ଏମିତି ଏକ ଗାଁ: 5G ଯୁଗରେ ଖୋଜାପଡିଛି ନେଟୱର୍କ, ଗାଁକୁ ଝିଅ ଦେଉନାହାନ୍ତି ଲୋକେ

author img

By

Published : Jan 15, 2023, 10:57 AM IST

Updated : Jan 15, 2023, 11:14 AM IST

ଅପହଞ୍ଚ ନେଟୱର୍କ, ଗାଁକୁ ଝିଅ ଦେଉନାହାନ୍ତି ଲୋକେ

ରାଜ୍ୟ 5G ଯୁଗରେ ପ୍ରବେଶ କଲାଣି । ହେଲେ ଏବେ ଏମିତି ବି ଗାଁ ରହିଛି ଯେଉଁଠି ନେଟୱର୍କ ମଧ୍ୟ ମିଳିବା କଷ୍ଟକର । ନେଟୱର୍କ ପାଇଁ କିଏ ଗଛ ଉପରେ ଚଢୁଛି ତ କିଏ ଖାଲି ସ୍ଥାନକୁ ଦୌଡୁଛି । ଏପରିକି ଗାଁରେ ନେଟୱର୍କ ନଥିବାରୁ ଝିଅ ଦେବାକୁ ବି ଲୋକେ ଅମଙ୍ଗ ହେଉଛନ୍ତି । ଜାଣନ୍ତୁ ଅନୁଗୋଳର ଏହି ଗାଁ ସମ୍ପର୍କରେ ।

ଅପହଞ୍ଚ ନେଟୱର୍କ, ଗାଁକୁ ଝିଅ ଦେଉନାହାନ୍ତି ଲୋକେ

ଅନୁଗୋଳ: ଏବେ ଆରମ୍ଭ ହୋଇଛି 5Gର ଯୁଗ । ଫାଷ୍ଟ ହେବାର ଲାଗିଛି ଦୁନିଆ । ସବୁ କିଛି ହୋଇଛି ସ୍ମାର୍ଟ । ତେବେ ଆଜି ଭଳି 5G ଯୁଗରେ ବି ଲୋକଙ୍କ ପାଖରେ ନାହିଁ ମୋବାଇଲ ନେଟୱର୍କ । ନେଟୱର୍କ ପାଇଁ ଲୋକଙ୍କୁ ଗଛରେ ଛାଡିବାକୁ ପଡୁଛି । ଖାଲି ସେତିକି ନୁହେଁ ଗାଁରେ ମୋବାଇଲ ନେଟୱର୍କ ନଥିବାରୁ କୁଆଡେ ଝିଅ ବାହା ଦେବାକୁ ଅନ୍ୟ ଗାଁ ଲୋକେ ମନା କରୁଛନ୍ତି । ଏକଥାକୁ ଆଖିରେ ନଦେଖିଲେ କେହି ବିଶ୍ଵାସ କରି ପାରିବେନି । ଏଭଳି ଘଟଣା ଜିଲ୍ଲାର ବଲଙ୍ଗ ଗାଁରେ ଦେଖିବାକୁ ମିଳିଛି ।

ଲୋକେ ବିଭିନ୍ନ ସ୍ଥାନ ବୁଲି ଏଠାରେ ନେଟୱର୍କ ଖୋଜିଥାନ୍ତି । ସାମାନ୍ୟ ମୋବାଇଲ ନେଟୱାର୍କ ପାଇଁ ଏହି ଲୋକମାନେ ଗଛରେ ଚଢିବାକୁ ମଧ୍ୟ ପଛାଇ ନଥାନ୍ତି । ଯେଉଁଠି ଟିକେ ନେଟୱର୍କର ସିଗ୍ନାଲ ଆସୁଛି ସେଠାରେ ବସି ନିଜର ମୋବାଇଲର ବ୍ୟବହାର କରୁଛନ୍ତି । ଆଜିର 5G ଯୁଗରେ ତାଙ୍କ ପାଖରେ ମୋବାଇର ଟାୱାରଟିଏ ନଥିବାରୁ ଲୋକେ ଅନେକ ଦୁର୍ଦ୍ଦଶା ଭୋଗୁଛନ୍ତି । ଶିଳ୍ପ ଜିଲ୍ଲା ଭାବେ ବେଶ ପରିଚିତ ଥିବା ଅନୁଗୋଳ ଜିଲ୍ଲାରେ ଏହି ଘଟଣାଗୁଡିକ ମଧ୍ୟ ଦେଖାଯାଉଛି । ଜିଲ୍ଲା ଗଠନକୁ ୩୦ ବର୍ଷ ବିତିଥିଲେ ବି ଲୋକଙ୍କ ପାଇଁ ଏଠି ଆଜି ବି ମୋବାଇଲ ନେଟୱର୍କ ଅପହଞ୍ଚ ହୋଇ ରହିଛି ।



