ETV Bharat / state

'ଇଟିଭି ଭାରତ' ପ୍ରଭାବ: ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ, ଖୁବଶୀଘ୍ର ଦୋକାନ ପାଇବେ ବ୍ୟବସାୟୀ

author img

By

Published : Aug 28, 2021, 4:42 PM IST

'ଇଟିଭି ଭାରତ' ପ୍ରଭାବ, ଭେଣ୍ଡିଂ ଜୋନ୍ ଅବହେଳା ନେଇ ପ୍ରସାରଣ ପରେ ଚେତିଲା ପ୍ରଶାସନ
'ଇଟିଭି ଭାରତ' ପ୍ରଭାବ, ଭେଣ୍ଡିଂ ଜୋନ୍ ଅବହେଳା ନେଇ ପ୍ରସାରଣ ପରେ ଚେତିଲା ପ୍ରଶାସନ

୧୮ ଲକ୍ଷ ବ୍ୟୟରେ ନିର୍ମିତ ଭେଣ୍ଡିଂଜୋନ ଖତ ଖାଉଥିବା ଖବର 'ଇଟିଭି ଭାରତ'ରେ ପ୍ରସାରିତ ହେବାପରେ ଏଗୁଡ଼ିକର ମରାମତି ଆରମ୍ଭ କରିଛି କେନ୍ଦ୍ରାପଡା ପୌର ପ୍ରଶାସନ । ଅଧିକ ପଢନ୍ତୁ...

କେନ୍ଦ୍ରାପଡା: ବାଜିଲା ଖବର, ପଡିଲା ପ୍ରଶାସନର ନଜର । ୧୮ ଲକ୍ଷ ବ୍ୟୟରେ ନିର୍ମିତ ଭେଣ୍ଡିଂଜୋନ୍ ଖତ ଖାଉଥିବା ଖବର 'ଇଟିଭି ଭାରତ'ରେ ପ୍ରସାରିତ ହେବାପରେ ଏଗୁଡ଼ିକର ମରାମତି ଆରମ୍ଭ କରିଛି ପୌର ପ୍ରଶାସନ । ୨୦୧୭ ମସିହା ଅଗଷ୍ଟ ୩୧ ତାରିଖରେ ରାଜ୍ୟର ସର୍ବ ପୁରାତନ ମ୍ୟୁନିସିପାଲିଟି କେନ୍ଦ୍ରାପଡ଼ାର ତିନିମୁହାଣୀରେ ବସୁଥିବା ଉଠାଦୋକାନୀଙ୍କୁ ସ୍ଥାୟୀ ଘର ପ୍ରଦାନ ପାଇଁ ଭେଣ୍ଡିଂ ଜୋନର ଭିତ୍ତିପ୍ରସ୍ତର କରାଯାଇଥିଲା । ମାତ୍ର ଏସବୁ ବ୍ୟବସାୟୀଙ୍କ କାମରେ ଆସୁନଥିଲା ।

ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ, ଖୁବଶୀଘ୍ର ଦୋକାନ ପାଇବେ ବ୍ୟବସାୟୀ

ତେବେ ଇତିମଧ୍ୟରେ ଜୋନ ନିର୍ମାଣକୁ ୩ ବର୍ଷ ପୁରିଯାଇ ଥିବାବେଳେ ୪୮ଟି ଭେଣ୍ଡିଂ କ୍ୟାବିନ ବ୍ୟବସାୟୀଙ୍କୁ ପ୍ରଦାନ କରାଯାଇନଥିଲା । ତିଆରି ହେବାର ଦୀର୍ଘଦିନ ପର୍ଯ୍ୟନ୍ତ ଏଗୁଡିକ ଅବ୍ୟବହୃତ ହୋଇ ପଡି ରହିଥିବାରୁ କ୍ୟାବିନଗୁଡିକ ଉପରେ ଗଛଲତା ମାଡିଯାଇ ଟିଣ ଚାଦରଗୁଡିକ ନଷ୍ଟ ହୋଇଯାଉଥିବା ଖବର ଚଳିତବର୍ଷ ଫେବୃଆରୀ ମାସରେ 'ଇଟିଭି ଭାରତ'ରେ ଖବର ପ୍ରସାରଣ ପରେ ସ୍ଥାନୀୟ ପୌର ଓ ଜିଲ୍ଲା ପ୍ରଶାସନର ଚେତା ପଶିବା ପରେ ମରାମତି ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡଛି । ତେବେ ମୋଟ ୧୮ଲକ୍ଷ ବ୍ୟୟରେ ୪୮ଟି କ୍ୟାବିନ ବିଶିଷ୍ଟ ନିର୍ମାଣ କରାଯାଇଥିବା ଭେଣ୍ଡିଂ ଜୋନର କ୍ୟାବିନଗୁଡିକ ଆବଶ୍ୟକତା ଠାରୁ ଛୋଟ ନିର୍ମାଣ କରାଯାଇଥିବାର ଅଭିଯୋଗ ହେବାରୁ ଏଗୁଡିକର ମରାମତି ସମୟରେ ଏହାକୁ ୨୨ କ୍ୟାବିନ କରାଯାଇଥିଲା ।

ସେହିପରି ଏଠାରେ ପାର୍କିଂ ମୁଖ୍ୟ ସମସ୍ୟା ଥିବାବେଳେ ଟିକିଏ ବର୍ଷା ହେଲେ ଏଠାରେ ପାଣି ଜମିବାର ସମ୍ଭାବନା ରହିଛି । ୧୮ଲକ୍ଷ ଟଙ୍କା ବ୍ୟୟରେ ପ୍ରଥମେ କିଏ ଏହି କ୍ୟାବିନଗୁଡିକ ନିର୍ମାଣ କରିଥିଲା ଓ ଏବେ ଏହାର ମରାମତି କିଏ କରୁଛି ଓ କେତେ ଅଧିକ ଟଙ୍କା ବ୍ୟୟ କରାଯିବ ସେନେଇ ପ୍ରଶ୍ନ ଉଠାଇଛନ୍ତି ନଗର ବିଜେପି ସଭାପତି । ପ୍ରଶାସନ ଚେତିଛି ହେଲେ ଦୁର୍ନୀତି ଆଶଙ୍କା ବଢିଥିବା ସଭାପତି ଅଭିଯୋଗ କରିଛନ୍ତି । ତେବେ ପୌର ନିର୍ବାହୀ ଅଧିକାରୀ କାମ ଠିକ ଭାବେ କରାଯାଇଛି, ବ୍ୟୟ ଅଟକଳ ସେହି ୧୮ ଲକ୍ଷରେ ସୀମିତ ରହିଛି ଏବଂ ଆସନ୍ତା ସପ୍ତାହରେ ଏହି କ୍ୟାବିନଗୁଡିକ ବ୍ୟବସାୟୀମାନଙ୍କୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ।

ଗୋଟିଏ ପଟେ ବ୍ୟୟ ଅଟକଳ ଓ ଦୀର୍ଘ ୪ ବର୍ଷର ସମୟକୁ ନେଇ ପ୍ରଶ୍ନ ଉଠି ଥିବାବେଳେ ଆସନ୍ତା ସପ୍ତାହରେ ବ୍ୟବସାୟୀଙ୍କୁ ହସ୍ତାନ୍ତର କରିବା ପାଇଁ ପ୍ରତିଶ୍ରୁତିକୁ ପୌର ପ୍ରଶାସନ କିପରି ପୂରଣ କରୁଛି ତାହା ଦେଖିବାକୁ ବାକି ରହିଲା ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.