ETV Bharat / state

JCB-ବସ୍‌ ମୁହାଁମୁହିଁ: ୧୫ ଯାତ୍ରୀ ଆହତ

author img

By

Published : May 26, 2022, 11:24 AM IST

ବସ-ଜେସିବି ମୁହାଁମୁହିଁ ଧକ୍କା :୧୫ ଯାତ୍ରୀ ଆହତ,ମେଡିକାଲରେ ଭର୍ତ୍ତି
ବସ-ଜେସିବି ମୁହାଁମୁହିଁ ଧକ୍କା :୧୫ ଯାତ୍ରୀ ଆହତ,ମେଡିକାଲରେ ଭର୍ତ୍ତି

କେନ୍ଦ୍ରାପଡା-ଗଣ୍ଡାଖିଆ ରାସ୍ତାର ଓସ୍ତପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବିପରୀତ ଦିଗରୁ ଆସୁଥିବା ଜେସିବି ଓ ବସ ମଧ୍ୟରେ ଧକ୍କା ହୋଇଛି । ଏଥିରେ ବସରେ ଥିବା ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

କେନ୍ଦ୍ରାପଡା: ଜିଲ୍ଲା ସଦର ଥାନା ଅନ୍ତର୍ଗତ କେନ୍ଦ୍ରାପଡା-ଗଣ୍ଡାଖିଆ ରାସ୍ତାର ଓସ୍ତପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବିପରୀତ ଦିଗରୁ ଆସୁଥିବା ଜେସିବି ଓ ବସ ମଧ୍ୟରେ ଧକ୍କା ହୋଇଛି । ଏଥିରେ ବସରେ ଥିବା ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି ।

ବସ-ଜେସିବି ମୁହାଁମୁହିଁ ଧକ୍କା :୧୫ ଯାତ୍ରୀ ଆହତ,ମେଡିକାଲରେ ଭର୍ତ୍ତି

ସୂଚନା ଅନୁସାରେ, କେନ୍ଦ୍ରାପଡା ଗଣ୍ଡାଖିଆ ରାସ୍ତାର ଓସ୍ତପୁର ପେଟ୍ରୋଲ ପମ୍ପ ନିକଟରେ ଜେସିବି ଓ ବସ ବିପରିତ ଦିଗରୁ ଆସୁଥିବାରୁ ଧକ୍କା ହୋଇଥିଲା । ଏଥିରେ ୧୫ ଜଣ ଯାତ୍ରୀ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ଘଟଣାସ୍ଥଳରୁ ଜେସିବି ଡ୍ରାଇଭର ଫେରାର ହୋଇଯାଇଛି । ତେବେ, ଘରୋଇ ବସଟି କଟକ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.