରେରୀରେ ଭିତରକନିକା ମଧ୍ୟରେ ଥିବା ବିଭିନ୍ନ ପ୍ରକାର ପଶୁପକ୍ଷୀ, ବୃକ୍ଷଲତା ସମ୍ପର୍କିତ ଅନେକ ଶିକ୍ଷଣୀୟ ପୁସ୍ତକରୁ ପଢିପାରିବେ ପର୍ଯ୍ୟଟକ । ହେନ୍ତାଳ ଗଛ ଗୁଡିକୁ ନେଇ ଏକ ନର୍ସରୀ ତିଆରି କରାଯାଇଛି । ବର୍ଷକୁ ଦୁଇଥର ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହୁଥିବା ବେଳେ ଜାନୁଆରୀ ମାସରେ ୧୦ ଦିନ ଓ ପ୍ରତିବର୍ଷ ମେ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଜାତୀୟ ଉଦ୍ୟାନ ମଧ୍ୟକୁ ପର୍ଯ୍ୟଟକଙ୍କ ପ୍ରବେଶ ବନ୍ଦ ରହିଥାଏ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.