ETV Bharat / state

ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା: 12 ଘଣ୍ଟିଆ ଓଡିଶା ବନ୍ଦ

author img

By

Published : Jul 19, 2022, 4:25 PM IST

ରୁଚିକା ମହାନ୍ତି ଆତ୍ମହତ୍ୟା ୋରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା: 12 ଘଣ୍ଟିଆ ଓଡିଶା ବନ୍ଦଘଟଣା:12 ଘଣ୍ଟିଆ ଓଡିଶା ବନ୍ଦ
ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା: 12 ଘଣ୍ଟିଆ ଓଡିଶା ବନ୍ଦ

ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ଆଜି 12 ଘଣ୍ଟିଆ ଓଡିଶା ବନ୍ଦ ପାଳନ କରାଯାଇଛି । କେନ୍ଦ୍ରାପଡାର ଚଣ୍ଡିଖୋଲ ପାରାଦ୍ୱୀପ ମୁଖ୍ୟ ଜାତୀୟ ରାଜପଥକୁ ଅବରୋଧ କରିବା ସହ ଯାନବାହାନ ଚଳାଚଳ ବନ୍ଦ କରିଥିଲେ ଆନ୍ଦୋଳନକାରୀ । ଅଧିକ ପଢନ୍ତୁ

କେନ୍ଦ୍ରାପଡ଼ା : ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ଆଜି 12 ଘଣ୍ଟିଆ ଓଡିଶା ବନ୍ଦ ପାଳନ କରାଯାଇଛି । କେନ୍ଦ୍ରାପଡାର ଚଣ୍ଡିଖୋଲ ପାରାଦ୍ୱୀପ ମୁଖ୍ୟ ଜାତୀୟ ରାଜପଥକୁ ଅବରୋଧ କରିବା ସହ ଯାନବାହାନ ଚଳାଚଳ ବନ୍ଦ କରିଥିଲେ ଆନ୍ଦୋଳନକାରୀ । ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବୀ କରିଛନ୍ତି ଆନ୍ଦୋଳନକାରୀ ।

ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା: 12 ଘଣ୍ଟିଆ ଓଡିଶା ବନ୍ଦ

ଆତ୍ମହତ୍ୟା ପଛର ରହସ୍ୟ ରୁଚିକା ନିଜ ହାତ ଲେଖା ଚିଠି ମାଧ୍ୟମରେ ଉଲ୍ଲେଖ କରିଥିଲେ ମଧ୍ୟ । ଏଚିଠିରେ ତିନି ସିନିଅର ଛାତ୍ରୀଙ୍କ ମାନସିକ ନିର୍ଯ୍ୟାତନାକୁ ଦାୟୀ କରିଥିଲେ ରୁଚିକା । ଆସାମୀଙ୍କୁ ଧରିବାରେ କମିଶନରେଟ ପୋଲିସର ବିଫଳତାକୁ ସମାଲୋଚନା କରିଛନ୍ତି ଆନ୍ଦୋଳନକାରୀ । ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଚିହ୍ନଟ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀରେ ସଂଗଠନ ପକ୍ଷରୁ ପ୍ରତିବାଦ କରାଯାଇଛିି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.