ETV Bharat / state

8 ଦଫା ଦାବି ନେଇ ଆୟୁଷ ଆଳି ଡାକ୍ତରଙ୍କ କଳାବ୍ୟାଚ ପରିଧାନ

author img

By

Published : Aug 8, 2020, 12:15 PM IST

8ଦଫା ଦାବି ନେଇ ଆୟୁଷ ଆଳି ଡାକ୍ତରଙ୍କ କଳାବ୍ୟାଚ ପରିଧାନ
8ଦଫା ଦାବି ନେଇ ଆୟୁଷ ଆଳି ଡାକ୍ତରଙ୍କ କଳାବ୍ୟାଚ ପରିଧାନ

କୋଭିଡ ଡ୍ୟୁଟିରେ ଥିବା ଆୟୁଷ ଡାକ୍ତରମାନଙ୍କୁ କୋରୋନା ଯୋଦ୍ଧା ଘୋଷଣା କରାଯିବା ସହ ଆହୁରି ଅନେକ ଦାବି କରିଛନ୍ତି ଡାକ୍ତର ।

କେନ୍ଦ୍ରାପଡା: ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧିନରେ କାର୍ଯ୍ୟରତ ଥିବା ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଆୟୁଷ ଡାକ୍ତରମାନେ 8ଦଫା ଦାବି ନେଇ କଳାବ୍ୟାଚ ପରିଧାନ କରିଛନ୍ତି। କେନ୍ଦ୍ରାପଡା ଆଳି ଡାକ୍ତରଖାନାରେ କାର୍ଯ୍ୟରତ 3ଜଣ ଆୟୁଷ ଡାକ୍ତର କଳାବ୍ୟାଚ ପିନ୍ଧି ନିଜର ଦାୟିତ୍ବ ତୁଲାଉଥିବା ଦେଖାଯାଇଛି।

8ଦଫା ଦାବି ନେଇ ଆୟୁଷ ଆଳି ଡାକ୍ତରଙ୍କ କଳାବ୍ୟାଚ ପରିଧାନ

ସୂଚନା ଅନୁଯାୟୀ, କୋଭିଡ ଡ୍ୟୁଟିରେ ଥିବା ଆୟୁଷ ଡାକ୍ତରମାନଙ୍କୁ କୋରୋନା ଯୋଦ୍ଧା ଘୋଷଣା କରାଯିବା, ଅନ୍ୟ ଡାକ୍ତରମାନଙ୍କ ଭଳି ଆୟୁଷ ଡାକ୍ତରମାନଙ୍କୁ ଯୋଦ୍ଧା ସହାୟତା ସହିତ ମାସିକ ବେତନ ସର୍ବନିମ୍ନ 50ହଜାର କରାଯିବା,ଚାକିରିକୁ ସ୍ଥାୟୀ କରିବା, ଜିଲ୍ଲାରେ କାର୍ଯ୍ୟରତ ଡାକ୍ତରଙ୍କୁ ମ୍ୟାନେଜର ପଦବୀ ଅପସାରଣ କରାଯାଇ ଏଡିଏମଓ ପଦବୀ ଦେବା, ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରରେ ଆୟୁଷ ଔଷଧ ପ୍ରଚଳନ ସମେତ ନିୟମିତ ଭାବେ ତାଲିମ ପ୍ରଦାନ ଓ ରିଫ୍ରେସର ଟ୍ରେନିଂ କରାଇବା ଦାବି କରିଛି ସଂଘ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.