ETV Bharat / state

ମାର୍ଶାଘାଇ ପୋଲିସ ପଞ୍ଝାରେ ୫ ରାଜପଥ ଦଲାଲ; ଦୁଇ ମାସରେ ୧୫ ଗିରଫ

author img

By ETV Bharat Odisha Team

Published : Nov 22, 2023, 11:49 AM IST

Updated : Nov 22, 2023, 2:25 PM IST

ମାର୍ଶାଘାଇରେ ୫ ରାଜପଥ ଦଲାଲ ଗିରଫ
ମାର୍ଶାଘାଇରେ ୫ ରାଜପଥ ଦଲାଲ ଗିରଫ

ମାର୍ଶାଘାଇ ପୋଲିସ ହାତରେ ୫ ରାଜପଥ ଟ୍ରକ ପାସ ଦଲାଲ । ଦୁଇ ମାସରେ ଗିରଫ ହେଲେଣି ୧୫ ଜଣ । ଅଧିକ ପଢନ୍ତୁ

ମାର୍ଶାଘାଇରେ ୫ ରାଜପଥ ଦଲାଲ ଗିରଫ

କେନ୍ଦ୍ରାପଡା: ସାବାଡ଼ ହେଉଛନ୍ତି ରାଜପଥ ଦଲାଲ । ଆକ୍ସନ ମୋଡ୍‌ରେ ମାର୍ଶାଘାଇ ଥାନା ଆଇଆଇସି ଓ ପୋଲିସ ଟିମ୍ । ଟଙ୍କା ନେଇ ରାଜପଥରେ ଟ୍ରକଗୁଡ଼ିକୁ ଧାଡ଼ି ଭାଙ୍ଗି ପାସ୍ କରାଇବା ମାମଲାରେ କେନ୍ଦ୍ରାପଡ଼ା ମାର୍ଶାଘାଇରେ ପୁଣି ୫ ଜଣ ଦଲାଲ ଧରା ପଡ଼ିଛନ୍ତି । ସୋମବାର ବିଳମ୍ବିତ ରାତିରେ ମାର୍ଶାଘାଇ ପୋଲିସ ଦଲାଲମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ମାର୍ଶାଘାଇ ଥାନା ଅଧିକାରୀ ପ୍ରଜ୍ଞା ପରମିତା ଜେନାଙ୍କ ନେତୃତ୍ବରେ ଏହି ରାଜପଥ ଦଲାଲ ଗ୍ୟାଙ୍ଗ ଉପରେ କଡ଼ା ନିଜର ରଖିଛି ପୋଲିସ ଟିମ୍ । ଫଳ ସ୍ୱରୁପ ଗତ ଦୁଇ ମାସରେ ୧୫ରୁ ଅଧିକ ଦଲାଲଙ୍କୁ ଗିରଫ କରାଯାଇଛି ।

କେନ୍ଦ୍ରାପଡ଼ା ଜିଲ୍ଲାର ୫୩ ନଂ ଚଣ୍ଡୀଖୋଲ-ପାରାଦ୍ୱୀପ ଜାତୀୟ ରାଜପଥରେ ଲୁହାପଥର ବୋଝେଇ ଟ୍ରକ ଯା'ଆସ କରୁଥିବା ବେଳେ କିଛି ଅସାମାଜିକ ବ୍ୟକ୍ତି ଦଲାଲି କରି ଟ୍ରକଗୁଡ଼ିକର ଧାଡ଼ି ଭାଙ୍ଗି ସେମାନଙ୍କୁ ପାର କରାଉଥିଲେ । ଯାହାଫଳରେ ଜାତୀୟ ରାଜପଥରେ ଅନେକ ସମୟରେ ଦୁର୍ଘଟଣା ଘଟୁଥିଲା । ଏଥିରେ ଅନେକଙ୍କ ମୃତ୍ୟୁ ହେଉଥିବା ବେଳେ ଅନେକ ଲୋକ ପଙ୍ଗୁ ପାଲଟୁଥିବା ଘଟଣା ନିକଟ ଅତୀତରେ ଦେଖିବାକୁ ମିଳିଥିଲା । ଏପରି ସ୍ଥଳେ ମାର୍ଶାଘାଇ ଥାନାର ପ୍ରଥମ ମହିଳା ଅଧିକାରିଣୀ ପ୍ରଜ୍ଞା ପରମିତା ଜେନା କାର୍ଯ୍ୟରେ ଯୋଗ ଦେବା ପରେ ଏହି ଅସାମାଜିକ ଦଲାଲ ଗୋଷ୍ଠୀଙ୍କ ଉପରେ ରୋକ୍‌ ଲଗାଇବାରେ ସଫଳ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଫିଟୁଛି ବଜାଜ ଫାଇନାନ୍ସ ଫ୍ରଡର ଅସଲ ଗୁମର, ମିଳିମିଶି ଠକିଛନ୍ତି ଦୋକାନୀ ଓ ଦଲାଲ କମ୍ପାନୀ

ରାତି ଅଧରେ ଟ୍ରକଗୁଡିକୁ ଧାଡି ଭାଙ୍ଗି ପାସ କରାଇବା ଘଟଣାରେ ପୂର୍ବରୁ ୧୦ରୁ ଊର୍ଦ୍ଧ୍ୱ ଦଲାଲଙ୍କୁ ଗିରଫ କରାଯାଇଥିଲା । ସୋମବାର ବିଳମ୍ବିତ ରାତିରେ ପୁଣି ୫ ଜଣିଆ ଗ୍ୟାଙ୍ଗକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ଟାଉନ୍‌ ଥାନା ଅଧିନ ଫକିରାବାଦ ଗାଁର ମହମ୍ମଦ ସଫିକ, କେନ୍ଦ୍ରାପଡ଼ା ନିକିରାଇ ଥାନା ଜମରା ଗାଁର ଶେଖ୍‌ ସଲିମ, ମାର୍ଶାଘାଇ ଥାନା ନାରାୟଣପୁର ଗାଁର ନିରଞ୍ଜନ ମଲିକ ଓ ଭଗବାନପୁର ଗାଁର ଦେବଦତ୍ତ ନାୟକ ଏବଂ ସୁନ୍ଦରଗଡ଼ ଜିଲ୍ଲା କୋଇଡା ଗାଁର ସାଜିଦ ଖାନ୍‌ ରହିଛନ୍ତି । ସେମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ତେବେ ଗତ ଦୁଇ ମାସ ମଧ୍ୟରେ ମହିଳା ଥାନା ଅଧିକାରୀଙ୍କ ଦଲାଲ ଦମନ ନୀତିକୁ ନେଇ ମାର୍ଶାଘାଇ ଅଞ୍ଚଳରେ ଦୁର୍ଘଟଣା କମିଥିବା ବେଳେ ସ୍ଥାନୀୟ ଲୋକେ ଏହାକୁ ପ୍ରଶଂସା କରିଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡା

Last Updated :Nov 22, 2023, 2:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.