ETV Bharat / state

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ପୈତୃକ ଓ ଶ୍ବଶୁର ଘରେ ଖୋଜା ଚାଲିଛି ସମ୍ପତ୍ତି

author img

By

Published : Nov 14, 2022, 5:05 PM IST

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡାଙ୍କ ଘରେ ରେଡ କରିଛି ଭିଜିଲାନ୍ସ । କେନ୍ଦ୍ରାପଡ଼ା ସଦର ଥାନା ଅଧିନ ଦାନପୁର ସ୍ଥିତ ପୈତୃକ ଘର ଓ କଂସାର ସ୍ଥିତ ଶ୍ବଶୁର ଘରେ ଭିଜିଲାନ୍ସ ଚଢାଉ ଜାରି । ଅଧିକ ପଢନ୍ତୁ

କେନ୍ଦ୍ରାପଡା: ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ । ମୟୂରଭଞ୍ଜ ଉଦଳା ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ରେଡ କରିଛି ଭିଜିଲାନ୍ସ ବିଭାଗ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡାଙ୍କ ଘରେ ରେଡ କରିଛି ଭିଜିଲାନ୍ସ । ଭୁବନେଶ୍ୱରରେ ୪ଟି ସ୍ଥାନ ସମେତ ମୋଟ ୮ଟି ସ୍ଥାନରେ ଏହି ଚଢ଼ାଉ କରାଯାଇଛି ।

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ରବି ନାରାୟଣ ପଣ୍ଡାଙ୍କ କେନ୍ଦ୍ରାପଡ଼ା ସଦର ଥାନା ଅଧିନ ଦାନପୁର ସ୍ଥିତ ପୈତୃକ ଘର ଓ କଂସାର ସ୍ଥିତ ଶ୍ବଶୁର ଘରେ ଭିଜିଲାନ୍ସ ଚଢାଉ ଚାଲିଛି । ଭିଜିଲାନ୍ସର ଏକ ୭ ଜଣିଆ ଟିମ୍ ପହଞ୍ଚି ଦାନପୁରରେ ଚଢାଉ ଜାରି ରଖିଥିବା ବେଳେ ୫ ଜଣିଆ ଟିମ କଂସାର ଶ୍ବଶୁର ଘର ଚଢ଼ାଉ କରୁଛନ୍ତି । ଏନେଇ ଭିଜିଲାନ୍ସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଭିଜିଲାନ୍ସ ବିଭାଗର ସ୍ୱତନ୍ତ୍ର ଜଜଙ୍କ ନିର୍ଦ୍ଦେଶରେ ରବି ନାରାୟଣ ପଣ୍ଡାଙ୍କର ୮ଟି ସ୍ଥାନରେ ଏହି ଚଢ଼ାଉ ଜାରି ରହିଛି । ଉଦଳାକୁ ବଦଳି ହୋଇ ଯିବା ପୂର୍ବରୁ ରବି ନାରାୟଣ ପଣ୍ଡା କେନ୍ଦ୍ରାପଡ଼ା ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ (RWSS )ବିଭାଗରେ ସହକାରୀ ଯନ୍ତ୍ରୀ ଭାବେ କାମ କରୁଥିବା ସୂଚନା ରହିଛି ।

ଏହା ମଧ୍ୟ ପଢନ୍ତୁ-ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ, ୮ଟି ସ୍ଥାନରେ ରେଡ

ସେହିପରି ଭୁବନେଶ୍ୱର ଆଇଗିଣିଆ ସ୍ଥିତ ଖାରବେଳ କମ୍ପ୍ଲେକ୍ସ, ପାତ୍ରପଡ଼ାରେ ଟାୱାର ବ୍ଲୁ ହିଲ ଆପାର୍ଟମେଣ୍ଟ, ଖଣ୍ଡଗିରିରେ ସମ୍ପି କମ୍ପ୍ଲେକ୍ସରେ ଏସପିଏସ କନଷ୍ଟ୍ରକ୍ସନ, ନୟାପଲ୍ଲୀର ଏନ୍ ୬ରେ ତ୍ରିଭେଣି ଅଟୋଟେକ ସହ କେନ୍ଦ୍ରାପଡା ଦାନପୁରରେ ଥିବା ଘର, ଓସ୍ତପୁରରେ ସମ୍ପର୍କୀୟ ଘର, ଉଦଳା ଅଫିସ ଚାମ୍ବର ସମେତ ଉଦଳାରେ ଥିବା ସରକାରୀ କ୍ବାଟରରେ ତନତନ୍ନ କରି ଯାଞ୍ଚ କରୁଛନ୍ତି ଭିଜିଲାନ୍ସ ଅଧିକାରୀ । ରେଡରେ ଅନେକ ପ୍ଲଟ ଓ ଫ୍ଲାଟ ସୁରାକ ପାଇଛନ୍ତି ଭିଜିଲାନ୍ସ ଟିମ । ଏଥିସହ ବ୍ୟାଙ୍କ ଡିପୋଜିଟ ସହ ଇନସୁରାନ୍ସ ଓ ସୁନା ଗହଣା ମଧ୍ୟ ଜବତ ହୋଇଛି । ଯାହାକୁ ଆକଳନ କରୁଛନ୍ତି ଭିଜିଲାନ୍ସ ଅଧିକାରୀ ।

ଚଢାଉରେ ଜଣେ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ୮ ଡିଏସପି, ୫ ଇନସ୍ପେକ୍ଟର, ଜଣେ ଏସଆଇ ଓ ୧୧ ଏଏସଆଇ ସାମିଲ ହୋଇଛନ୍ତି । ଖୋଳତାଡ଼ ଜାରି ରହିଛି । ଜଣେ ସରକାରୀ କର୍ମଚାରୀ କିପରି ଏତେ ଟଙ୍କାର ମାଲିକ ହେଲେ ଓ ତାଙ୍କ ସମ୍ପର୍କୀୟ ନାଁରେ କିପରି ଟଙ୍କା ରଖିଛନ୍ତି ତାର ଲିଙ୍କ ଖୋଜୁଛି ଭିଜିଲାନ୍ସ ଟିମ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.