ETV Bharat / state

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

author img

By ETV Bharat Odisha Team

Published : Jan 14, 2024, 1:00 PM IST

Updated : Jan 14, 2024, 1:40 PM IST

bhitarkanika reopen for tourists
ପର୍ଯ୍ୟଟକଙ୍କ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

Bhitarkanika National Park Reopen: ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ଗଣନା ପାଇଁ ଗତ 5 ତାରିଖରୁ 13 ତାରିଖ ପର୍ଯ୍ୟନ୍ତ 9 ଦିନ ଧରି ଭିତରକନିକା ବନ୍ଦ ଥିଲା । ଅଧିକ ପଢନ୍ତୁ

ପର୍ଯ୍ୟଟକଙ୍କ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

କେନ୍ଦ୍ରାପଡା: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଦୀର୍ଘ 9 ଦିନ ଧରି ବନ୍ଦ ରହିବା ପରେ ଆଜିଠୁ(ରବିବାର) ପୁଣିଥରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ଗଣନା ପାଇଁ ଗତ 5 ତାରିଖରୁ 13 ତାରିଖ ପର୍ଯ୍ୟନ୍ତ ଭିତରକନିକାରେ ପର୍ଯ୍ୟଟକଙ୍କ ପ୍ରବେଶ ବାରଣ ରହିଥିଲା । 10 ତାରିଖରୁ 12 ତାରିଖ କୁମ୍ଭୀର ଗଣନା ପରେ କୁମ୍ଭୀରଙ୍କ ସଂଖ୍ୟା ରିପୋର୍ଟ ଆସିବା ସହ ଆଜିଠାରୁ ଭିତରକନିକା ଜାତୀୟ ଉଦ୍ୟାନରେ ପର୍ଯ୍ୟଟକଙ୍କ ପ୍ରବେଶକୁ ଅନୁମତି ମିଳିଛି ।

କୁମ୍ଭୀର ଗଣନା ସମୟ ମଧ୍ୟରେ ପର୍ଯ୍ୟଟକଙ୍କୁ ଭିତରକନିକା ବାରଣ କରାଯାଏ । ବିରଳ ବଉଳା କୁମ୍ଭୀରମାନଙ୍କ ଏନ୍ତୁଡିଶାଳ ଭାବେ ପରିଚିତ ଭିତରକନିକାରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ କୁମ୍ଭୀର ଗଣନା କରାଯାଇଥିଲା । ଭିତରକନିକା ଜାତୀୟ ଉଦ୍ୟାନ ଓ ଜାତୀୟ ଉଦ୍ୟାନ ବାହାରେ ଥିବା ନଦୀନାଳଗୁଡିକରେ କୁମ୍ଭୀର ଗଣନା କରାଯାଇଥିଲା । ଗତ ବର୍ଷ ଗଣନା ଅନୁସାରେ ଭିତରକନିକାରେ ୧୮୧୧ଟି ବଉଳା କୁମ୍ଭୀର ଥିଲେ । କୁମ୍ଭୀର ବିଶାରଦ ଡ଼ଃ ସୁଧାକର କରଙ୍କ ନେତୃତ୍ବରେ ବନ କର୍ମଚାରୀମାନଙ୍କୁ ନେଇ କୁମ୍ଭୀର ଗଣନା କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ- ଖୁସି ଖବର ଦେଲା ଭିତରକନିକା, ବଢିଛି କୁମ୍ଭୀର ସଂଖ୍ୟା

ବିଶ୍ୱର ସର୍ବାଧିକ କୁମ୍ଭୀର ଓ ଗୋରୀ କୁମ୍ଭୀରର ଏନ୍ତୁଡ଼ିଶାଳ ଭାବେ ପରିଚିତ ଏହି ନିଆରା ସ୍ଥାନକୁ ଗତମାସରେ ହଜାର ହଜାର ପର୍ଯ୍ୟଟକଙ୍କ ସୁଅ ଛୁଟିଥିଲା । ଲୁଣା ଜଙ୍ଗଲ କିପରି ପ୍ରାକୃତିକ ଦୁର୍ବିପାକ ସମୟରେ ଉପକୂଳର ସୁରକ୍ଷା ପାଚେରୀ ସାଜିଛି ସେନେଇ ଅନେକ ବିଶେଷଜ୍ଞ ଏଠାରେ ଗବେଷଣା କରନ୍ତି । ଏଥିସହ ଡାଙ୍ଗମାଳରେ ସରକାରୀ ଓ ବେସରକାରୀ ବୋଟରେ ବୁଲି ବଉଳା କୁମ୍ଭୀରମାନଙ୍କର ଖରା ପୋଇଁବା ଦୃଶ୍ୟ ଓ ଜଳରେ ବିଚରଣ କରୁଥିବାର ଦେଖନ୍ତି ପର୍ଯ୍ୟଟକ ।

ଭିତରକନିକା ସମେତ ଗହୀରମଥା ଅଭୟାରଣ୍ୟ ଭିତରେ ଥିବା ହୁକିଟୋଲାକୁ ପ୍ରବେଶ ପାଇଁ ମଧ୍ୟ ଅନୁମତି ମିଳିଛି । ତେବେ ଡାଙ୍ଗମାଳଠାରେ ଗତ ଦୁଇବର୍ଷ ତଳେ ସେଲ୍ଫି ପଏଣ୍ଟ ଉଦଘାଟିତ ହେବା ପରେ ବୋଟ ଲାଇବ୍ରେରୀର ମଜା ଉଠାଉଛନ୍ତି ପର୍ଯ୍ୟଟକ । ଏହି ବୋଟ ଲାଇବ୍ରେରୀରେ ଭିତରକନିକା ମଧ୍ୟରେ ଥିବା ବିଭିନ୍ନ ପ୍ରକାର ପଶୁପକ୍ଷୀ, ବୃକ୍ଷଲତା ସମ୍ପର୍କିତ ଅନେକ ଶିକ୍ଷଣୀୟ ପୁସ୍ତକରୁ ପଢିପାରିବେ ପର୍ଯ୍ୟଟକ । ହେନ୍ତାଳ ଗଛଗୁଡିକୁ ନେଇ ଏକ ନର୍ସରୀ ତିଆରି କରାଯାଇଛି । ବର୍ଷକୁ ଦୁଇଥର ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହୁଥିବା ବେଳେ ଜାନୁଆରୀ ମାସରେ ୧୦ ଦିନ ଓ ପ୍ରତିବର୍ଷ ମେ' ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଜାତୀୟ ଉଦ୍ୟାନ ମଧ୍ୟକୁ ପର୍ଯ୍ୟଟକଙ୍କ ପ୍ରବେଶ ବନ୍ଦ ରହିଥାଏ ।

ଇଟିଭି ଭାରତ, କେନ୍ଦ୍ରାପଡା

Last Updated :Jan 14, 2024, 1:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.