ଏହା ବି ପଢନ୍ତୁ- ରଥଯାତ୍ରାରେ ଦର୍ଶନ କରନ୍ତୁ ବିଦେଶୀ, ମନ୍ଦିର ଭିତରକୁ କାହିଁକି କରିବେ ପ୍ରବେଶ: ସେବାୟତ


ଜିଲ୍ଲାର ବଲଙ୍ଗ ଗାଁରେ ମୋବାଇଲ ନେଟୱର୍କ ନଥିବାରୁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମୋବାଇଲ ନେଟୱର୍କ ନଥିବାରୁ ଗାଁରେ କେହି ଝିଅ ବାହା ଦେବାକୁ ମଙ୍ଗୁନଥିବା ମଧ୍ୟ ଅଭିଯୋଗ ହେଉଛି । ସରକାରଙ୍କ 5t ଯୋଜନାରେ ବିଦ୍ୟାଳୟ ସ୍ମାର୍ଟ ହୋଇଛି । ଶିକ୍ଷା ପାଇଁ ସମସ୍ତ ଆନୁସଙ୍ଗିକ ଅତ୍ୟାଧୁନିକ ସାମଗ୍ରୀ ଲାଗିଛି । ହେଲେ ମୋବାଇଲ ଇଣ୍ଟରନେଟର ବ୍ୟବସ୍ଥା ନଥିବାରୁ ସବୁ ଥାଇ ନଥିବା ସଦୃଶ । ବିଦ୍ୟାଳୟରେ ପିଲାଙ୍କ ପାଠ ପଢିବା ଲାଗି ଲାଗିଥିବା କିଛି ଉପକରଣ କାମରେ ଲାଗିପାରୁନି ।

ଶିକ୍ଷକ ଶିକ୍ଷୟତ୍ରୀମାନେ ଏହାକୁ ବ୍ୟବହାର କରି ପିଲାମାନଙ୍କ ଶିକ୍ଷା ଦାନ ମଧ୍ୟ କରିପାରୁନାହାନ୍ତି । ପିଲାମାନେ ଅନଲାଇନ ଶିକ୍ଷାଦାନରୁ ମଧ୍ୟ ବଞ୍ଚିତ ହେଉଛନ୍ତି । ଗାଁକୁ ମୋବାଇଲ ନେଟୱର୍କ ଯୋଗାଇ ଦେବାକୁ ଗାଁ ଲୋକେ ବହୁ ନେତା ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପ୍ରଶାସନକୁ କହିଛନ୍ତି । ହେଲେ ଆଜି ଯାଏଁ କିଛି ଲାଭ ମିଳିପାରିନାହିଁ । ଲୋକେ ବହୁ ହୀନସ୍ତା ଭୋଗୁଛନ୍ତି । ସରକାରୀ ସ୍ତରରେ ବଲଙ୍ଗ ଗାଁକୁ ମୋବାଇଲ ନେଟୱର୍କ ନଥିବା ସମ୍ପର୍କରେ କେହି କିଛି କହିବାକୁ ମନା କରିଛନ୍ତି । ତେବେ ବାସ୍ତବତା ହେଉଛି ହେଉଥିବା ବ୍ୟବସ୍ଥା ସବୁ ଲୋକଙ୍କ ପାଖରେ ପହଞ୍ଚୁ ନାହିଁ ଏ ଗାଁ ତାର ଉଦାହରଣ ପାଲଟିଛି ।

ଇଟିଭି ଭାରତ, ଅନୁଗୋଳ

Last Updated :Jan 15, 2023, 11:14 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.